Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ସାଢ଼େ ସାତ ଘଣ୍ଟା ଚାଲିଲା ଚାଷୀ-ସରକାରଙ୍କ ଆଲୋଚନା, ପୁଣି ୫ରେ ବୈଠକ: ଏମ୍‌ଏସ୍‌ପିକୁ ନେଇ ଏମିତି କହିଲେ କୃଷି ମନ୍ତ୍ରୀ

3/12/2020 at 8:10 PM

ନୂଆଦିଲ୍ଳୀ ୦୩/୧୨:  ସାଢ଼େ ସାତ ଘଣ୍ଟା ଆଲୋଚନାରୁ ମିଳିଲାନି ନିଷ୍କର୍ଷ । ଗୁରୁବାର ଦିନ ୧୨ରୁ ଏବେ ଯାଏଁ ଚାଲିଥିବା କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ବୈଠକ ସରିଲା କିନ୍ତୁ ସାମଧାନ ସୂତ୍ର ମିଳିଲାନି। ପୁଣିଥରେ ଡିସେମ୍ବର ୫ରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ବୈଠକ ହେବା ନେଇ ସ୍ଥିର ହୋଇଛି। ସେପଟେ ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି କୃଷକ ଓ ସରକାର ନିଜ ନିଜର ପକ୍ଷ ରଖିଛନ୍ତି। କୃଷକଙ୍କ ହିତ ପାଇଁ ସରକାର ପ୍ରତିବଦ୍ଧ। ସରକାର ଖୋଲା ମନରେ କୃଷକ ସଂଗଠନ ସହ ଆଲୋଚନା କରିଛନ୍ତି।

ବୈଠକରେ କୃଷକ ନେତାଙ୍କୁ କୃଷି ମନ୍ତ୍ରୀ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି)ରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ। ନୂଆ କୃଷି ନୀତି ରଦ୍ଦ କରିବାକୁ ନେଇ କୃଷକମାନେ ଦାବି କରୁଥିବା ବେଳେ ଗୁରୁବାର ପୁଣିଥରେ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଗୁରୁବାର ଦିନ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଓ ପଞ୍ଜାବର ସାଂସଦ ତଥା ବାଣିଜ୍ୟ ରାଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଦିଲ୍ଲୀର ବିଜ୍ଞାନ ଭବନରେ ୩୫ କୃଷକ ସଂଗଠନର ପ୍ରତିନିଧିଙ୍କ ସହ ବୈଠକ କରିଥିଲେ।

ବୈଠକରେ ଚାଷୀ ନେତା ନୂଆ କୃଷି ନିୟମ ଫେରାଇବା ପାଇଁ ଏକ ସଂସଦରେ ବିଶେଷ ଅଧିବେଶନ କରିବାକୁ ଦାବି କରିଥିଲେ। ନୂଆ କୃଷି ନିୟମ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ଦାବି ଉପରେ ଚିନ୍ତା କରିବାକୁ ନେଇ ଏକ ସମିତି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ଅସ୍ବିକାର କରିଛି କୃଷକ ସଂଗଠନ। ଏଥି ପାଇଁ ଡିସେମ୍ବର୧ରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା।

   Related Posts