ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ଲାଗି ଶ୍ରମମନ୍ତ୍ରାଳୟଙ୍କ ଦ୍ୱାରା ଗଠିତ ହେଲା ବିଶେଷଜ୍ଞ କମିଟି

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୩।୬: ସାରା ଦେଶରେ ଶ୍ରମିକଙ୍କ ସର୍ବ ନିମ୍ନ ମଜୁରୀ ନିର୍ଦ୍ଧାରଣ ଲାଗି ସରକାର ଏକ ବିଶେଷଜ୍ଞ ସମୂହ ଗଠନ କରିଛନ୍ତି।  ମାମଲାରେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଏକ ବୟାନ ଜାରି କରିଥିବା ବେଳେ ପ୍ରଫେସର ଅଜିତ ମିଶ୍ରଙ୍କ ନେତୃତ୍ୱରେ କମିଟି ଗଠନ ହୋଇଥିବା ସୂଚିତ କରାଯାଇଛି। ଏଥିରେ ସର୍ବ ନିମ୍ନ ପାରିଶ୍ରମିକ ଧାର୍ଯ୍ୟ କରିବା ନେଇ କମିଟି ବୈଷୟିକ ତଥ୍ୟ ଦେବା ସହ ସୁପାରିଶ କରିବେ।

{"id":460868,"sizeSlug":"large","linkDestination":"none"}

ଜାତୀୟ ସ୍ତରରେ ସର୍ବ ନିମ୍ନ ମଜୁରୀର ତାତ୍ପର୍ଯ୍ୟ ଏପରି ବେତନ ସହ ରହିଛି ଯାହା ସାରା ଦେଶରେ ସବୁ ଶ୍ରେଣୀର ଶ୍ରମିକଙ୍କ ଉପରେ ଲାଗୁ ହେବ। ଏହି କମିଟିର କାର୍ଯ୍ୟକାଳ ଅଧିସୂଚନା ଜାରିର ୩ ବର୍ଷ ପର୍ଯ୍ୟନ୍ତ। ମଜୁରୀ ହାର ଧାର୍ଯ୍ୟ କରିବା ଲାଗି କମିଟି ଅନ୍ତର୍ଜାତୀୟ ସ୍ତରରେ ସର୍ବୋତ୍ତମ ପ୍ରଥାଗୁଡିକର ସମୀକ୍ଷା କରି ମଜୁରୀ ନିର୍ଦ୍ଧାରଣ ଲାଗି ଏକ ବୈଜ୍ଞାନିକ ମାନକ ବିକାଶ କରିବେ।

{"id":460869,"sizeSlug":"large","linkDestination":"none"}

ଇନିଷ୍ଟିଚ୍ୟୁଟ୍ ଅଫ ଇକୋନମିକ ଗ୍ରୋଥର ନିର୍ଦ୍ଦେଶକ ପ୍ରଫେସର ଅଜିତ ମିଶ୍ର ଏହି କମିଟିର ଅଧ୍ୟକ୍ଷତା କରୁଥିବା ବେଳେ ବିଶେଷଜ୍ଞ ସମୂହରେ ଆଇଆଇଏମ କୋଲକାତାର ପ୍ରଫେସର ତାରିକା ଚକ୍ରବର୍ତ୍ତୀ, ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡଇକୋନମିକ ରିସର୍ଚ୍ଚର ସିନିୟର ଫେଲୋ ଅନୁଶ୍ରୀ ସିହ୍ନା, ଯୁଗ୍ମ ଶଚିବ ବିଭା ଭଲ୍ଲା ଓ ଭି.ଭି.ଗିରି ନ୍ୟାସନାଲ ଲେବର ଇନିଷ୍ଟିଚ୍ୟୁଟ୍‌ର ମହାନିର୍ଦ୍ଦେଶକ ଏଚ.ଶ୍ରୀନିବାସ ଆଦି ସଦସ୍ୟ ନିଯୁକ୍ତ ହୋଇଛନ୍ତି। ସେହିପରି ଶ୍ରମ ଓ ରୋଜଗାର ମନ୍ତ୍ରାଳୟଙ୍କ ବରିଷ୍ଠ ଶ୍ରମ ଓ ରୋଜଗାର ପରାମର୍ଶଦାତା ଡି.ପି.ଏସ୍‌ ନେଗୀ କମିଟିର ସଦସ୍ୟ ସଚିବ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.