Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଲକ୍ ଡାଉନ୍‌ରେ ମାଲ୍ ପରିବହନ କରୁଥିବା ଗାଡି ଡ୍ରାଇଭର ଏବଂ ହେଲପରମାନଙ୍କୁ ବୀମା କଭର !

24/04/2020 at 7:31 PM

ନୂଆଦିଲ୍ଲୀ ୨୪।୪: କେନ୍ଦ୍ର ସରକାରଙ୍କ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କରୋନା ସଙ୍କଟ ଯୋଗୁଁ ଜାରି ରହିଥିବା ଲକ୍ ଡାଉନ୍ ସମୟରେ ମାଲ୍ ପରିବହନ କରୁଥିବା ଗାଡିର ଡ୍ରାଇଭର ଏବଂ ହେଲପରମାନଙ୍କୁ ଫ୍ରଣ୍ଟ ଲାଇନ୍ ଯୋଦ୍ଧା ଭାବରେ ବୀମା ସୁରକ୍ଷା ଯୋଗାଇବାକୁ ଚିନ୍ତା କରୁଛନ୍ତି । ମନ୍ତ୍ରଣାଳୟ ପରିବହନକାରୀଙ୍କୁ ଭରସା ଦେବା ସହ ଏହା ଶୀଘ୍ର ଘୋଷଣା କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛି । ତେବେ ୫ ମାସ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ୭୫ପ୍ରତିଶତ ହ୍ରାସ ସତ୍ତ୍ବେ ଡିଜେଲ ଏବଂ ଟାୟର ମୂଲ୍ୟ ହ୍ରାସ ନହେବା ଅଭିଯୋଗ ଉପରେ ସରକାର ଏବେ କିଛି ଚିନ୍ତା କରୁନାହାନ୍ତି । ପରିବହନକାରୀଙ୍କ ପରିବର୍ତ୍ତନଶୀଳ ମୂଲ୍ୟରେ ଏହି ଦୁଇଟି ଦ୍ରବ୍ୟର ଭାଗିଦାରୀ ୯୦ ପ୍ରତିଶତ ଅଟେ ।

ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରିୟଙ୍କା ଭାରତୀ ପରିବହନ ସଂଗଠନ ସହ ଏକ ବୈଠକରେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ସମୟରେ ଟ୍ରକ୍ ଚଳାଚଳରେ ନିୟୋଜିତ ଡ୍ରାଇଭରମାନଙ୍କୁ ସ୍ବତନ୍ତ୍ର ବୀମା ଯୋଗାଇବା ପାଇଁ ଉପର ସ୍ତରରେ ସହମତ ପ୍ରକାଶ ପାଇଛି । ଯାହାର ଘୋଷଣା ଆଗାମୀ କିଛି ଦିନ ମଧ୍ୟରେ ହୋଇପାରେ । ଅଲ୍ ଇଣ୍ଡିଆ ମୋଟର ପରିବହନ ସଂଘର ସଭାପତି କୁଲତରନ ସିଂ ଅଟୱାଲ କହିଛନ୍ତି ଯେ, ଏହା ଆମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାବି ଥିଲା । ସୁରକ୍ଷା ବୀମା ଯୋଗୁଁ ଏ ପର୍ଯ୍ୟନ୍ତ କାମକୁ ଫେରି ନ ଥିବା ଡ୍ରାଇଭରମାନେ ଉତ୍ସାହିତ ହେବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁକୁ ଯାଇଥିବା ଡ୍ରାଇଭରମାନଙ୍କୁ ନିଜ କର୍ମକ୍ଷେତ୍ରକୁ ଆଣିବା ପାଇଁ ସରକାର କୌଣସି ସଠିକ୍ ରଣନୀତି କରିନାହାଁନ୍ତି । ସେ କହିଛନ୍ତି ଯେ ପ୍ରାୟ ୪୦୦ଟି ଜିଲ୍ଲାରେ ଆର୍ଥିକ କାର୍ଯ୍ୟକଳାପରେ ଆଂଶିକ ଛାଡ୍ ପ୍ରଦାନ କରାଯାଇଛି, କିନ୍ତୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେଉନାହିଁ । ଏହି ବୈଠକରେ କରୋନାର ପ୍ରଭାବ ଶେଷ ନହେବା ପର୍ଯ୍ୟନ୍ତ ସମସ୍ତ ରାଜପଥରେ ଟୋଲ୍ ସଂଗ୍ରହକୁ ସ୍ଥଗିତ ରଖିବାକୁ ଏବଂ ତୁରନ୍ତ ଡିଜେଲ ମୂଲ୍ୟ ହ୍ରାସ କରିବାକୁ ଦାବି କରାଯାଇଥିଲା ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ପାଞ୍ଚ ମାସ ମଧ୍ୟରେ ବ୍ୟାରେଲ ପିଛା ୭୦ ଡଲାରରୁ ୧୬ଡଲାରକୁ ହ୍ରାସ ପାଇଛି । କିନ୍ତୁ ଦେଶରେ ଡିଜେଲ ମୂଲ୍ୟ ହ୍ରାସ ନହେବା ହେତୁ ଟ୍ରକ୍ ଭଡା ବୃଦ୍ଧି ପାଇଛି । ଯାଇଛନ୍ତି ଇଣ୍ଡିଆନ୍ ଫାଉଣ୍ଡେସନ ଅଫ୍ ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଆଣ୍ଡ ଟ୍ରେନିଂର ସଂଯୋଜକ ଏସପି ସିଂ କହିଛନ୍ତି ଯେ ପରିବହନ ଅପରେଟରଙ୍କ ପରିବର୍ତ୍ତନଶୀଳ ମୂଲ୍ୟରେ ଡିଜେଲ ଏବଂ ଟାୟରର ଅଂଶଧନ ୯୦ ପ୍ରତିଶତ ଅଟେ । ଅଶୋଧିତ ଅନୁଯାୟୀ ଡିଜେଲ ଲିଟର ପିଛା ଅତି କମରେ ୧୦-୧୨ ଟଙ୍କା ଶସ୍ତା ହେବା ଉଚିତ୍ । ଟାୟର ମୂଲ୍ୟରେ ଅଶୋଧିତ ମୂଲ୍ୟର ଅନୁପାତ ୧୫-୨୦ ପ୍ରତିଶତ ରହିଥାଏ । ଏମିତିରେ ସରକାର କମ୍ପାନୀମାନଙ୍କୁ ମୂଲ୍ୟ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ପରିବହନ ମନ୍ତ୍ରଣାଳୟ ଡିଜେଲ ମୂଲ୍ୟ ହ୍ରାସର ଦାବିକୁ ନେଇ କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗ ପଠାଯାଇଛି ଏବଂ ସେଠାରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଶିଳ୍ପ ସୂତ୍ର ଅନୁଯାୟୀ, ଲକ୍ ଡାଉନ୍ ସମୟରେ ଟ୍ରକ୍ ଭଡା ୬୦-୭୦% ବୃଦ୍ଧି ପାଇଛି । ସମସ୍ତ ପ୍ରକାରର ମାଲ୍ ପରିବହନ ଛାଡ୍ ପାଇବା ସତ୍ତ୍ବେ ଏପର୍ଯ୍ୟନ୍ତ ୧୦ ପ୍ରତିଶତ ଟ୍ରକ୍ ଚାଲୁଛି ।

   Related Posts