Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମଗ୍ର ଦେଶରେ ଆର୍ଥିକ ଓ ବ୍ୟବସାୟିକ ମାନ୍ଦାବସ୍ଥା: ଚିନ୍ତାରେ ସରକାର, ସୁରତ ବୟନ ଶିଳ୍ପରେ କାମ କରୁଥିବା ଓଡିଆଙ୍କ ପାଇଁ ଜୀବନ ଜୀବୀକାର ପ୍ରଶ୍ନ

ଭୁବନେଶ୍ବର୨୧|୮: ଦେଶ ଉପରେ ଅର୍ଥନୈତୀକ ମାନ୍ଦାବସ୍ଥାର ବାଦଲ । ଭାରତୀୟ ଅର୍ଥନୀତିକୁ ୧୦ ଅକ୍ଷର ବିଶିଷ୍ଟ ଶବ୍ଦ ରିସେସନର ଭୟ । ବଜାର ଅବସ୍ଥା ବିଗୁଡୁଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିକମି ଯାଉଛି । ସେପଟେ ସେୟାର ବଜାର ଖସୁଛି ଯେ ଖସୁଛି । ଅଟୋ ବଜାର ବେଶି କ୍ଷତିଗ୍ରସ୍ତ । ଷ୍ଟିଲ ପ୍ଲାଣ୍ଟରେ ପଡିଲାଣି ସଟର । ଏକ ବୃହତ୍ତ ବଜାର ଭାରତରେ ନିବେଶ ଲାଗି, ନିବେଶକଙ୍କ ମନରେ ବି କୁନ୍ଥୁ କୁନ୍ଥୁ ଭାବ ।

ରିଅଲ ଇଷ୍ଟେଟ ବଜାର ଉଠିପାରୁନି । କଫି କାଫେ ଡେର ମାଲିକ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା, ଅନୀଲ ଅମ୍ବାନୀଙ୍କ ଭଳି ଶିଳ୍ପପତିଙ୍କ ଅଧୋଗତି ହେଉ କିମ୍ବା ବ୍ୟାଙ୍କ୍‌ରେ ଏନପିଏ ପରିମାଣ ବୃଦ୍ଧି । ଟେକ୍ସଟାଇଲ, ଟେଲିକମ୍ ଇଣ୍ଟଷ୍ଟ୍ରି ହେଉ କିମ୍ବା ଶିଳ୍ପ ଉତ୍ପାଦନ ସବୁଠି ହ୍ରାସର ସଙ୍କେତ ।ଏପରିକି ଖର୍ଚ୍ଚ କମାଇଲେଣି ସାଧାରଣ ଖାଉଟି। ସାମ୍ପୋ, ସାବୁନ , ପେଷ୍ଟ ବିକ୍ରି ମଧ୍ୟ କମୁଛି ।

ଚାହିଦା ହ୍ରାସ ପଛରେ କାରଣ କ’ଣ ?  କୃଷି ଅର୍ଥନୀତିର ମଜବୁତ ସ୍ଥିତି ବି ସଂକଟରେ । କୃଷି ଓ କୃଷକଙ୍କୁ ଅନେକ ପ୍ରୋତ୍ସାହନ ପ୍ୟାକେଜ ସତ୍ତ୍ୱେ କୃଷିକ୍ଷେତ୍ରରେ ସ୍ଥିତି ସୁଧୁରୁନି । ସବସିଡିର ବୋଝକୁ ବୋହିବାକୁ ସରକାରଙ୍କ ପାଖରେ ସମ୍ବଳର ଅଭାବ ।

ଅର୍ଥମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । ବିଶେଷଜ୍ଞ, ଅର୍ଥନାତିଜ୍ଞ, ରିଜର୍ଭବ୍ୟାଙ୍କ୍ ସମସ୍ତେ ସଜାଗ। ସରକାର କହୁଛନ୍ତି ବଜାର ଉପରେ ନଜର । ସୁଧ ହ୍ରାସ କରି ସର୍ବୋଚ୍ଚ ବ୍ୟାଙ୍କ୍‌ ଦେଇଛି କିଛି ରିହାତି । ଜିଏସଟି  ହ୍ରାସ ସହ ବିକଳ୍ପ ନେଇ ବି ଚିନ୍ତା । ଇଣ୍ଡଷ୍ଟ୍ରି ଲାଗି ନୂଆଦିଲ୍ଲୀ ଦେଇପାରେ ପ୍ୟାକେଜ୍। କାରଣ ୫ ଟ୍ରିଲିୟନର ଟାର୍ଗେଟ୍‌ରେ ସବୁ ହର୍ଡଲ୍ସକୁ କେବଳ ମୁକାବିଲା କରିବାକୁ ହେବନି, ନିଷ୍କ୍ରିୟ କରିବାକୁ ହେବ ।

