୩୧ମାର୍ଚ୍ଚକୁ ଘୁଞ୍ଚିଲା ବାର୍ଷିକ ଜିଏସଟି ଦେୟ ଦାଖଲ ତାରିଖ : ବ୍ୟବସାୟୀ ହେଲେ ଖୁସୀ

Published By : Prameya-News7 Bureau | December 08, 2018 IST

ନୂଆଦିଲ୍ଲୀ ୮/୧୨: ସରକାର ବାର୍ଷିକ ଜିଏସଟି ଦେୟ ଜମା କରିବାର ଶେଷତାରିଖ  ୩ ମାସ ବଢ଼ାଇ ୩୧ମାର୍ଚ୍ଚକରିଦେଇଛନ୍ତି। ପ୍ରଥମେ ଏହା ଡିସେମ୍ବର ୩୧ ଥିଲା। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୧.୧୫କୋଟିବ୍ୟବସାୟୀଙ୍କୁ ଆଶ୍ବସ୍ତି ମିଳିଛି। ସେଣ୍ଟ୍ରାଲ୍ ବୋର୍ଡ଼ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡକଷ୍ଟମସ୍ (ସିବିଆଇସି) ଅନୁସାରେ ଜିଏସଟିଆର-୯ , ଜିଏସଟିଆର -୯ଏ ଏବଂ ଜିଏସଟିଆର -୯ସି ୩୧ମାର୍ଚ୍ଚଯାଏଁ ଜମା କରାଯାଇପାରିବ। ଜିଏସଟି ପୋର୍ଟାଲରେ ଖୁବ୍ ଶୀଘ୍ର ଏହି ଫର୍ମ ଉପଲବ୍ଧ ହେବ।

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ( ସିଏଆଇଟି) ଗୁରୁବାର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ଯେ, ବାର୍ଷିକ ଜିଏସଟି ଦେୟ ଦାଖଲ କରିବାର ସମୟସୀମା ବଢ଼ାଯାଉ।ବ୍ୟବସାୟୀଙ୍କ କହିବା ଅନୁସାରେ ବାର୍ଷିକ ଦେୟର ଫର୍ମାଟ କେଉଁଠାରେ ମଧ୍ୟ ଉପଲବ୍ଧ ନଥିଲା। ଏପରି ଅବସ୍ଥାରେବ୍ୟବସାୟୀମାନଙ୍କୁ ୩୧ଡିସେମ୍ବର ମଧ୍ୟରେ ଜମା କରିବା ସମ୍ଭବପର ହୋଇନଥାନ୍ତା।

ଦେଶବ୍ୟାପୀ ଜିଏସଟି ୨୦୧୭ ଜୁଲାଇ ୧ରୁ ଆରମ୍ଭ ହୋଇଥିଲା । ପାଖାପାଖିଦେଢ଼ ବର୍ଷ ପରେ ବ୍ୟବସାୟୀମାନେ ବାର୍ଷିକ ଜିଏସଟି ଦେୟ ଦାଖଲ କରିବେ । ଟ୍ରେଡର୍ସ ଆସୋସିଏସନର କହିବାମୁତାବକ ଏହା ଏକ ନୂଆ ବ୍ୟବସ୍ଥା ହୋଇଥିବାରୁ ବ୍ୟବସାୟୀମାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନହେବାକୁ ପଡ଼ିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.