ଡାଲି ଷ୍ଟକ୍ ସୀମା ଧାର୍ଯ୍ୟ କଲେ ସରକାର, ୫ ଟନରୁ ଅଧିକ ଷ୍ଟକ ରଖିପାରିବେନି ଖୁଚୁରା ବେପାରୀ

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୨।୭: ବଜାରରେ ଡାଲି ମୂଲ୍ୟ ବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ସରକାର ମୁଗଡାଲିକୁ ଛାଡି ବାକି ସବୁପ୍ରକାର ଡାଲି ଉପରେ ଷ୍ଟକ ଲିମିଟ୍ ଲାଗୁ କରିଛନ୍ତି। ଦେଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସରକାରଙ୍କ କଟକଣା ଜାରି ପରେ ବ୍ୟବସାୟୀ କୌଣସି ପ୍ରକାର ଡାଲି ଅଥବା ଡାଲିଜାତୀୟ ଉତ୍ପାଦ ଅଧିକ ମହଜୁଦ ରଖିପାରିବେ ନାହିଁ। ଏଥିରେ ସରକାର ଖୁଚୁରା ବ୍ୟବସାୟୀଙ୍କ ଲାଗି ସର୍ବାଧିକ ୫ ଟନ୍‌ ଡାଲି ମହଜୁଦ ରଖିବାକୁ ସୀମା ନିର୍ଦ୍ଧାରଣ କରିଛନ୍ତି। 

{"id":474662,"width":836,"height":522,"sizeSlug":"large","linkDestination":"none"}

ଏହି କଟକଣା ଆମଦାନୀକାରୀ ଓ ପାଇକାରୀ ବ୍ୟବସାୟୀଙ୍କ ଲାଗି ମଧ୍ୟ ପ୍ରଜୁଯ୍ୟ। ତେବେ ସେମାନଙ୍କୁ ସର୍ବାଧିକ ୨ଶହ ଟନ ପର୍ଯ୍ୟନ୍ତ ବିଭିନ୍ନ କିସମର ଡାଲି ଅଥବା ଡାଲିଜାତୀୟ ସାମଗ୍ରୀ ମହଜୁଦ କରିପାରିବେ। ଏଥିରେ କୌଣସି ଗୋଟିଏ ଭେରାଇଟିର ସର୍ବାଧିକ ୧୦୦ ଟନ ଡାଲି ମହଜୁଦ ରହିପାରିବ ବୋଲି ସୂଚିତ କରାଯାଇଛି। ଡାଲି ମିଲଙ୍କ ଲାଗି ମଧ୍ୟ ଏଥିରେ କଟକଣା ରହିଛି। ମିଲମାନଙ୍କୁ ସେମାନଙ୍କ ବାର୍ଷିକ କ୍ଷମତାର ୨୫ ପ୍ରତିଶତରୁ ଅଧିକ ଡାଲି ଅଥବା ଡାଲି ଜାତୀୟ ସାମଗ୍ରୀ ଷ୍ଟକ ନ କରିବା ଲାଗି କୁହାଯାଇଛି।

{"id":474663,"sizeSlug":"large","linkDestination":"none"}

ଡାଲି ଲାଗି ସରକାରଙ୍କ ଷ୍ଟକ ଲିମିଟ୍‌ ଘୋଷଣା ଦିନ ସୁଦ୍ଧା ଯଦି ଖୁଚୁରା ହୁଅନ୍ତୁ କି ପାଇକାରୀ, ଆମଦାନୀକାରୀ ଅଥବା ଡାଲିମିଲ ମାଲିକଙ୍କ ନିକଟରେ ନିର୍ଦ୍ଧାରିତ ସୀମାରୁ ଅଧିକ ଷ୍ଟକ ଥାଏ ସେ ବାବଦେ ଖାଉଟୀ ବ୍ୟାପାର ବିଭାଗଙ୍କ ଅନଲାଇନ ପୋର୍ଟାଲରେ ଘୋଷଣା କରିବାକୁ ହେବ । ସେହିପରି ଆଦେଶ ଅଧିସୂଚନା ପ୍ରକାଶନର ତାରିଖରୁ ୩୦ ଦିନ ମଧ୍ୟରେ ନିର୍ଦ୍ଧାରିତ ସୀମାକୁ ଷ୍ଟକ୍‌ ହ୍ରାସ ଲାଗି ନିର୍ଦ୍ଦେଶ ଦିଆଯାଇଛି।

{"id":474664,"sizeSlug":"large","linkDestination":"none"}

ମନ୍ତ୍ରାଳୟ କହିଛନ୍ତି ଯେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ବଜାରରେ ଡାଲି ମୂଲ୍ୟ ଲଗାତାର ବୃଦ୍ଧି ହୋଇଥିଲା। ଏଣୁ ବଜାରକୁ ସଂକେତ ଦେବା ଲାଗି ସେତେବେଳେ ନୀତିଗତ ନିଷ୍ପତ୍ତିର ଆବଶ୍ୟକତା ଅନୁଭବ କରାଯାଇଥିଲା। ତେବେ ବଜାରରେ ଡାଲି ମୂଲ୍ୟ ଏବେବି ଚଢା ରହିଥିବା ବେଳେ ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିଲା। ଏବେ ସରକାର ଷ୍ଟକ ଦର ଧାର୍ଯ୍ୟ କରିବା ପରେ ମୂଲ୍ୟ ପରିବର୍ତ୍ତନର ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.