ଧୂମପାନ ଲାଗି ଆଇନଗତ ବୟସ ସୀମା ବଢିପାରେ ୨୧କୁ, ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି ସରକାର

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୨।୧: ସିଗାରେଟ ଓ ତମାଖୁ ଉତ୍ପାଦ ବିକ୍ରି ଲାଗି କେନ୍ଦ୍ର ସରକାର ବୟସ ସୀମା ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବେ ଦେଶରେ ଏପରି ଉତ୍ପାଦ କ୍ରୟ ଲାଗି ସର୍ବନିମ୍ନ ୧୮ ବର୍ଷ ନିର୍ଦ୍ଧାରିତ ରହିଛି। ତେବ ସରକାର ଏହାକୁ ୨୧ ବର୍ଷ କରିବାକୁ ଯାଉଛନ୍ତି।  ଏଥିଲାଗି ସରକାର ସିଗାରେଟ ଓ ଅନ୍ୟ ତମାଖୁ  ଉତ୍ପାଦ(ପ୍ରୋହିବିସନ ଅଫ ଆଡଭର୍ଟାଇଜ ଏଣ୍ଡ ରେଗୁଲେସନ ଅଫ ଟ୍ରେଡ ଏଣ୍ଡ କମର୍ସ, ପ୍ରଡକ୍ସନ, ସପ୍ଲାଇ ଏଣ୍ଡ ଡିଶ୍ଟ୍ରିବ୍ୟୁସନ) ସଂଶୋଧନ ଅଧିନିୟମ ଆଇନ ୨୦୨୦ ଚିଠାପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି।

{"id":385918,"width":577,"height":405,"sizeSlug":"large","linkDestination":"none"}

ଏଥିରେ ଏଭଳି ସାମଗ୍ରୀ ବିକ୍ରି ଲାଗି ବୟସ ସୀମା ୨୧କୁ ବୃଦ୍ଧି ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଧେୟକର ନୀତି ପ୍ରସ୍ତୁତି କରିଛନ୍ତି। ଯେଉଁଥିରେ ସିଗାରେଟ ଓ ତମାଖୁ ଅଧିନିୟମ ଆଇନ ୨୦୦୩ର ସଂଶୋଧନ ଲାଗି ପ୍ରସ୍ତାବ ରଖାଯାଇଛି। ବିଧେୟକର ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଏଥିରେ ଏପରି କୌଣସି ବ୍ୟକ୍ତିଙ୍କୁ ସିଗାରେଟ ଅଥବା ତମାଖୁ ସାମଗ୍ରୀ କ୍ରୟ ଅଥବା ବିକ୍ରୟ ଲାଗି ଅନୁମତି ରହିବ ନାହିଁ ଯାହାଙ୍କ ବୟସ ୨୧ ବର୍ଷରୁ କମ୍‌। ସେହିପରି କୌଣସି ଶିକ୍ଷାୟତନ (ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷଣ ସଂସ୍ଥାନ)ର ୧୦୦ମିଟର ବ୍ୟାଶାର୍ଦ୍ଧରେ ଏପରି ସାମଗ୍ରୀର ମହଜୁଦ ଓ ବିକ୍ରିରେ ମଧ୍ୟ କଟକଣା ଲାଗିବ।

{"id":385919,"sizeSlug":"large","linkDestination":"none"}

ସେହିପରି ସଂଶୋଧିତ ଆଇନର ଧାରା ୭ରେ ସିଗାରେଟ ଅଥବା ତମାଖୁ ଦ୍ରବ୍ୟର ବାଣିଜ୍ୟ ଓ ବ୍ୟବସାୟୀକ ସିଲ ଅକ୍ଷୁର୍ଣ୍ଣ ଓ ମୂଳ ପ୍ୟାକେଜିଂରେ ରହିବ। କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ଏପରି ଦ୍ରବ୍ୟର ଉତ୍ପାଦନ ଅଥବା ବିତରଣ କରିପାରିବେ ନାହିଁ। ଏପରି ଉତ୍ପାଦର ଉତ୍ପାଦନ ଓ ବିତରଣରେ ପ୍ୟାକେଟରେ ଥିବା ପରିମାଣ ସ୍ପଷ୍ଟ ଉଲ୍ଲେଖ ରହିବ। ସଂଶୋଧିତ ଆଇନର ଏହି ଧାରା ଉଲ୍ଲଂଘନରେ ୨ ବର୍ଷ ଜେଲ ଅଥବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଯଦି ମାମଲାରେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ୫ବର୍ଷ ଜେଲ ଅଥବା ୫ଲକ୍ଷ ଟଙ୍କା ଜରିମାନା ପ୍ରାବଧାନ ରହିଛି।

{"id":385920,"width":578,"height":324,"sizeSlug":"large","linkDestination":"none"}

ସଂଶୋଧିତ ଆଇନ ଦେଶରେ ଏପରି ପଦାର୍ଥର ଉତ୍ପାଦନ ଓ ବିକ୍ରି ହାର ହ୍ରାସରେ ସହାୟକ ହେବ ବୋଲି ଆଶା କରାଯାଇଛି। ଏଥିରେ ଯଦି କୌଣସିଠାରେ କେହି ଧାରା ୭ ଉଲ୍ଲଂଘ କରି ପ୍ରଥମ ଥର ଗିରଫ ହୁଏ ତେବେ ୧ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିବ। ସେହିପରି ଦ୍ୱିତୀୟବାର ଧରାପଡ଼ିଲେ ୨ ବର୍ଷ ଜେଲ ଓ ୧ଲକ୍ଷ ଟଙ୍କା ଜରିମାନା ଏବଂ ବେଆଇନ ସିଗାରେଟ ଓ ତମାଖୁ ଉତ୍ପାଦନ ଲାଗି ୨ ବର୍ଷ ଜେଲ ଓ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିବ।

{"id":385921,"width":577,"height":547,"sizeSlug":"large","linkDestination":"none"}

ସେହିପରି ଆଇନରେ ଏପରି ସାମଗ୍ରୀର ବିଜ୍ଞାପନ ଉପରେ ମଧ୍ୟ କଡାକଟକଣାର ବ୍ୟବସ୍ଥା ମଧ୍ୟ ରହିବ। ଏପରି ସାମଗ୍ରୀକୁ ମାଧ୍ୟମ କରି ବିଜ୍ଞପନ ପ୍ରସ୍ତୁତି ନିଷିଦ୍ଧ ହେବାକୁ ଥିବା ବେଳେ ଏପରି ବିଜ୍ଞାପନରେ ଅଭିନୟ ମଧ୍ୟ ଦଣ୍ଡଭୁକ୍ତ ହେବ। ଯେପରି କେହି ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ସିଗାରେଟ କିମ୍ବା ତମାଖୁ ଉତ୍ପାଦନର ବିକ୍ରି ଓ ବ୍ୟବହାରକୁ ପ୍ରୋତ୍ସାହିତ ନ କରନ୍ତି। ଆଇନରେ ୨୧ ମେ ୨୦୦୩ ଜେନେଭା ରାଜିନାମା ଯାହା ଫେବୃଆରୀ ୨୦୦୫ରୁ  କାର୍ଯ୍ୟକାରୀ ହୋଇଛି ତାକୁ ମଧ୍ୟ ସମ୍ପୃକ୍ତ କରାଯିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.