କରୋନା କ୍ରାଇସିସ୍‌ ପାଇଁ ସରକାର ଘୋଷଣା କରିପାରନ୍ତି ଆଉ ଏକ ଆର୍ଥିକ ପ୍ୟାକେଜ୍

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ସାରାଦେଶରେ କରୋନା ମହାମାରୀରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପରି କଠୋର ନିୟମ ଲାଗୁ କରାଯାଇଛି । କିନ୍ତୁ ଦେଶରେ ଏବେ ସରକାର ଲକ୍‌ଡାଉନ୍‌ ହଟାଇ ଅନ୍‌ଲକ ଲାଗୁ କରିଛନ୍ତି । ଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ୟାନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଧୀରେ ଧୀରେ ଖୋଲିବାର ଲାଗିଛି । ଏହାଦ୍ୱାରା ଦେଶର ଆର୍ଥିକ ସ୍ଥିତି ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଦେଖି ସରକାର ପୂର୍ବରୁ ୨ ଥର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ପୂର୍ବ ଟ୍ରାକ୍‌କୁ ଫେରିବ ବୋଲି ଅନୁମାନ କରାଯାଉଛି ।  ତେବେ ଆସନ୍ତା କିଛି ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରାଯାଇପାରେ ବୋଲି ଫିଚ୍ ରେଟିଂ ନାମକ ଏକ ସଂସ୍ଥା କହିଛି ।

ଫିଚ୍ ରେଟିଂ କହିଛି ଯେ, ଆସନ୍ତା କିଛି ଦନ ମଧ୍ୟରେ ଭାରତ ନିଜର ଜିଡିପିର ପ୍ରାୟ ଏକ ପ୍ରତିଶତର ଏକ ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିପାରେ । ଫିଚ୍ କହିଛନ୍ତି ଯେ ଭାରତରେ ବର୍ତ୍ତମାନ କୋଭିଡ -୧୯ରେ  ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ବର୍ତ୍ତମାନର ସ୍ଥିତିରେ ଭାରତକୁ ଆଉ ଏକ ଆର୍ଥିକ ପ୍ୟାକେଜ୍‌ର ଆବଶ୍ୟକ ରହିଛି । ଯଦି ଭାରତ ଏହି ସମୟରେ ଆର୍ଥିକ ପ୍ୟାକେଜ ଘୋଷଣା କରୁନାହିଁ , ତେବେ ଆଗାମୀ ଦିନରେ ଦେଶରେ ଅର୍ଥିନୈତିକ ଅଭିବୃଦ୍ଧି ହାରେ ଅବନତୀ ଦେଖିବାକୁ ମିଳିପାରେ ।

ଏହିସବୁକୁ ଦୃଷ୍ଟିରେ ରଖି ଭାରତ ଆଉ ଏକ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାର ସମ୍ଭାବନା ରହିଛି ।  କୋଭିଡ୍‌-୧୯ରେ ଯେଉଁଭଳି ଭାବେ ସ୍ଥିତି ଲାଗିରହିଛି । ଆଗାମୀ ଦିନରେ ଆର୍ଥିକ ବ୍ୟବସ୍ଥା ସୁଧାରିବା ପାଇଁ ଆଉ ଏକ ପ୍ୟାକେଜ୍‌ ଘୋଷଣା କରିପାରନ୍ତି ସରକାର । କରୋନା ଭାଇରସ୍‌ ମହାମାରୀକୁ ନେଇ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିରେ ଦେଶର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ସଜାଡିବା ଲାଗି ଆଉ ଏକ ଆର୍ଥିକ ପ୍ୟାକେଜ୍‌ ଘୋଷଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହାପୂର୍ବର କେନ୍ଦ୍ର ସରକାର ୨ଟି ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.