Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଏବେ ସେନାରେ ରହିବେ ଡେପୁଟି ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌

3/12/2020 at 11:00 PM

ନୂଆଦିଲ୍ଲୀ ୦୩/୧୨: ଭାରତ ସରକାର ସେନା ମୁଖ୍ୟାଳୟର ପୁନର୍ଗଠନ ଜରିଆରେ ଡେପୁଟି  ଚିଫ୍‌ ଅଫ ଆର୍ମି ଷ୍ଟାଫ୍‌ (ରଣନୀତି) ପଦବୀ ପାଇଁ ନିର୍ଦେଶ ଜାରି କରିଛନ୍ତି। ତେବେ ଏହି ପଦବୀରେ ପ୍ରଥମେ ବର୍ତ୍ତମାନ ସୈନ୍ୟ ଅପରେସନ୍‌ ଡିଜି ଲେଫ୍ଟନାଣ୍ଟ ପରମଜିତ ସିଂହ ନିଯୁକ୍ତି ପାଇବେ ବୋଲି ସୂଚନା ମିଳିଛି।

ଏହା ସହ ମିଳିଥିବା ସୂଚନା ଅନୁସାରେ ସରକାର ସୂଚନା ମହାନିର୍ଦେଶକ ଓ୍ବାରଫେୟାର (ଡିଜିଆଇଡବ୍ଲୁ)ର ନୂଆ ପଦବୀ ମଧ୍ୟ ସୃଷ୍ଟି କରିଛନ୍ତି।  ଏଭଳି ଯୋଜନା ସର୍ବପ୍ରଥମେ ୨୦୧୭ରେ ଚୀନ ସହ ଚାଲିଥିବା ଡୋକଲାମ ବିବାଦ ସମୟରେ ପ୍ରସ୍ତୁତ କରାଯାଇଥିଲା।

ତେବେ ଡେପୁଟି ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ଙ୍କ ଅଧିନରେ ମିଲିଟାରି ଇଣ୍ଟେଲିଜେନ୍ସ ଓ ମିଲିଟାରି ଅପରେସନ୍‌ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ରହିବେ। ଏହା ସହ ସେନା ସୂତ୍ରୁରୁ ମିଳିଥିବା ସୂଚନା ଅନୁସାରେ ଡିଜିଆଇଡବ୍ଲୁ ମିଡିଆ ସମ୍ବନ୍ଧିତ ମାମଲା ଉପରେ ମଧ୍ୟ ଧ୍ୟାନ ଦେବ।

   Related Posts