Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦିଲ୍ଲୀରେ ବନ୍ଦ ହେବ ସରକାରୀ ମଦ ଦୋକାନ, ଜାଣନ୍ତୁ ସରକାରଙ୍କ ନୂତନ ଯୋଜନା

12/09/2021 at 6:46 PM

ନୂଆଦିଲ୍ଲୀ ୧୨।୦୯: ନୂତନ ଅବକାରୀ ନୀତି ଲାଗୁ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକା। ଏହା ଅନୁଯାୟୀ, ଘରୋଇ ଦୋକାନୀକୁ ମଦ ବିକ୍ରି ପାଇଁ ନୂତନ ଲାଇସେନ୍ସ ଦିଆଯିବ। ଏହି ଲାଇସେନ୍ସ ନଭେମ୍ବର ୧୭ରୁ ଲାଗୁ ହେବ। ଏହି ପରି ସରକାର ଖୁଚୁରା ମଦ ଦୋକାନ ଦାୟିତ୍ଵ  ନିଜ ମୁଣ୍ଡରୁ ଓହ୍ଲାଇ ଦେବେ। ଉଲ୍ଲେଖଯୋଗ୍ୟ, ରାଜଧାନୀରେ ମୋଟ୍ ୮୫୦ ମଦ ଦୋକାନ ରହିଛି। ଏଥିରୁ ପ୍ରାୟ ୬୦ ପ୍ରତିଶତ ଦୋକାନ ଦିଲ୍ଲୀ ସରକାରଙ୍କ ଏଜେନ୍ସି ଦ୍ଵାରା ସଞ୍ଚାଳିତ। ଏଠାରେ ମଦ କିଣିବାର ଅନୁଭବ ବହୁତ ଖରାପ ରହିଛି। ଏହି କାରଣରୁ କେଜ୍ରିଓ୍ଵାଲ ସରକାର ବଡ ପଦକ୍ଷେପ ଉଠାଇଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ମୁତାବକ, ଅବକାରୀ ବିଭାଗ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ଏହି ନୂତନ ନିୟମ ଫଳରେ ରାଜଧାନୀବାସୀଙ୍କୁ ଆହୁରି ସହଜରେ ସହ ମଦ ମିଳି ପାରିବ। ସେପ୍ଟେମ୍ବର ୩୦ ପରେ ନଭେମ୍ବର ୧୬ ଯାଏଁ ପୁରୁଣା ଲାଇସେନ୍ସ ମାନ୍ୟ ରହିବ। ନଭେମ୍ବର ୧୭ଠୁ ନୂତନ ଲାଇସେନ୍ସ ଆଧାରରେ ମଦ ଦୋକାନ ଖୋଲିବ। ଏହି ଅବଧିରେ ସମସ୍ତ ଖୁଚୁରା ମଦ ଦୋକାନ ମଧ୍ୟ ଖୋଲା ରହିବ।

ଅଧିକ ସରକାରୀ ରାଜସ୍ଵ ପାଇଁ ଦିଲ୍ଲୀ ସରକାର ନୂତନ ଅବକାରୀ ନୀତି ଲାଗୁ କରିବାକୁ ଯାଉଛନ୍ତି। ସରକାରୀ ମଦ ଦୋକାନଗୁଡିକ ଘରୋଇ ମଦ ଦୋକାନ ତୂଳନାରେ କମ ରାଜସ୍ଵ ଦେଉଥିଲେ। ହେଲେ ନୂତନ ଅବକାରୀ ନୀତି ଆଧାରରେ କେଜ୍ରିଓ୍ଵାଲ ସରକାରଙ୍କ ଅଧିକ ରାଜସ୍ଵ ମିଳିବାର ଆଶା ରହିଛି। ଦିଲ୍ଲୀକୁ ବର୍ତ୍ତମାନ ୩୨ ଖୁଚୁରା ଜୋନ୍‌ରେ ବଣ୍ଟାଯାଇଛି। ଏଥିରୁ ୨୦ ଜୋନର ନିଲାମ ହୋଇ ସାରିଛି। ଗତ ମାସରେ ସରକାର ୨୦ ଖୁଚୁରା ଜୋନ୍‌ ପାଇଁ ହୋଇଥିବା ନିଲାମର ପ୍ରାରମ୍ଭିକ ରାଉଣ୍ଡରେ ଅତି କମରେ ୫୩୦୦ କୋଟି ଟଙ୍କା ଆୟ କରିଛନ୍ତି। ଶେଷ ୧୨ ଜୋନ୍‌ର ନିଲାମ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି।

   Related Posts