ବଢିଲା ନାଇଟ୍‌ କର୍ଫ୍ୟୁର ଅବଧି, ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ କଟକଣା

Published By : Prameya-News7 Bureau | January 16, 2021 IST

ଜୟପୁର ୧୬।୦୧: କରୋନା ସଂକ୍ରମଣ ସଂଖ୍ୟା କମୁଛି । କିନ୍ତୁ ଏବେବି ଏହି ମହାମାରୀର ଭୟ ରହିଛି । ଯେଉଁଥିଲାଗି ରାଜସ୍ଥାନ ସରକାର ନାଇଟ କର୍ଫ୍ୟୁ ଅବଧିକୁ ବୃଦ୍ଧି କରାଯାଇଛି । ସରକାରଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ଜାରି ରହିବ । ରାଜସ୍ଥାନର ଅଶୋକ ଗେହେଲଟଙ୍କ ସରକାର ରାତି ୮ଟାରୁ ସକାଳ ୬ପର୍ଯ୍ୟନ୍ତ ପୂର୍ବରୁ ନାଇଟ୍‌ କର୍ଫ୍ୟୁ କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକି ଜାନୁଆରୀ ୧୫ଯାଏଁ ଥିଲା । ଏବେ କିନ୍ତୁ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ।

ଖବର ଅନୁଯାୟୀ, ରାଜସ୍ଥାନରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍‌ କର୍ଫ୍ୟୁ ଜାରି କରିଥିଲେ । ସରକାରୀ ଆଦେଶ ମୁତାବିକ, ସଂଧ୍ୟା ୭ଟାରୁ ଦୋକାନ, ବାଣିଜ୍ୟିକ ଅନୁଷ୍ଠାନ ଏବଂ ଅନ୍ୟନ୍ଯା ଯାତାୟତ ଉପରେ କଟକଣା ଲାଗୁ କରାଯାଇଥିଲା । କେବଳେ ଜରୁରୀ ସେବାକୁ ବାଦ୍‌ ଦିଆଯାଇଥିଲା । ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଥିଲେ ରାଜସ୍ଥାନ ସରକାର । ଏହାସହିତ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଫାଇନ୍‌, ବିବାହ –ସାମାଜିକ ସମାରୋହ-ଧାର୍ମିକ ସମାରୋହ-ରାଜନୈତିକ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକଙ୍କ ଉପସ୍ଥିତି ଉପରେ କଟକଣା ଜାରି କରିଥିଲା ।

ଏହିସବୁ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଏବେ ପୁଣି ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଅବଧିକୁ ବୃଦ୍ଧି କରିଛନ୍ତି । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ମାନେ ପୂର୍ବରୁ ପରି ରାତି ୮ଟାରୁ ସକାଳ ୬ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ଜାରି ରହିବ । ପୂର୍ବପରି ଯେପରି ଭାବେ କେବଳ ଜରୁରୀ ସେବାକୁ ଅନୁମତି ଥିଲା । ସେହିପରି ଭାବେ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି । କିନ୍ତୁ ଦୋକାନା ବଜାର ଓ ବାଣିଜିକ୍ୟ ଅନୁଷ୍ଠା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପୂର୍ବପରି ଥିବା କଟକଣା ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.