Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଗଞ୍ଜାମ: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ପ୍ରଦାନ କଲେ ସରକାର

2/01/2021 at 9:04 PM

ଭଞ୍ଜନଗର୨/୧: ଗଞ୍ଜାମ ଜିଲ୍ଲାର ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାର ଗୋଟିଏ ୧୦୮ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି। ଶନିବାର ଗାଲେରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରମୋଦ କୁମାର ନଡିଆ ଭାଙ୍ଗି ଶୁଭ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୧୦୮ କ୍ଳଷ୍ଟର ମୁଖ୍ୟ ପ୍ରଦୀପ କୁମାର ଦାସଙ୍କ ସମେତ ହସ୍ପିଟାଲ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ବହୁଦିନ ଧରି ଏହି ଗାଲେରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଦେବା ପାଇଁ ଅଞ୍ଚଳବାସୀଙ୍କ ଦାବି ରହିଥିଲା। କାରଣ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଗଞ୍ଜାମ କନ୍ଧମାଳ, ଓ ନୟାଗଡ ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି। ୧୦୮  ଅମ୍ବୁଲେନ୍ସ ମିଳିବା ପରେ ଅଞ୍ଚଳର ଜନସାଧାରଣ ଉତ୍ତମସ୍ବାସ୍ଥ୍ୟାସେବା ପାଇପାରିବେ ବୋଲି ଆଶା ରଖିଛନ୍ତି।

   Related Posts