Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

Indian railwayରେ ହେବ ବଡ ପରିବର୍ତ୍ତନ, ୮ ସର୍ଭିସେସର ବିଲୟକୁ ମିଳିଲା ସରକାରଙ୍କ ମଞ୍ଜୁରୀ

25/12/2019 at 8:28 PM

ନୂଆଦିଲ୍ଲୀ ୨୫।୧୨:  କେନ୍ଦ୍ର ସରକାର ରେଳବାଇରେ ବଡ ଧରଣର ସୁଧାର ପ୍ରୟାସ କରିବାକୁ ଯାଉଛନ୍ତି। ଫଳରେ ରେଳବାଇରେ ପ୍ରଚଳିତ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନହେବ। ଏହା ଦ୍ୱାରା ରେଳବାଇର ପ୍ରଚଳିତ କାର୍ଯ୍ୟଶୈଳୀ ପରିବର୍ତ୍ତନ ଆସିବ ବୋଲି ଜଣାପଡିଛି । ଗତ ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ରେଳବାଇ ସୁଧାର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ ମିଳିଥିଲା। ପ୍ରସ୍ତାବ ଅନୁସାରେ ଏବେ ରେଲୱେ ବୋର୍ଡରେ ୮ ବଦଳେ ରହିବେ ୫ ସଦସ୍ୟ ।

ସେହିପରି ପୃଥକ ପୃଥକ ୮କ୍ୟାଡରକୁ ମିସାଇ ଗୋଟିଏ କ୍ୟାଡର କରାଯିବା ସହ ଏହାକୁ ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ନାମ ଦିଆଯିବ। ନୂଆ ବୋର୍ଡର ୫ ସଦସ୍ୟଙ୍କ ମଧ୍ୟରେ ରେଳବାଇ ଚେୟାରମ୍ୟାନ ମଧ୍ୟ ରହିବେ। ଏଥିରେ ଚେୟାରପର୍ସନ ସିଇଓ ଭାବେ କାର୍ଯ୍ୟ କରିବେ। ଏଥିରେ କିଛି ସ୍ୱତନ୍ତ୍ର ସଦସ୍ୟ ମଧ୍ୟ ରହିବେ।

ସମନ୍ୱିତ ବ୍ୟବସ୍ଥାରେ କାମ ହେବ
ରେଲୱେ ମ୍ୟାନେଜମେଣ୍ଟ ସର୍ଭିସରେ ବ୍ୟବସ୍ଥାର ସମନ୍ୱୟନ କରାଯିବା। ନୂଆ ବୋର୍ଡରେ ଅପରେସନ, ବିଜନେସ୍ ଡେଭଲପମେଣ୍ଟ, ହ୍ୟୁମ୍ୟାନ ରିସୋର୍ସ, ଇନଫ୍ରାଷ୍ଟ୍ରକ୍ଚର ଓ ଫାଇନାନ୍ସ ସମ୍ପର୍କିତ ମେମ୍ବରମାନେ ରହିବେ। ଗତ ଦିନରେ ସରକାର ଗଠନ କରିଥିବା କମିଟି ରେଳବାଇ ବୋର୍ଡରେ ବଡ ଧରଣର ପରିବର୍ତ୍ତନ ଲାଗି ପ୍ରସ୍ତାବ ଦେଇଥିଲେ। ବୋର୍ଡର ପୃଥକ ପୃଥକ ଶାଖା ଯୋଗୁ ତାଳମେଳ ସମ୍ଭବ ହେଉନଥିବା କମିଟି କହିଥିଲେ।

୧୯୦୫ ମସିହାରୁ ଚାଲିଆସୁଥିଲା ବ୍ୟବସ୍ଥା
ଏବେ ରେଳବାଇରେ ୮ ଜଣ ସଦସ୍ୟ ଅଛନ୍ତି। ଯେଉଁମାନେ ନିଜନିଜ ସର୍ଭିସେସର ପ୍ରତିନିଧିତ୍ୱ କରୁଛନ୍ତି। ତେବେ ସବୁ ଲାଗି ଚେୟାରମ୍ୟାନ୍ ଉତ୍ତରଦାୟୀ। ଏହି ବ୍ୟବସ୍ଥା ୧୯୦୫ ମସିହାରୁ ରେଳବାଇରେ ଚଳିଆସୁଛି। ତେବେ ନୂଆ ବ୍ୟବସ୍ଥାରେ ଚେୟାରମ୍ୟାନ୍‌ ସିଇଓ ଭଳି କାର୍ଯ୍ୟ କରିବା ସହ ସବୁ ପ୍ରସଙ୍ଗରେ ଶୀର୍ଷ ପ୍ରାଧିକର୍ତ୍ତା ହେବେ। ଏଥିରୁ ରେଲୱେ ବୋର୍ଡ ଆଗକୁ କୌଣସି କର୍ପୋରେଟ କ୍ଷେତ୍ରର ବୋର୍ଡ ଭଳି ହେବ।

କ୍ୟାଡରଙ୍କ ଟଣାଓଟରା ଯୋଗୁ ଲାଇଚ୍ୟୁତ ହୋଇଥିଲା ଟ୍ରେନ-୧୮ ପ୍ରୋଜେକ୍ଟ
ରେଲୱେ ସର୍ଭିସେସଙ୍କ ମଧ୍ୟରେ ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱୀତା ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବାଧିତ ହୋଇଛି। ଏହାର ସବୁଠୁ ବଡ ଉଦାହରଣ ଭାବେ ଟ୍ରେନ-୧୮ ପ୍ରକଳ୍ପକୁ ନିଆଯାଇପାରେ। ଇଲେକ୍ଟ୍ରିକାଲ ଓ ମେକାନିକାଲ କ୍ୟାଡରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ପ୍ରୋଜେକ୍ଟ ଲଞ୍ଚ ହେବାରେ ବିଳମ୍ବ ହୋଇଥିଲା। ଏଇଭଳି ପ୍ରତିଦ୍ୱନ୍ଦୀତା ଯୋଗୁ ଅନେକ କ୍ଷତି ହୋଇଛି। କେବଳ ଏଥିଯୋଗୁ ୧୯୯୪ ମସିହାରେ ପ୍ରକାଶ ଟଣ୍ଡନ କମିଟି, ୨୦୦୧ରେ ରାକେଶ ମୋହନ କମିଟି, ୨୦୧୨ରେ ଶ୍ୟାମ ପିତ୍ରୋଡା କମିଟି ଓ ସେହିବର୍ଷ ବିବେକ ଦେବରାୟ କମିଟି ସର୍ଭିସେସ୍‌ର ଏକୀକରଣ ଲାଗି ସୁପାରିଶ କରିଥିଲେ।

   Related Posts