Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସରକାରୀ କର୍ମଚାରୀଙ୍କୁ ଝଟକା, ସେପ୍ଟେମ୍ବର ୧୫ ସୁଦ୍ଧା ଟିକା ନନେଲେ ବାଧ୍ୟତାମୂଳକ ଛୁଟି

10/09/2021 at 6:57 PM

ଚଣ୍ଡୀଗଡ଼ ୧୦/୦୯: ସରକାରୀ କର୍ମଚାରୀଙ୍କ ପାଇଁ ଡେଡଲାଇନ୍‌ ସେପ୍ଟେମ୍ବର ୧୫। ଏହି ତାରିଖ ସୁଦ୍ଧା ଅତିକମ୍‌ରେ ଟିକାର ଗୋଟିଏ ଡୋଜ୍‌ ନନେଲେ କର୍ମଚାରୀଙ୍କୁ ଛୁଟିରେ ପଠାଇବେ ସରକାର। କିନ୍ତୁ ନିକଟରେ କରୋନା ସଂକ୍ରମିତ ହୋଇଥିବା କର୍ମଚାରୀ ଏହି ନିୟମରୁ ବାଦ ପଡ଼ିବେ। ସେମାନଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ସରକାର କହିଛନ୍ତି।

କରୋନା ବିରୋଧରେ ପଞ୍ଜାବ ସରକାର ଲଢ଼େଇ ଜାରି ରଖିଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ତେବେ କୌଣସି ପ୍ରକାର ସ୍ବାସ୍ଥ୍ୟଗତ କାରଣ ପାଇଁ ଟିକା ନେଉ ନଥିବା ଲୋକଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହା ବ୍ୟତୀତୀ ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ ସେପ୍ଟେମ୍ବର ୧୫ ସୁଦ୍ଧା ଟିକାର ଗୋଟିଏ ଡୋଜ୍‌ ନେବା ବାଧ୍ୟତାମୂଳକ। ଏହି ନିୟମ ନମାନିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ ସରକାର।

ଅନ୍ୟପଟେ ରାଜ୍ୟରେ କରୋନା କଟକଣା ୩୦ ସେପ୍ଟେମ୍ବର ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ପାର୍ବଣକୁ ଦେଖି ଏମିତି ନିଷ୍ପତ୍ତି ହୋଇଥିବା ବେଳେ କୌଣସି ପ୍ରକାର ପୂଜା ଆୟୋଜନରେ ୩୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ।

ସ୍ବାସ୍ଥ୍ୟଗତ ସମସ୍ୟା ବ୍ୟତୀତ ଯଦି ଅନ୍ୟ କୌଣସି ରାଜ୍ୟ ସରକାରଙ୍କ କର୍ମଚାରୀ ଟିକାର ଗୋଟିଏ ବି ଡୋଜ ନେଇନଥିବେ ତେବେ ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

   Related Posts