ମାଛ ବ୍ୟବସାୟ ଲାଗି ୬୦ ପ୍ରତିଶତ ସବସିଡିରେ ବାଇକ ବାଣ୍ଟିଲେ ସରକାର

Published By : Prameya-News7 Bureau | November 18, 2019 IST

ବାଲେଶ୍ବର୧୮|୧୧: ମାଛକୁ ସତେଜ ରଖି ବିକ୍ରି କରିବା ପାଇଁ ସରକାର ମାଛ ବ୍ୟବସାୟୀଙ୍କୁ ସବସିଡିରେ ଦେଉଛ ବାଇକ୍ ଆଉ ଅଟୋ ରିକ୍ସା । ପ୍ଲାଷ୍ଟିକ ବାକ୍ସ ବି ଦେଉଛନ୍ତି ସରକାର , ଯେଉଥିରେ ମାଛକୁ ବରଫ ସହ ହାଇଜେନିକ୍ କଣ୍ଡିସନରେ ଆଣି ବଜାରରେ ବିକ୍ରୀ କରି ହେବ ।

{"id":186164,"sizeSlug":"large"}

ବାଲେଶ୍ବରର ଦଶ ଜଣ ମତ୍ସ୍ୟଜୀବିଙ୍କୁ ଏହି ସବସିଡି ବାଇକ ପ୍ରଦାନ କରାଯାଇଛି । ଏହି ବାଇକ କିଣିଲେ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ୬୦ପ୍ରତିଶତ ସବସିଡି ରହିଛି । ସେହିପରି ସାଧାରଣ ବର୍ଗଙ୍କ ପାଇଁ ଚାଳିଶ ପ୍ରତିଶତ ସବସିଡି ରହିଛି । 

{"id":186165,"sizeSlug":"large"}

ସରକାରଙ୍କ ନୀଳ ବିପ୍ଳବ ଆନୁକୂଲ୍ୟରେ ଏହି ସବସିଡି ପ୍ରଦାନ କରାଯାଉଛି ।ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

{"id":186166,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.