ଏମିତି ସବୁ ଚର୍ଚ୍ଚାର କାରଣ ହେଲା, ଗଣତନ୍ତ୍ର ଓ ସରକାରଙ୍କ ସ୍ଥିତି ମଜବୁତ ଥିଲା ବେଳେ ଅର୍ଥନୀତିରେ ମାନ୍ଦା ଚିନ୍ତା ବଢାଉଛି । ଏନଡିଏ ଟୁ ସଂଖ୍ୟାଗରିଷ୍ଠତା ସହ ପ୍ରତ୍ୟାବର୍ତ୍ତନ କରିଥିବାରୁ ଅଧିକ ଆଶା ବେଳେ ରିସେସନର କଳାବାଦଲ ସମସ୍ତଙ୍କୁ ବିବ୍ରତ କରୁଛି । ଆସନ୍ତୁ ନଜର ପକାଇବା ବୟନ କ୍ଷେତ୍ରରେ କିଭଳି ମାନ୍ଦା ଅବସ୍ଥା ଦେଇ ଗତି କରୁଛି ଦେଶ…

ଦୁର୍ଦ୍ଦିନରେ ଟେକ୍ସ ଟାଇଲ ଇଣ୍ଡଷ୍ଟ୍ରି । ଯାହା ଥିଲା ସେଥିରୁ ଅଧାରୁ ଅଧିକ ବନ୍ଦ ହେଲାଣି ଆଉ ଯାହା ଚାଲିଛି ତାହାର ଅବସ୍ତା ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ ।ଅର୍ଥ ବ୍ୟବସ୍ଥାର ମାନ୍ଦାବସ୍ଥା ଘାରିଛି ବିଭିନ୍ନ ଶିଳ୍ପକୁ । ପରିବହନର ପ୍ରମୁଖ ମାଧ୍ୟମ ପାଲଟିଥିବା ଅଟୋମୋବାଇଲ ଶିଳ୍ପ ଯେହେତୁ ଏହି ମାନ୍ଦାବସ୍ଥା ଘାରିଛି । ତେଣୁ ଅଟୋମୋବାଇଲ ଶିଳ୍ପ ସହ ଜଡ଼ିତ ଅନ୍ୟାନ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି ।ଆଉ ମାନ୍ଧାବସ୍ଥାରୁ ବାଦ ପଡ଼ିନି ଟେକ୍ସ ଟାଇଲ ଇଣ୍ଡଷ୍ଟ୍ରି…

ଘାରିଲାଣି ମାନ୍ଦାବସ୍ଥା । ଚିନ୍ତାରେ ନେତା ଚିନ୍ତାରେ ଜନତା । କେବଳ ସୌଖୀନ ସାମଗ୍ରୀ ନୁହେଁ ।ବରଂ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣା ମଧ୍ୟ କମିଛି । ଗତ ଦୁଇ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଛୁଇଁଛି ଗାଡ଼ି ମଟର କିଣା । ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ କ୍ରୟରେ ମଧ୍ୟ ହ୍ରାସ ହୋଇଛି । ଏପରିକି ପୁରୁଷ ଅନ୍ତବସ୍ତ୍ର, ହେୟାର ଅଏଲ, ପ୍ରସାଧାନ ସାମଗ୍ରୀ କିଣାରେ ମଧ୍ୟ ହ୍ରାସ ଘଟିଛି ।ଅର୍ଥ ବ୍ୟବସ୍ଥାରେ ଆସିଥିବା ଏହି ମାନ୍ଦାବସ୍ଥା କେବଳ ଆର୍ଥିକଅଭିବୃଦ୍ଧି ରୋକି ନାହିଁ । ବରଂ ଲୋକଙ୍କ ଠାରୁ ରୋଜଗାର ଛଡ଼ାଇ ନେବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରିବାକୁ ଯାଉଛି ।

