କରୋନା ମୁକାବିଲା ପାଇଁ ସରକାର ଲଞ୍ଚ୍ କଲେ ଏହି ଆପ୍, ସାଧାରଣ ଜନତାଙ୍କୁ ମିଳିବ ସହାୟତା
2/04/2020 at 3:17 PM

ନୂଆଦିଲ୍ଲୀ, ୦୨|୦୪: କରୋନା ଭାଇରସ ସହ ଲଢିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ସରକାରର ଏହି ମହାମାରୀକୁ କୌଣସି ପ୍ରକାର ତୃତୀୟ ପର୍ଯ୍ୟାୟରେ ପହଁଚିବାକୁ ଦେଉନାହାଁନ୍ତି । ଏହା ମଧ୍ୟରେ ସରକାର ଏବେ କରୋନାକୁ ଟ୍ରାକ୍ କରିବା ପାଇଁ ଆରୋଗ୍ୟ ସେତୁ ନାମକ ଏକ ମୋବାଇଲ ଆପ୍ ଲଞ୍ଚ୍ କରିଛନ୍ତି । ଏଥିରେ ସାଧାରଣ ଲୋକଙ୍କୁ ସୁଫଳ ମିଳିବ ବୋଲି ସରକାର ଦାବି କରିଛନ୍ତି ।

କିପରି କାମ କରିବ ଆରୋଗ୍ୟ ସେତୁ
ଆରୋଗ୍ୟ ସେତୁ ଆପ୍ ଆପଣଙ୍କ ସ୍ମାର୍ଟଫୋନର ଲୋକେଶନ ଡାଟା ଓ ବ୍ଲୁଟୁଥ ସାହାଯ୍ୟରେ ଆପଣ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ନା ନାହିଁ ତାହାର ସୂଚନା ଦେବ । ଆପଣ ବାସ୍ତବରେ କେଉଁଠି ଅଛନ୍ତି ତାହା ଲୋକେସନ ଡାଟାର ଉପଯୋଗରେ ଜଣାପଡିବ । ଏହାପରେ ବ୍ଲୁଟୁଥ୍ ଆପଣ ସଂକ୍ରମିତ ବ୍ୟକ୍ତିଙ୍କ ୬ ଫୁଟ୍ ଅଞ୍ଚଳ ମଧ୍ୟରେ ଥିଲେ ସୂଚନା ଦେବ । ଏହାସହ କିପରି କରୋନାର ମୁକାବିଲା କରିବେ ସେନେଇ ମଧ୍ୟ ଏହି ଆପ୍ଲିକେସନ ଟିପସ୍ ଦେବ ।
ଯଦି ଆପଣ କରୋନା ସଂକ୍ରମିତ ଅଟନ୍ତି କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସନ୍ତି ତେବେ ଏହି ଆପ୍ ଆପଣଙ୍କ ଡାଟାକୁ ସରକାରଙ୍କୁ ପ୍ରଦାନ କରିବ । ତେବେ ୟୁଜରଙ୍କ ଡାଟା ତୃତୀୟ ପକ୍ଷ ସହ ସେୟାର କରାଯିବ ନାହିଁ ।