ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତରିତ ଘଟଣା: ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ, ଫାଟକରେ ପଡିଲା ତାଲା

Published By : Prameya-News7 Bureau | December 23, 2020 IST

ଟାଙ୍ଗୀ୨୩/୧୨: କରୋନା ମହାମରୀ ପାଇଁ ଅଖ ଚକବନ୍ଦ ହୋଇଯାଇଥିବା ବେଳେ ଏହାର ଭାରି ପ୍ରଭାବ ଶିକ୍ଷା ଉପରେ ପଡିଛି। କରୋନା କଟକଣା ପାଇଁ ସମସ୍ତ ବିଦ୍ୟାଳୟକୁ ୯ ମାସ ହେଲାଣି ବନ୍ଦ କରାଯାଉଛି। ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ପାଠ ନ ପଢି ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ଏହି କରୋନା କଟକଣା ଭିତରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତରିତ କରିବା ଘଟଣାକୁ ନେଇ ଅବିଭାବକ ମହଲରେ ଘୋର ଅଶାନ୍ତି ଦେଖା ଦେଇଛି। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ କୋଟସାହି ପଞ୍ଚାୟତରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

{"id":381922,"sizeSlug":"large","linkDestination":"none"}

ଏହି ବିଦ୍ୟାଳୟରେ ଚଳିତ ବର୍ଷ ୮୨ ଜଣ ଛାତ୍ରୀ ଥିବାବେଳେ କେଉଁ କାରଣ ପାଇଁ ଟାଙ୍ଗୀ ବିଦ୍ୟାପୀଠକୁ ସ୍ଥାନାନ୍ତରିତ କରାଯିବ ସେନେଇ ଏବେ ବଡ ପଶ୍ନବାଚୀ ସୃଷ୍ଟି ହୋଇଛି। ବି ଇ ଓ ଚନ୍ଦ୍ରଶେଖର ଦଶ ପ୍ରଧାନ ଶିକ୍ଷଯତ୍ରୀଙ୍କୁ ମିଶ୍ରଣ ପାଇଁ କାଗଜପତ୍ର କରିବାକୁ ନିଦ୍ଦେର୍ଶ ଦେଇଥିଲେ। ଏହି ଖବର ପାଇଁ ସ୍ଥାନୀୟ ସରପଞ୍ଚ, ଶିକ୍ଷ୍ୟା କମିଟିର ସଦସ୍ୟ, ଛାତ୍ରୀମାନଙ୍କୁ ନେଇ ଅବିଭାବକମାନେ ଫାଟକରେ ତାଲା ପକାଇବା ସହ ଟାଙ୍ଗୀ କପିଳାସ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇଁ ଘଟଣାସ୍ଥଳରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ପହଞ୍ଚି ତରନ୍ତ ଏହାର ସମାଧାନ କରାଯିବ ବୋଲି ଅବିଭାବକମାନଙ୍କୁ ପ୍ରତିଶୃତି ଦେଲା ପରେ ରାସ୍ତା ଅବରୋଧ ହଟିବା ସହ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.