Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସଂକ୍ରମିତଙ୍କ ଚିକିତ୍ସା ପାଇଁ ସରକାରଙ୍କ ନିଷ୍ପତ୍ତି, ଶିଳ୍ପ ପାଇଁ ଅକ୍ସିଜେନ୍‌ ସପ୍ଲାଏ ଉପରେ ଲାଗିଲା ରୋକ୍‌

18/04/2021 at 11:08 PM

ନୂଆଦିଲ୍ଲୀ ୧୮/୪: ଦେଶରେ କରୋନା ସଂକ୍ରମଣ ରେକର୍ଡ  ବ୍ରେକ୍‌ କରୁଥିବା ବେଳେ ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି। ବିଶେଷ କରି ହସ୍ପିଟାଲରେ ଅକ୍ସିଜେନ୍ ଚାହିଦା ପୂରଣକୁ ସରକାର ପ୍ରାଥମିତା ଦେଉଥିବା ଦେଖିବାକୁ ମିଳିଛି। ଶିଳ୍ପକୁ ଅକ୍ସିଜନ୍‌ ସପ୍ଲାଏ ଉପରେ ରୋକ ଲଗାଇଛନ୍ତି ସରକାର। ଅଧିକାରୀଙ୍କ କହିବା ଅନୁସାରେ କେବଳ ୯ ବିଶେଷ ମାମଲାରେ ସରକାର କୋହଳ ହୋଇପାରନ୍ତି।

ଦେଶରେ ରବିବାର ରେକର୍ଡ ୨.୬୧ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ୧୫ ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ ସମେତ ଅନେକ ରାଜ୍ୟରେ ମେଡିକାଲ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ ଏନେଇ ସମୀକ୍ଷା କରିଥିଲେ। ଯେଉଁଥିରେ ୫୦ ହଜାର ମେଟ୍ରିକ୍‌ ଟନ୍‌ ମେଡିକାଲ ଅକ୍ସିଜେନ୍‌ ପ୍ରସ୍ତୁତ ଉପରେ ନିଷ୍ପତ୍ତି ହୋଇଥିଲା। ଏହା ସହ ପିଏମ କେୟାର୍ସ ଫଣ୍ଡ ମାଧ୍ୟମରେ  ୧୦୦ ନୂଆ ହସ୍ପିଟାଲରେ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ଉପରେ ମୋହର ଲଗାଇଥିଲେ ମୋଦୀ ।

ସେପଟେ ଭାରତୀୟ ରେଳ ଦେଶବ୍ୟାପୀ ଲିକ୍ବିଡ୍‌ ମେଡିକାଲ୍‌ ଅକ୍ସିଜେନ୍‌ ଏବଂ ଅକ୍ସିଜେନ୍‌ ସିଲିଣ୍ଡର ପହଞ୍ଚାଇବା ପାଇଁ କିଛି ଦିନ ଭିତରେ ‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌’ ପଠାଇବ। ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଟ୍ବିଟ୍‌ କରି ଲେଖିଥିଲେ, ‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ପାଇଁ ରୋଲ ଅନ୍‌ ରୋଲ୍‌ ଅଫ୍‌ ଅକ୍ସିଜେନ୍‌ ଟ୍ରକ୍‌ ଲୋଡ୍‌ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର କୋଭିଡ-୧୯ ରୋଗୀଙ୍କୁ ଯଥାସମ୍ଭବ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି।’

   Related Posts