ସରକାର ଜାରି କଲେ ୩୧ ଲ୍ୟାବର ତାଲିକା, ଭୁବନେଶ୍ଵରର RMRC ସହ ଦେଶର ଏହି ସ୍ଥାନରେ କରି ପାରିବେ କରୋନାର ଯାଞ୍ଚ

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬।୦୩- ସମଗ୍ର ଦେଶରେ କରୋନା ଭୂତାଣୁର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। କରୋନାକୁ ନେଇ ପୂରା ଦେଶ ସଂପ୍ରତି ଆଲର୍ଟରେ ରହିଛି। ଯଦି ଆପଣ କରୋନା ଭୂତାଣୁର ପରୀକ୍ଷଣ କରିବାକୁ ଚାହୁଁଛନ୍ତି ତେବେ ଏହି ୩୧ ଲାବୋରାଟୋରୀରେ ପରୀକ୍ଷଣ  କରାଇ ପାରିବେ। ସରକାର ଏହି ଲାବୋରାଟୋରୀର ତାଲିକା ଜାରି କରିଛି।  ପୂର୍ବେ ୧୩ ଲାବୋରାଟୋରୀରେ କରୋନାର ପରୀକ୍ଷଣ କରାଯାଉଥିଲା। ଏବେ ଆହୁରି ୧୮ ଲାବୋରାଟୋରୀରେ ଯାଞ୍ଚ ସୁବିଧା ଆଜିଠୁ ଆରମ୍ଭ କରାଯାଇଛି।

ସରକାରଙ୍କ ପକ୍ଷରୁ ଜାରି ତାଲିକା ମୁତାବକ, ଦିଲ୍ଲୀର ଏମ୍ସ, ଲକ୍ଷ୍ନୌର କେଜିଏସୟୁ, ଜୟପୁରର ଏସଏମଏସ, କୋଲକାତାର ଏନଆଇସିଇଡି, ଗୌହାଟୀର ଜିଏମଟି, ନାଗପୁରର ଆଇଜିଜିଏମସି, ମୁମ୍ଵାଇର କସ୍ତୁରବା ମେଡିକାଲ କଲେଜ, ଅହମ୍ମଦାବାଦର ବିଜେ ମେଡିକ କଲେଜ, ସିକନ୍ଦରାବାଦର ଗାନ୍ଧୀ ମେଡିକାଲ କଲେଜ, ବେଙ୍ଗାଲୁରୁର ବିଏମସିଆରଆଇ ଓ ଏନଆଇଭି ଫିଲ୍ଡ ୟୁନିଟ୍, ଚେନ୍ନାଇର କେଆଇପିଏମଆର ଓ ଅଲାପୁଜହାର ଏନଆଇଭୀ ଫିଲ୍ଡ ୟୁନିଟରେ ଯାଞ୍ଚ ସୁବିଧା ରହିଛି।

{"id":233925,"sizeSlug":"large"}

ଏହା ବ୍ୟତୀତ ଆଜିଠୁ ଶ୍ରୀନଗରର ଏସକେଆଇଏମଏସ, ଜମ୍ମୁର ଜିଏମସି, ଚଣ୍ଡିଗଡର ପିଜିଆଇଏମଇଆର, ଯୋଧପୁରର ଏସଏନଏମସି, ପାଟନାର ଆରଏମଆଇଏସ, ଡିବ୍ରୁଗଢର ଆରଏମଆରସି, ଅଗରତାଲାର ଜିଏମସି, ଭୁବନେଶ୍ଵରର ଆରଏମଆରସି, ରାୟପୁର ଏମ୍ସ, ଭୋପାଳ ଏମ୍ସ, ଜବଲପୁର ଏନଆଇଆରଟିଏଚ, ତିରୁପତିର ଏସଭିଆଇଏମଏସ, ପୁଡୁଚେରୀର ଆଇଆଇପିଏମଆଇଆର, ଅମୃତସରର ଜିଏମସି, ବାରଣାସୀର ଆଇଏମଏସ ବିଏଚୟୁ, ହଲଦଓ୍ଵାନୀର ଜିଏମସି, ଜାମନଗରର ଏମପି ଶାହା ଓ ଥେନିର ଜିଏମସିରେ ମଧ୍ୟ ଯାଞ୍ଚ ସୁବିଧା ଆରମ୍ଭ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ଏହି ବ୍ୟକ୍ତି ନିକଟରେ ମାଲେସିଆ ଓ ଥାଇଲାଣ୍ଡର ଯାତ୍ରା କରି ଫେରିଛନ୍ତି। ସମ୍ଭବତଃ ସେ ସେଠାରୁ ହିଁ ସଂକ୍ରମିତ ହୋଇ ଫେରିଛନ୍ତି। ଏହି ରୋଗୀ ଉତ୍ତମ ନଗରର। ଏହି ପରି ଦେଶର ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.