ଏସବିଆଇ ପରି ପୁଣି ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହେବ

Published By : Prameya-News7 Bureau | June 05, 2018 IST

ଏସବିଆଇ ପରି ପୁଣି ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହେବ। ବ୍ୟାଙ୍କ ଅଫ ବରୋଦା,ଆଇଡିବିଆଇ ବ୍ୟାଙ୍କ୍,ଓରିଏଣ୍ଟାଲ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କର ମିଶ୍ରଣ କରିବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର।୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶ୍ରଣ କରି ଏକ ବଡ ବ୍ୟାଙ୍କ ଗଠନ କରାଯିବ।ଏହି ମିଶ୍ରଣ ପଛରେ ଅସଲ କଥାଟି ହେଉଛି ଏହି ୪ଟି ବ୍ୟାଙ୍କ କ୍ଷତିରେ ଚାଲୁଛି।ସେମାନଙ୍କର ମୋଟ କ୍ଷତିର ପରିମାଣ ୨୧ ଲକ୍ଷ ୬୪୬ ହଜାର କୋଟି ଟଙ୍କାରେ ପହଞ୍ଚିଛି।୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶ୍ରଣ କରାଗଲେ ତାହାର ମୋଟ ସମ୍ପତ୍ତି ପରିମାଣ ୧୬ ଲକ୍ଷ୫୮ ହଜାର କୋଟି ଟଙ୍କା ହେବ।ଏସବିଆଇ ପଛକୁ ଏହା ହେବ ଦେଶର ଦ୍ବିତୀୟ ବଡ ବ୍ୟାଙ୍କ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.