Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

‘ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ରତାକୁ ଚେକ୍ ଦେଉଛନ୍ତି ସରକାର’, ଉର୍ଜିତ ପଟେଲଙ୍କ ଆଗୁଆ ପଦ ଛାଡିବାର କାରଣ କହିଲେ ବିରଲ୍ ଆଚାର୍ଯ୍ୟ

28/07/2020 at 5:01 PM

ନୂଆଦିଲ୍ଲୀ, ୨୮|୦୭: ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ନରେନ୍ଦ୍ର ମୋଦୀ ସରକାରର ସମ୍ପର୍କ ଭଲ ନଥିବା ବାରମ୍ବାର ଶୁଣିବାକୁ ମିଳୁଛି । ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ପରେ ଏବେ ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ନିଜ ପୁସ୍ତକରେ ଏକ ବଡ ଖୁଲାସା କରିଛନ୍ତି । ଆରବିଆଇର ସ୍ୱତନ୍ତ୍ରତାକୁ ସରକାର ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ଉର୍ଜତ ପଟେଲଙ୍କୁ ପଦରୁ ହଟାଯାଇଥିବା ସେ ଉଲ୍ଲେଖ କରିଛନ୍ତି ।

ଉର୍ଜିତ ପଟେଲଙ୍କ ଭଳି ବିରଲ ଆଚାର୍ଯ୍ୟ ମଧ୍ୟ ସରକାରଙ୍କ ସହ ଠିକସେ ଖାପ ଖୁଆଇ ନପାରିବାରୁ ସମୟ ପୂର୍ବରୁ ପଦ ଛାଡିଥିଲେ । ସେ ନିଜ ପୁସ୍ତକ କ୍ୱେଷ୍ଟ୍ ଫର୍ ରିଷ୍ଟୋରିଂ ଫାଇନାନସିଆଲ୍ ଷ୍ଟାବିଲିଟି ଇନ୍ ଇଣ୍ଡିଆରେ ମୋଦୀ ସରକାର ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ, ସରକାର ଆରବିଆଇର ସ୍ୱତନ୍ତ୍ରତା ଉପରେ ହସ୍ତକ୍ଷେପ କରି ଦୁର୍ବଳ କରିବାକୁ ଚାହୁଁଛନ୍ତି  ।

ସେ କଣ ପାଇଁ ସମୟ ପୂର୍ବରୁ ନିଜ ପଦ ଛାଡିଲେ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି । ପୁସ୍ତକରେ ତାଙ୍କ ମନ୍ତବ୍ୟ, ଭାଷଣ ଓ ଆରବିଆଇର ମୂଦ୍ରା ନୀତି ଉପରେ କରାଯାଇଥିବା କିଛି ରିସର୍ଚ୍ଚ ମଧ୍ୟ ରହିଛି ।ତାଙ୍କ କହିବାନୁସାରେ, ୨୦୧୭ରୁ ୨୦୧୯ ମଧ୍ୟରେ ଡେପୁଟୀ ଗଭର୍ଣ୍ଣର ଥିବା ବେଳେ କିଛି ନୀତି ପାଇଁ ଦେଶର ଅର୍ଥବ୍ୟବସ୍ଥା ପଛାଇଥିଲା । କେନ୍ଦ୍ର ସରକାର ସୀମା ଲଙ୍ଘୁଛନ୍ତି । ଆରବିଆଇ ଉପରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ତେଣୁ ଉର୍ଜିତ ପଟେଲ ୨୦୧୮ରେ ନିଜ ପଦ ହରାଇଥିଲେ ।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଉର୍ଜିତ ପଟେଲ ନିଜର ପୁସ୍ତକ ଓଭରଡ୍ରାଫ୍ଟ ସେଭିଂ ଦି ଇଣ୍ଡିଆନ ସର୍ଭର ଉନ୍ମୋଚନ କରିଥିଲେ । ସେ ମଧ୍ୟ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ସେ ପୁସ୍ତକରେ ଉଲ୍ଲେଖ କରିଥିଲେ ଯେ, ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ସହ ତାଙ୍କର ମତଭେଦ ରହିଥିଲା ।ଦେଶର ସ୍ଥିତି ଭଲ ନଥିବା ବେଳେ ସରକାର କମ୍ପାନୀମାନଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଥିଲେ ।

   Related Posts