Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୨୦୨୦ ହେବ ‘ଚନ୍ଦ୍ରଯାନ-୩’ର ବର୍ଷ : ଇସ୍ରୋ ମୁଖ୍ୟ କେ.ଶିବନ

1/01/2020 at 1:34 PM

ବେଙ୍ଗାଲୁରୁ ୦୧।୦୧:  ଚନ୍ଦ୍ରଯାନ-୩କୁ ମିଳିଲା କେନ୍ଦ୍ର ବ୍ୟାବିନେଟ ମଞ୍ଜୁରୀ । ଚନ୍ଦ୍ରଯାନ-୩ ପ୍ରକଳ୍ପକୁ ସରକାରଙ୍କ ମଞ୍ଜୁରୀ ମିଳିଥିବା ନେଇ ବୁଧବାର ଘୋଷଣା କରିଛନ୍ତି ଇସ୍ରୋ ମୁଖ୍ୟ କେ ଶିବନ । ସେହିପରି ତାମିଲନାଡୁରେ ଦ୍ବିତୀୟ ସ୍ପେସ ପୋର୍ଟ ସ୍ଥାପନ କରାଯିବ ବୋଲି କହିଛନ୍ତି ଶିବନ । ତାମିଲନାଡୁର ତୁଠୁକୁଡ଼ିରେ ଏହି କେନ୍ଦ୍ର ପାଇଁ ଜମି ଅଧିକଗ୍ରହଣ ସରିଛି କିଛି ଦିନ ମଧ୍ୟରେ ତାହାର କାମ ଆରମ୍ଭ କରାଯିବ।

୨୦୨୦ ଚନ୍ଦ୍ରଯାନ-୩ ଏବଂ ଗଗନଯାନର ବର୍ଷ ହେବ ବୋଲି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଅଧ୍ୟକ୍ଷ କେ. ଶିବନ।  ନୂଆବର୍ଷ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିବନ କହିଛନ୍ତି। ଭାରତର ଚନ୍ଦ୍ର ଅଭିଯାନର ୩ୟ ସଂସ୍କରଣ ଚନ୍ଦ୍ରଯାନ-୩କୁ ସରକାରଙ୍କ ଦ୍ବାରା ଅନୁମୋଦନ ମିଳିସାରିଛି। ଏହି ଅଭିଯାନ ପାଇଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ମୁନ୍  ମିଶନ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଚନ୍ଦ୍ରଯାନ-୩ ପ୍ରାୟ ଏହାର ପୂର୍ବଜ ଚନ୍ଦ୍ରଯାନ-୨ ସଦୃଶ ହେବ ବୋଲି ସେ କହିଛନ୍ତି।  ଚନ୍ଦ୍ରଯାନ-୨ରେ ଅର୍ବିଟର, ଲ୍ୟାଣ୍ଡର ଏବଂ ରୋଭର ଥିଲା।

ଚନ୍ଦ୍ରଯାନ-୩ରେ ଚଳନଶକ୍ତି ସହିତ ଲ୍ୟାଣ୍ଡିଂ ଏବଂ ରୋଭର ରହିବ। ଇସ୍ରୋ ପାଇଁ ୨୦୨୦ ଘଟଣାବହୁଳ ରହିବ ବୋଲି  ସେ କହିଛନ୍ତି। ଏହା ସହିତ ୨୦୧୯ରେ ଇସ୍ରୋ ପାଇଥିବା ସଫଳତା ଏବଂ ଆଗାମୀ ଯୋଜନା ସମ୍ପର୍କରେ କହିଥିଲେ। ଗଗନଯାନ ପାଇଁ ଜାନୁୟାରୀ ୩ୟ ସପ୍ତାହରେ ୪ ମହାକାଶଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ନେଇ ଯୋଜନା ରହିଛି। ଗଗନଯାନ ଭାରତର ପ୍ରଥମ ମ୍ୟାନ୍  ମିଶନ। ୨୦୨୨ରେ ଏହା ସହିତ ୩ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ ଏବଂ ସେମାନଙ୍କୁ ସୁରକ୍ଷିତ ଫେରାଇ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯ରେ ଆମେ ଇସ୍ରୋର ସାମର୍ଥ୍ୟ ସମ୍ପ୍ରସାରଣ କରିବା ଲାଗି ଯୋଜନା ଥିଲା। ତେଣୁ ତାମିଲନାଡୁର ଥୁଠୁକୁଡ଼ିରେ ୨ୟ ସ୍ପେସ୍  ପୋର୍ଟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଛି।

   Related Posts