Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଲକ୍‌ଡାଉନ୍‌ ସମୟରେ ବଢିଛି ଘରୋଇ ହିଂସା, ୧୧ ଦିନରେ ହେଲ୍ପ ଲାଇନ ନମ୍ବରକୁ ଆସିଛି ୯୨ ହଜାର କଲ୍

8/04/2020 at 4:49 PM

ନୂଆଦିଲ୍ଲୀ ୦୮।୦୪: ଭାରତୀୟ ଚାଇଲ୍ଡ ଲାଇନ୍ ହେଲ୍‌ପଲାଇନ୍ ଗତ ୧୧ ଦିନରେ ନାବାଳିକା ପ୍ରତି  ଦୁର୍ବ୍ୟବହାର ଓ ଘରୋଇ ହିଂସା  ବିରୋଧରେ ସୁରକ୍ଷା ପାଇଁ ୯୨୦୦୦ କଲ୍ସ ଆସିଛି। ଏହି ଲକ୍‌ଡାଉନ୍‌ ସମୟରେ କେବଳ ମହିଳା ନୁହଁ ବରଂ ଘରେ ମଧ୍ୟ ପିଲା ଘରୋଇ ହିଂସାର ଶିକାର ହେଉଛନ୍ତି।

‘ଚାଇଲ୍ଡ ଲାଇନ୍ ୧୦୯୮’ ହେଲ୍ପଲାଇନ ନମ୍ବରରେ ମାର୍ଚ୍ଚ ୨୧ରୁ ୩୧ ମଧ୍ୟରେ ସମଗ୍ର ଦେଶରୁ ଶିଶୁଙ୍କ ପ୍ରତି ନିର୍ଯ୍ୟାତନାର ୩.୦୭ ଲକ୍ଷ କଲ୍ସ ଆସିଛି। ଲକ୍‌ଡାଉନ୍‌ର ପ୍ରଥମ ସପ୍ତାହକୁ ନେଇ ସେଥିରୁ ୩୦ ପ୍ରତିଶତ କଲ୍ସ ଶିଶୁଙ୍କ ବିରୋଧରେ ହେଉଥିବା ଦୁର୍ବ୍ୟବହାର ଓ ହିଂସା ମାମଲା ସାମିଲ। ଭାରତୀୟ ଚାଇଲ୍ସ ଲାଇନର ଉପ ନିର୍ଦ୍ଦେଶକ ହର୍ଲିନ ଓ୍ଵାଲିଆ ଏହି ସୂଚନା ଦେଇଛନ୍ତି।

ଓ୍ଵାଲିଆଙ୍କ ଅନୁଯାୟୀ, ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ ପରେ ଚାଇଲ୍ଡ ହେଲ୍ପ ଲାଇନରେ କଲ୍ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ଘଟିଛି। ଏକ ଜିଲ୍ଲା ଆଧାରିତ ଶିଶୁ ସୁରକ୍ଷା ୟୁନିଟ୍‌ର ଓରିଏବଟେସନ କାର୍ଯ୍ୟକ୍ରମ ସମୟରେ ଏହି ତଥ୍ୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଭାଗ ନେଇଥିଲେ।

କାର୍ଯ୍ୟକ୍ରମରେ କରୋନା ଭାଇରସ୍ ନିୟନ୍ତ୍ରଣ ପାଇଁ ଲାଗୁ ଲକ୍‌ଡାଉନ୍‌ ସମୟରେ ଶିଶୁଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ହିଂସା କେମିତି ହ୍ରାସ ପାଇବ ସେ ନେଇ ଆଲୋଚନା ହୋଇଥିଲା।

ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଶାରୀରିକ ସ୍ଵାସ୍ଥ୍ୟ(୧୧ ପ୍ରତିଶତ କଲ), ବାଳ ଶ୍ରମ(୮ ପ୍ରତିଶତ), ନିଖୋଜ ଓ ପଳାୟନ ଶିଶୁ(୮ ପ୍ରତିଶତ), ବାସହୀନ(୯ ପ୍ରତିଶତ) ଆଦି କଲ୍‌ ଲକ୍‌ଡାଉନ୍‌ ସମୟରେ ଆସିଛି। ଏହା ବ୍ୟତୀତ  ହେଲ୍ପ ଲାଇନରେ କରୋନା ଭାଇରସ୍ ଓ ଅସୁସ୍ଥତା ନେଇ ୨୩୭ ପ୍ରଶ୍ନ ସମ୍ବନ୍ଧିତ ୧୬୭୭ଟି କଲ୍ ମିଳିଛି।

ଓ୍ଵାଲିଆ ପ୍ରସ୍ତାବ ଦେଇଛନ୍ତି ଯେ, ଲକ୍‌ଡାଉନ୍‌ ସମୟରେ ହେଲ୍ପଲାଇନକୁ ଏକ ଆବଶ୍ୟକ ସେବା ଭାବେ ଘୋଷିତ କରାଯାଉ।

ଅନେକ ମହିଳା ଅଛନ୍ତି ଯେଉଁମାନେ ଘରୋଇ ହିଂସାର ଶିକାର ହେଉଛନ୍ତି ଏବଂ ଏହି ଲକ୍‌ଡାଉନ୍‌ ସମୟରେ ସେମାନେ ଆହୁରି ଅସୁରକ୍ଷିତ ହୋଇ ପଡିଛନ୍ତି। ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି ଯେ, ଲକ୍‌ଡାଉନ୍‌ ଲାଗୁ ହେବା ପରଠୁ ଘରୋଇ ହିଂସା ଅଭିଯୋଗ ଅଧିକ ବଢିଛି।

ମାର୍ଚ୍ଚ ୨୪ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ମହିଳା ବିରୋଧୀ ଅପରାଧ ସମ୍ବନ୍ଧିତ ୨୫୭ ଅଭିଯୋଗ ମିଳିଛି। ଏଥିରୁ ୬୯ ଅଭିଯୋଗ ଘରୋଇ ହିଂସା ସମ୍ବନ୍ଧିତ ରହିଛି।

   Related Posts