ଅଟୋମୋବାଇଲ, ରିୟଲ ଇଷ୍ଟେଟ ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟେକ୍ସଟାଇଲ ଇଣ୍ଡଷ୍ଟ୍ରି । ଜିଏସଟି ମାଡ଼ ପରେ ମୁଣ୍ଡ ଟେକି ପାରୁନଥିବା ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ଉପରେ ଏବେ ଆର୍ଥିକ ମାନ୍ଦାବସ୍ଥା ଆହୁରି ଭାରି ପଡ଼ିଛି । ସାରା ଦେଶରେ ପ୍ରାୟ ଏକ ତୃତିୟାଶଂ କାରଖାନା ବନ୍ଦ ହୋଇଯାଇଛି । ଆଉ ଯାହା କିଛି ଚାଲୁଛି ସେଗୁଡ଼ିକ ଋଣ ଭାରରେ ବୁଡ଼ି ରହିଛନ୍ତି ।କଟନ ଓ ବ୍ଲାଂକ୍ସ ସ୍ପାଇନିଙ୍ଗ୍‌ ଶିଳ୍ପର ମଧ୍ୟ ସମାନ ଅବସ୍ଥା ।୨୦୧୦-୧୧ ବର୍ଷରେ ଯେମିତି ଅବସ୍ଥା ଥିଲା ଏବେ ସେମିତି ସ୍ଥିତି ଉପୁଜିଛି । ଟ୍ୟାକ୍ସ ଓ ଜିଏସ୍‌ଟି ବ୍ୟବସ୍ଥା ପାଇଁ ଭୁସୁଡ଼ି ପଡ଼ିଛି ବୟନ ଶିଳ୍ପ ।

ଦେଶର ସବୁଠାରୁ ଅଧିକ ସୂତାକଳ ଥିବା ସୁରତରେ ଅବସ୍ଥା ଶୋଚନୀୟ । ଗତ ୪ରୁ ୫ ବର୍ଷ ହେଲା ସେଠାରେ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି ବୟନ ଶିଳ୍ପ ।୫୦ରୁ ଅଧିକ ମିଲ ମଧ୍ୟ ବନ୍ଦ ହୋଇଯାଇଛି । ପ୍ରତି ବର୍ଷ ଜୁଲାଇ ୧୫ ବେଳକୁ ପିକ୍‌ ପଏଣ୍ଟରେ ଥାଏ ବୟନ ଶିଳ୍ପ । ଏହି ସମୟ କାରବାର ଶୀର୍ଷସ୍ତରରେ ଥାଏ ।କିନ୍ତୁ ଚଳିତ ବର୍ଷ ସିଜିନ ଆରମ୍ଭରୁ ଦେଖାଦେଇଥିଲା ମାନ୍ଦାବସ୍ଥା।ମାନ୍ଦାବସ୍ଥା ସାଙ୍ଗକୁ ଏବେ ଆଉ ଏକ ସଙ୍କଟ ସାଜିଛି ଗୁଜରାଟ ବନ୍ୟା । ବନ୍ୟା ପାଇଁ ମଧ୍ୟ ବେଶ ପ୍ରଭାବିତ ହୋଇଛି ଉତ୍ପାଦନ ।

