Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଆଜ ଦର ନେଇ ସରକାରଙ୍କ ବଡ ନିଷ୍ପତ୍ତି: କିଲୋ ପିଛା କମିଲା ଏତିକି ଟଙ୍କା

ନୂଆଦିଲ୍ଲୀ୧୧|୧୦: ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ପିଆଜର ଆବଶ୍ୟକତା ରହିଥାଏ।  କୌଣସି ଏକ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ଲାଗି ପିଆଜ ଦରକାର ହୋଇଥାଏ। କିନ୍ତୁ ଏବେ ପିଆଜ ଦର ବଢ଼ିବା ଘଟଣାକୁ ନେଇ ଗଣମାଧ୍ୟମ ଓ ବିଭିନ୍ନ ଛକ ବଜାରରେ ଆଲୋଚନା କରାଯାଉଛି। ପିଆଜ ଦର ବୃଦ୍ଧି ଯୋଗୁଁ ଖାଉଟିମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏମିତିକି ଅଧିକ ଦର ଯୋଗୁଁ ପିଆଜ ବଜାରରେ ଆଗ ଭଳି ଭିଡ଼ ମଧ୍ୟ ଲାଗୁ ନାହିଁ।

ସାଧାରଣତଃ ପୂର୍ବରୁ ପିଆଜ କିଲୋ ପିଛା ୧୫ରୁ ୨୦ ଟଙ୍କା ହିସାବରେ ବିକ୍ରି ହେଉଥିଲା। କିନ୍ତୁ ଏବେ ପିଆଜ କିଲୋ ୮୦ ଟଙ୍କାରେ ପହଞ୍ଚିଛି। ଏଭଳି ପିଆଜ ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଗତକାଲି ରାତିରେ ପିଆଜ ଦର ଉପରେ ମୋଦି ସରକାର ଏକ ନିଷ୍ପତ୍ତି ନେଇଛନ୍ତି।

ମୋଦି ସରକାରଙ୍କ ନିଷ୍ପତ୍ତି ପରେ ପିଆଜ କିଲୋ ପିଛା ୧୫ ଟଙ୍କା ହ୍ରାସ କରାଯାଇଛି। ବିଭିନ୍ନ ସହରରେ ପିଆଜ କିଲୋ ପିଛା ୫୦ରୁ ୬୦ ଟଙ୍କା କରି ଦିଆଯାଇଛି। ସହରରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ପିଆଜ ଦର ହ୍ରାସ କରିବା ସହ ଗାଁ, ଗହଳିରେ ରହୁଥିବା ଲୋକମାନଙ୍କ ପାଇଁ ମଧ୍ୟ ପିଆଜ ଦରର ହ୍ରାସ କରି ଦିଆଯାଇଛି। ସେମାନଙ୍କୁ ମଧ୍ୟ ସମାନ ଦରର ପିଆଜ ମିଳିବ। ପରବର୍ତ୍ତୀ ସମୟରେ ପିଆଜ ଦର ପୁଣି ହ୍ରାସ କରାଯିବ ବୋଲି  ଅଧିକାରୀମାନେ କହିଛନ୍ତି।

2321 Views

   ସମ୍ବନ୍ଧିତ ଖବର