'ଶ୍ରମିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାନ୍ତୁ ସରକାର', ପରାମର୍ଶ ଦେଲେ ରାହୁଲ

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ, ୨୬|୦୩: ସାରା ଦେଶରେ ୨୧ ଦିନ ଯାଏଁ ଲକଡାଉନ୍ ଘୋଷଣା କରାଯାଇଛି । ସମସ୍ତ ନାଗରିକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି । ଏହା ମଧ୍ୟରେ କଂଗ୍ରେସ ସାଂସଦ ତଥା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି । ଟ୍ୱିଟରେ ସେ ସରକାରଙ୍କୁ କେତେକ ପରାମର୍ଶ ମଧ୍ୟ ଦେଇଛନ୍ତି ।

ରାହୁଲ କହିଛନ୍ତି ଯେ, ଦେଶ ଏବେ କରୋନା ଭାଇରସ ସହ ଲଢେଇ କରୁଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କର ଏକ ବଡ଼ ଦାୟିତ୍ୱ ଅଛି । ଏହି ମାରାତ୍ମକ ଭାଇରସର ମୁକାବିଲା ପାଇଁ ଆମର ରଣନୀତି ଦୁଇଟି ଭାଗରେ ବିଭକ୍ତ ହେବା ଉଚିତ । ପ୍ରଥମେ ଆମକୁ କରୋନା ସହ ଲଢିବାକୁ ହେବ । ସଂକ୍ରମଣକୁ ରୋକିବା ପାଇଁ ଅଲଗା ରହିବାକୁ ପଡିବ ଏବଂ ରୋଗୀଙ୍କୁ ନିୟମିତ ଭାବରେ ପରୀକ୍ଷା କରିବାକୁ ପଡିବ ।ସହରାଞ୍ଚଳରେ ଜରୁରୀକାଳୀନ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବାକୁ ହେବ । ଏହି ହସ୍ପିଟାଲରେ ଆଇସିୟୁ ସୁବିଧା ଯୋଗାଇବା ପାଇଁ ପ୍ରୟାସ କରାଯିବା ଉଚିତ।

wp:core-embed/twitter {"url":"https://twitter.com/RahulGandhi/status/1242758222177398784","type":"rich","providerNameSlug":"twitter","className":""}
https://twitter.com/RahulGandhi/status/1242758222177398784
/wp:core-embed/twitter

ଦ୍ୱିତୀୟ ରଣନୀତି ବାବଦଦରେ ସେ କହିଛନ୍ତି, ଅର୍ଥନୀତିକୁ ଗୁରୁତ୍ୱ ଦେବାକୁ ହେବ । ବର୍ତ୍ତମାନ ସ୍ଥିତିରେ ଦିନ ମଜୁରିଆମାନଙ୍କୁ ଆର୍ଥିକ ସାହାଯ୍ୟ ଆବଶ୍ୟକ । କାରଣ ୨୧ ଦିନ ଯାଏଁ ଲକଡାଉନ ହୋଇ ରହିଛି। ଏହି ପରିସ୍ଥିତିରେ ଶ୍ରମିକଙ୍କ ଆକାଉଣ୍ଟକୁ ସରକାର ସିଧାସଳଖ ଟଙ୍କା ପଠାଇବା ଆବଶ୍ୟକ । ଏପରିକି ସେମାନଙ୍କୁ ମାଗଣାରେ ରାସନ ସାମଗ୍ରୀ ପ୍ରଦାନ କରିବା ଉଚିତ । ବ୍ୟବସାୟୀଙ୍କ ଟିକସ ଛାଡ ସହିତ ଆର୍ଥିକ ସହାୟତା ପ୍ରଦାନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ରାହୁଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.