Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ଲକ୍‌ଡାଉନ୍‌ରେ ବେରୋଜଗାର ହୋଇଥିବା ୫୦ ପ୍ରତିଶତ ଲୋକଙ୍କୁ ଭତ୍ତା ମିଳିବା ପଥ ପରିଷ୍କାର

12/09/2020 at 5:13 PM

ନୂଆଦିଲ୍ଲୀ ୧୨।୦୯: କରୋନା ସଙ୍କଟରେ ବେରୋଜଗାର କର୍ମଜୀବୀଙ୍କ ପାଇଁ ସରକାର ବହୁତ ଭଲ ଖବର ଦେଇଛନ୍ତି। ଶ୍ରମ ମନ୍ତ୍ରଣାଳୟ ଅଟଲ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ଆଧାରରେ ଭତ୍ତା ଯୋଗାଇ ଦେବା ନିଷ୍ପତ୍ତିକୁ ଅଧିସୂଚିତ କରିଛି। ଏଥିରେ ଇଏସଆଇସି(ESIC)ର ସଦସ୍ୟ କର୍ମଚାରୀଙ୍କୁ ପ୍ରାୟ ୫୦ ପ୍ରତିଶତ ବେରୋଜଗାରୀର ଲାଭ ମିଳିବ। ସରକାରଙ୍କ ଏହି ନିର୍ଣ୍ଣୟରେ ପ୍ରାୟ ୪୦  ଲକ୍ଷ କର୍ମଜୀବୀ ବା ଶ୍ରମିକଙ୍କୁ ଫାଇଦା ମିଳିବ।

ସରକାର ନିୟମକୁ ଆହୁରି ସରଳ କରି କରୋନା ସଙ୍କଟରେ ରୋଜଗାର ବା ଚାକିରି ହରାଇଥିବା ଅଦୌଗିକି କ୍ଷେତ୍ରର କର୍ମଚାରୀଙ୍କୁ ତିନି ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅନଏମ୍ପ୍ଲଏମେଣ୍ଟ ବେନିଫିଟ୍ ଭାବେ ଆର୍ଥିକ ସହାୟତା ଦିଆଯିବ। ଏହି ଫାଇଦା ସେହି କର୍ମଜୀବୀଙ୍କୁ ମିଳିବ ଯାହାଙ୍କ ମାର୍ଚ୍ଚ ୩୧ରୁ ସେପ୍ଟେମ୍ବର ୩୧ ପର୍ଯ୍ୟନ୍ତ ଚାକିରି ଚାଲି ଯାଇଛି। ଅଟଲ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା କର୍ମଚାରୀ ରାଜ୍ୟ ବୀମା ନିଗମ ଅର୍ଥାତ ଇଏସଆଇସି ଦ୍ଵାରା ସଞ୍ଚାଳିତ  ଯୋଜନା। ମହାମାରୀକାଳରେ ଚାକିରି ହରାଇଥିବା ଲୋକଙ୍କୁ ବେରୋଜଗାରୀ ଭତ୍ତା ମିଳିବ। କର୍ମଚାରୀ ରାଜ୍ୟ ନିଗମର କର୍ମଚାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ସେମାନେ ତିନି ମାସ ପାଇଁ ହାରାହାରି ଦରମାର ୫୦ ପ୍ରତିଶତ କ୍ଲେମ କରି ପାରିବେ। ପ୍ରଥମେ ଏହି ସୀମା ୨୫ ପ୍ରତିଶତ ରହିଥିଲା।

କେତେ ପଡିବ ବୋଝ

ଏଥିସହ ଏହି ଯୋଜନାକୁ ୨୦୨୦ ଜୁଲାଇ ୧ରୁ ଆହୁରି ଗୋଟିଏ ବର୍ଷ ପାଇଁ ବଢାଇ ଦିଆଯାଇଛି। ଏହା ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଏହି ଯୋଜନାରେ ୪୧, ୯୫, ୧୭୬ ଶ୍ରମିକଙ୍କୁ ଫାଇଦା ମିଳିବାର ଆଶା କରାଯାଉଛି। ଏହି ଯୋଜନାରେ ଇଏସଆଇସି ଉପରେ ୬୭୧୦.୬୮ କୋଟି ଟଙ୍କାର ବୋଝ ପଡିବ। ଇଏସଆଇସି ଶ୍ରମ ମନ୍ତ୍ରଣାଳୟ ଆଧାରରେ ଅନ୍ତର୍ଗତ ଏକ ସଂସ୍ଥା। ଏହା ୨୧୦୦୦ ଟଙ୍କା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଇଏସଆଇ ସ୍କିମ ଆଧାରରେ ବୀମା ଉପଲବ୍ଧ କରାଯାଉଛି।

   Related Posts