ରାଜ୍ୟର ଜିଏସଟି ବକେୟା ଜାରି କଲେ କେନ୍ଦ୍ର ସରକାର, ପ୍ରଦାନ କଲେ ୩୬୪୦୦ କୋଟି ଟଙ୍କା

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ, ୦୪|୦୬:  କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜିଏସଟି ଭାଗ ବାବଦରେ ୩୬,୪୦୦ କୋଟି ଟଙ୍କା ଜାରି କରିଛନ୍ତି । ଏହି ରାଶି ଡିସେମ୍ବର ୨୦୧୯, ଜାନୁଆରୀ ୨୦୨୦ ଓ ଫେବ୍ରୁଆରୀ ୨୦୨୦ ପାଇଁ ପ୍ରଦାନ କରାଯାଇଛି । ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟ ଜିଏସଟି ବକେୟା ବାବଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । କିଛି ରାଜ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।

କେନ୍ଦ୍ର ସରକାରଙ୍କ ଏହି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ସମସ୍ତ ରାଜ୍ୟ କରୋନା ଭାଇରସ ବିରୋଧରେ ଲଢୁଛନ୍ତି ଓ ରାଜ୍ୟକୁ ଅର୍ଥର ଆବଶ୍ୟକତା ରହିଛି ।  ପୂର୍ବରୁ ୨୦୧୯ ଅବଦ୍ଧି ପାଇଁ କେନ୍ଦ୍ର ସରକାର ମୋଟ ଜିଏସଟି ଅନୁଦାନ ୧,୧୫,୦୯୬ କୋଟି ଟଙ୍କା ଜାରି କରିସାରିଛନ୍ତି ।

କେନ୍ଦ୍ର ସରକାର ରାଜ୍ୟକୁ ଜିଏସଟି ଭାଗ ଦେବା ପୂର୍ବରୁ ଅନେକ ରାଜ୍ୟ ମଦ ଓ ଇନ୍ଧନ ଉପରେ ଟିକସ୍ ବୃଦ୍ଧି କରିଥିଲେ । ଏହାର ଆରମ୍ଭ ଦିଲ୍ଲୀରେ ଆପ୍ ସରକାର କରିଥିଲା । ସେ ମଦରେ ୭୦ ପ୍ରତିଶତ କରୋନା ଟିକସ୍ ଲଗାଇଥିଲେ । ଏହାପରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସରକାର ମଧ୍ୟ ରାଜସ୍ୱ ବୃଦ୍ଧି କରିବା ପାଇଁ ଅତିରିକ୍ତ ଟିକସ୍ ଲଗାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.