ଆର୍ଥିକ ମାନ୍ଦାବସ୍ଥା ସହିତ ଅନ୍ୟ କାରଣ ମଧ୍ୟ ବୟନ ଶିଳ୍ପର ଅଧୋଗତି ପାଇଁ କିଛି ମାତ୍ରାରେ ଦାୟି । ଏକଦା ତୁଳାରୁ ସୂତା ତିଆରି ସବୁଠାରୁ କମ୍‌ ଖର୍ଚ୍ଚରେ ହେଉଥିଲା ଆମ ଦେଶରେ । କିନ୍ତୁ ଏବେ ସବୁଠାରୁ ଅଧିକ ଖର୍ଚ୍ଚ ହେଉଛି ଭାରତରରେ । ସର୍ବନିମ୍ନ ମଜୁରୀ ୨୮ % ବଢ଼ିବା ଫଳରେ  ପ୍ରସ୍ତୁତି ଖର୍ଚ୍ଚ ବଢ଼ିଛି । କଠିନ କର ବ୍ୟବସ୍ଥା । ସୂତା ରପ୍ତାନୀରେ ପ୍ରତିବନ୍ଧକ ପ୍ରଭୃତି ଅନ୍ତରାୟ ସୃଷ୍ଟି କରିଛି । କିନ୍ତୁ ମାନ୍ଦାବସ୍ଥା ସତ୍ତ୍ବେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଏବେ ବରଦାନ ସାବ୍ୟସ୍ତ ହୋଇ ପାରେ ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ । କାରଣ ଆମେରିକା ଓ ୟୁରୋପକୁ ଆବଶ୍ୟକତାର ଶତକଡ଼ା ୫୦ ଭାଗ ସୂତା ରପ୍ତାନୀ କରିଥାଏ ଚୀନ । କିନ୍ତୁ ବାଣିଜ୍ୟ ଯୁଦ୍ଧ ପାଇଁ ଏହି ରପ୍ତାନୀ ଏବେ ବନ୍ଦ ରହିଛି । ଯାହାର ଫାଇଦା ନେଇ ପାରିବ ଭାରତ ।

ସୁରତ ବ୍ୟବସାୟୀ ଦୁର୍ଦ୍ଦିନରେ ଗତି କରୁଥିବା ବେଳେ ସଙ୍କଟରେ ସୁରଟ ଓଡ଼ିଆଙ୍କ ଚାକିରି, ହୋଇପାରନ୍ତି ଛଟେଇ ।ସୁରଟ, ଭାରତର ମିନି ଓଡିଶା । ଯେଉଁଠାରେ ହଜାର ହଜାର ଓଡ଼ିଆ ଶ୍ରମିକ କାମ କରନ୍ତି । ଉତ୍ତର ଭାରତ ଟେକ୍ସଟାଇଲ ମିଲସ ଆସୋସିଏସନର କହିବା ମୁତାବକ କେନ୍ଦ୍ରର ଜିଏସଟି ଓ ଅନ୍ୟ କିଛି କାରଣ ଯୋଗୁଁ ଏପ୍ରିଲ-ଜୁନ ସୁଦ୍ଧା ଉତ୍ପାଦନ ହାର ୫୦ ପ୍ରତିଶତ କମିଯାଇଛି | ସ୍ଥିତି ଏମିତି ହୋଇଛି ଯେ ତୁଳା କିଣିବାକୁ କିଛି ମିଲ ମାଲିକଙ୍କ ପାଖରେ ଅର୍ଥ ମଧ୍ୟ ନାହିଁ | ଭାରତୀୟ ଟେକ୍ସଟାଇଲ ଶିଳ୍ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରାୟ ୧୦ କୋଟି ଲୋକଙ୍କୁ ରୋଜଗାର ମିଳୁଛି | କିନ୍ତୁ ସ୍ଥିତି ଯଦି ଏଭଳି ଲାଗିରହେ ତେବେ ବହୁ ସଂଖ୍ୟାରେ ଲୋକ ନିଜ ଚାକିରି ହରଇବେ |
ଦୁର୍ଦିନରେ ବୟନ ଶିଳ୍ପ, ଦୁଃଖରେ ହଜାର ହଜାର ଓଡ଼ିଆ । କିନ୍ତୁ ଗତ ମେକଇନ୍‌ ଓଡ଼ିଶାରେ ବୟନଶିଳ୍ପରେ ବିପୁଳ ସୁଯୋଗ ସୃଷ୍ଟି ହେବ କହି ଚୁପ୍‌ ବସିଛନ୍ତି ରାଜ୍ୟ ସରକାର । ସେପଟେ ରାଜ୍ୟରେ ୨ ଲକ୍ଷ କୋଟି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି ତୈଳ ନିଗମ । ଦେଖାଯାଉ ସରକାରଙ୍କ ଏହି ପ୍ରତିଶ୍ରୁତି ସୁରତ ଓଡ଼ିଆଙ୍କୁ କେତେ ସହାୟ ହେବ

329 Views

   ସମ୍ବନ୍ଧିତ ଖବର