Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

କରୋନା ଏଫେକ୍ଟ : ଏସି, କୁଲର୍ ଚଳାଇବା ପାଇଁ ଗାଇଡ୍ ଲାଇନ୍ ଜାରି କଲେ ସରକାର

26/04/2020 at 2:30 PM

ନୂଆଦିଲ୍ଲୀ ୨୬।୦୪: କରୋନା ମହାମାରୀ ସମୟରେ ଏୟାର କଣ୍ଡିନସର ବା ଏସି ଚଳାଇବା ବେଳେ ସତର୍କ ରୁହନ୍ତୁ । କାର୍ଯ୍ୟକ୍ଷେତ୍ର ଏବଂ ଡାକ୍ତରଖାନା ତଥା ସ୍ବାସ୍ଥ୍ୟକେନ୍ଦ୍ରରେ ଏସି ଲଗାଇବା ପାଇଁ ଭାରତୀୟ ଏୟାର କଣ୍ଡିସନର୍  ଇଞ୍ଜିନିୟର୍ସ ସୋସାଇଟି ପକ୍ଷରୁ ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି ।

ଏହି ଗାଇଡ୍ଲାଇନ୍ ଅନୁସାରେ ଘରେ ଏସି ଚଳାଇବା ସମୟରେ ୨୪ରୁ ୩୦ ଡିଗ୍ରୀ ମଧ୍ୟରେ ତାପମାତ୍ରା ରକ୍ଷା କରିବା ଦରକାର। ହ୍ୟୁମିଡିଟି ଲେଭଲ୍ ୪୦ରୁ ୭୦ ପ୍ରତିଶତ ରହିବା ଆବଶ୍ୟକ ।ଏହି ଆର୍ଦ୍ରତା ପାଥୋଜେନ୍ ଗୁଡ଼ିକୁ ନଷ୍ଟ କରିଦେଇଥାଏ । ଆର୍ଦ୍ର ପାଣିପାଗରେ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ ଏବଂ ଗରମ ପାଣିପାଗରେ ତାମପାତ୍ରା ୩୦ ଡିଗ୍ରୀ ସେଲସିୟସ ରହିବା ଆବଶ୍ୟକ ।ଗରମ ପାଗରେ ହ୍ୟୁମିଡିଟି ଲେଭଲ୍ ୪୦ ପ୍ରତିଶତରୁ କମ୍ କରିବା ଉଚିତ୍ ନୁହେଁ ।ଘର ଝରକାକୁ ସାମାନ୍ୟ ଖୋଲା ରଖି ବାହାର ପବନ ଆସିବାକୁ ଦେଲେ ଭଲ ।

ସେହିପରି ଏହି ସମୟରେ ରୋଷେଇ ଘରେ ଏବଂ ଟୟଲେଟ୍ରେ ଏକ୍ଜଷ୍ଟ ଫ୍ୟାନ୍ ଚଳାଇ ରଖିବା ପାଇଁ ଗାଇଡ୍ ଲାଇନ୍ରେ ଦର୍ଶାଯାଇଛି ।ଘରେ କୁଲର୍ ବ୍ୟବହାର କରୁଥିଲେ ଏହା ଯେପରି ବାହାରୁ ପବନ ପାଇପାରୁଥିବା ସେଥିପ୍ରତି ନଜର ରଖିବା ଆବଶ୍ୟକ। କୁଲରରେ ସ୍ବଚ୍ଛ ଏବଂ ଜୀବାଣୁବିହୀନ ପାଣି ରଖିବା ଆବଶ୍ୟକ ।ଚୀନ୍ର ୧୦୦ଟି ସହରରେ କୋଭିଡ୍-୧୯ ଭୂତାଣୁ ସଂକ୍ରମଣର ଗତିବିଧିକୁ ଲକ୍ଷ୍ୟ କରିବା ପରେ ଏସି, କୁଲର୍ ଓ ଫ୍ୟାନ୍ ଚଳାଇବା ପାଇଁ ଏହି ଗାଇଡ୍ ଲାଇନ୍ ଜାରି ରାଯାଇଛି । କାରଣ ଉଚ୍ଚ ତାପମାତ୍ରା ଓ ଅଧିକ ଆର୍ଦ୍ରତାରେ ଭୂତାଣୁ ସଂକ୍ରମଣ ସହଜରେ ହୋଇପାରିନଥାଏ

   Related Posts