Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସରକାର ବିନା ଗ୍ୟାରେଣ୍ଟିରେ ଦେଉଛନ୍ତି ଲୋନ୍, ୨୫ ଲକ୍ଷ ଲୋକ କରିଛନ୍ତି ଆବେଦନ, ଜାଣନ୍ତୁ କିପରି ଉଠାଇବେ ଲାଭ…

19/11/2020 at 9:34 AM

ନୂଆଦିଲ୍ଲୀ,୧୯/୧୧: କରୋନା ପାଇଁ ଦେଶର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅନେକ ବ୍ୟକ୍ତି ରୋଜଗାର ହରାଇଛନ୍ତି । ଜୀବିକା ମଧ୍ୟ ହରାଇଛନ୍ତି । ଏହାମଧ୍ୟରେ କେନ୍ଦ୍ର ସରକାର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱନିଧି ଯୋଜନା ଆରମ୍ଭ କରିଛନ୍ତି । କରୋନା ସଙ୍କଟ ମଧ୍ୟରେ ସ୍ୱନିଧୀ ଯୋଜନାର ଲାଭ ଲୋକମାନେ ଉଠାଉଛନ୍ତି ।

ଏହି ଯୋଜନା ଦୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିଲା । ଏହି ଯୋଜନାର ଲାଭ ଉଠାଇବା ପାଇଁ ଏବେସୁଦ୍ଧା ୨୫ ଲକ୍ଷରୁ ଅଧିକ ବ୍ୟକ୍ତି ଆବେଦନ କରିଛନ୍ତି । ୧୨ ଲକ୍ଷ ଲୋକଙ୍କ ଆବେଦନ ଗ୍ରହଣ କରାଯାଇଛି ।  କେବଳ ଉତ୍ତର ପ୍ରଦେଶରେ ହିଁ ୬.୫ ଲକ୍ଷ ଆବେଦନ କରିଛନ୍ତି । ଏହାମଧ୍ୟରୁ ୩.୨୭ ଲକ୍ଷ ଲୋକଙ୍କ ଆବେଦନକୁ ମଞ୍ଜୁରୀ ମିଳିଛି । ୟୁପିରେ ଏହି ଯୋଜନାରେ ସରକାର ଷ୍ଟାମ୍ପ୍ ଶୁଳ୍କ ଛାଡ କରିଛନ୍ତି ।

ସୂଚନାନୁସାରେ, କରୋନା ସଙ୍କଟ ପାଇଁ ଅନେକ ଶିଳ୍ପପତି ଓ ଉଦ୍ୟୋଗୀ ପ୍ରଭାବିତ ହୋଇଛନ୍ତି । ଛୋଟ ଛୋଟ ବ୍ୟବସାୟୀ ଜୀବିକା ହରାଇଛନ୍ତି । ବହୁକଷ୍ଟରେ ଯେଉଁ ଉଠା ଦୋକାନୀ ଓ ଛୋଟ ବ୍ୟବସାୟୀମାନେ ସେମାନଙ୍କ ପରିବାର ଚଳାଉଥିଲେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କ କାରବାର ଆରମ୍ଭ ହୋଇପାରି ନାହିଁ । ଏପରି ବ୍ୟବସାୟୀଙ୍କୁ ପୁଣି ଅଣ୍ଟା ସଳଖି ଛିଡା ହେବା ପାଇଁ କେନ୍ଦ୍ର ସରକାର ସ୍ୱନିଧୀ ଯୋଜନାରେ ଅର୍ଥ ଦେଉଛନ୍ତି । ଏହି ଯୋଜନା ପରେ ବ୍ୟବସାୟୀଙ୍କଠାରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ଯୋଜନାରେ ଉଠା ଓ ରାସ୍ତାକଡ ଦୋକାନୀଙ୍କୁ ୧୦ ହଜାର ଟଙ୍କା ଲୋନ୍ ମିଳିଥାଏ । ଯଦି କରୋନା ପାଇଁ ଆପଣଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି ତେବେ ସରକାର ବିନା ଗ୍ୟାରେଣ୍ଟିରେ ୧୦ ହଜାର ଟଙ୍କା ଯାଏଁ ଲୋନ୍ ଦେବେ ।ଏଥିପାଇଁ ନିକଟସ୍ଥ ବ୍ୟାଙ୍କ୍ ସହ ସମ୍ପର୍କ କରିବାକୁ ପଡିବ ।

ଏହି ଯୋଜନାରେ ୫୦ ଲକ୍ଷ ଲୋକଙ୍କୁ ଲୋନ୍ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଲୋନ୍ ନେବା ପରେ ବ୍ୟବସାୟୀମାନେ ମାସକୁ ମାସ କିସ୍ତୀ ଆକାରରେ ଟଙ୍କା ଫେରାଇବେ । ଠିକ୍ ସମୟରେ କିସ୍ତୀ ପ୍ରଦାନ କଲେ ବାର୍ଷିକ ସୁଧ ଉପରେ ୭ ପ୍ରତିଶତ ସବସିଡି ମଧ୍ୟ ମିଳିବ । ଏହାସହ ୧୨୦୦ ଟଙ୍କାର କ୍ୟାସବ୍ୟାକ୍ ସୁବିଧା ମଧ୍ୟ ରହିଛି ।

   Related Posts