Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ହୋମିଓପାଥି ଓ ୟୁନାନି ଚିକିତ୍ସା ଦେଇପାରେ ଲାଭ : କରୋନା ଭାଇରସରୁ ସୁରକ୍ଷା ଲାଗି ସରକାର ଦେଲେ ପରାମର୍ଶ

5/02/2020 at 2:24 PM

ନୂଆଦିଲ୍ଲୀ ୫/୨: ଚୀନର ଉହାନ ସହରରୁ ବ୍ୟାପୁଥିବା କରୋନା ଭାଇରସ୍ ଏବେ ସୁଦ୍ଧା ୧୩୨ଜଣଙ୍କ ଜୀବନ ନେଇସାରିଛି। କରୋନା ଭାଇରସର ଅନେକ ମାମଲା ଚୀନରୁ ବାହାରେ ମଧ୍ୟ ଦେଖିବାକୁ ମିଳିଛି। ଚୀନର ସୀମା ବାହାରେ ଭାଇରସର ଆଶଙ୍କା ବଢ଼ୁଥିବା ଦେଖି ଭାରତୀୟ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରି ଦିଆଯାଇଛି। ଆୟୁଷ ମନ୍ତ୍ରଣାଳୟ ଅନ୍ତର୍ଗତ ରିସର୍ଚ୍ଚ କାଉନସିଲ୍ ଆୟୁର୍ବେଦ,ହୋମିଓପାଥି ଏବଂ ୟୁନାନି ଚିକିତ୍ସାର ଫାଇଦା ବିଷୟରେ କହି ପରାମର୍ଶ ଜାରି କରିଛି।

କରୋନା ଭାଇରସ ପାଇଁ ସାବଧାନତା :

  • ସ୍ବଚ୍ଛ ରୁହନ୍ତୁ ଏବଂ ନିଜ ଆଖପାଖରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖନ୍ତୁ।
  • ପାଖାପାଖି ୨୦ସେକେଣ୍ଡ ଯାଏଁ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
  • ୧ଲିଟର ଗରମ ପାଣି​‌ରେ ମୁସ୍ତା,ପର୍ପତ,ଉଶୀର ଏବଂ ଚନ୍ଦନ ଭଳି ଜିନିଷକୁ ମିଶାଇ ବୋତଲରେ ରଖନ୍ତୁ ଏବଂ ଶୋଷ ଲାଗିଲେ ଏହାକୁ ପିଅନ୍ତୁ।
  • ଆଖି,ନାକ କିମ୍ବା ମୁହଁରେ ହାତ ଲଗାଇବା ପରେ ତୁରନ୍ତ ହାତ ଧୁଅନ୍ତୁ।
  • ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ।
  • କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁରେ ହାତ ରଖନ୍ତୁ। ଏହା ପରେ ସାବୁନରେ ହାତ ଭଲ ଭାବେ ଧୁଅନ୍ତୁ।
  • ସାର୍ବଜନିକ ସ୍ଥଳ ଏବଂ କାର୍ଯ୍ୟସ୍ଥଳ ବ୍ୟତୀତ ବାହାରେ ବୁଲିବା ସମୟରେ ମୁହଁରେ N95 ମାସ୍କ ନିଶ୍ଚୟ ପିନ୍ଧନ୍ତୁ।
  •  କରୋନା ଭାଇରସର ଲକ୍ଷଣ ଦେଖିଲେ ମାସ୍କ ପିନ୍ଧନ୍ତୁ ଏବଂ ନିଜ ଆଖପାଖର ହସ୍ପିଟାଲ ସହ ଯୋଗାଯୋଗ କରନ୍ତୁ।

ଆର୍ୟୁବେଦିକ ଉପାୟ :

  • ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବା ପାଇଁ ସୁସ୍ଥ ଖାଦ୍ୟ ଏବଂ ଜୀବନଶୈଳୀ ଅନୁସରଣ କରନ୍ତୁ।
  • ୫ଗ୍ରାମ୍ ଅଗସ୍ତ୍ୟ ହରିଡ଼ା ପ୍ରତିଦିନ ଦିନରେ ୨ଥର ଗରମ ପାଣି ସହ ପିଅନ୍ତୁ।
  • ଦିନରେ ଦୁଇ ଥର ପ୍ରତିଦିନ ୫୦୦ଗ୍ରାମ୍ ସଂଶମନୀ ବଟୀ ସେବନ କରନ୍ତୁ।
  • ଗୋଲମରିଚ ଏବଂ ଅଦାରୁ ହୋଇଥିବା ୫ଗ୍ରାମ୍ ତ୍ରିକଟୁ ପାଉଡର,୪/୫ଟି ତୁଳସୀ ପତ୍ର ସହ ଗରମ ପାଣିରେ ମିଶାଇ ସେବନ କରନ୍ତୁ।
  • ଅଣୁ ତେଲ ଏବଂ ସିସାମ ତେଲର ଦୁଇ -ଦୁଇ ବୁନ୍ଦା ପ୍ରତିଦିନ ସକାଳେ ନାକରେ ପକାନ୍ତୁ।

ୟୁନାନି ଔଷଧ :

  • ଦିନରେ ଦୁଇ ଥର ପ୍ରତିଦିନ ୧୦ରୁ ୨୦ ଏମଏଲ୍ ଉନ୍ନବ ସର୍ବତ ସେବନ କରନ୍ତୁ।
  • ପ୍ରତିଦିନ ୫ଗ୍ରାମ୍ ତିରୟାକ ନଜଲା ସେବନ କରନ୍ତୁ।
  • ୩-୫ଗ୍ରାମ୍ ଖମୀରା ମରବାରିଦ ପିଅନ୍ତୁ।
  • ରୋଗନ ବବୁନା କିମ୍ବା କଫୁରୀ ବାମରେ ମୁଣ୍ଡ ଏବଂ ଛାତିରେ ମାଲିସ୍ କରନ୍ତୁ।
  • ଅର୍କ ଅଜିବ ୪-୮ବୁନ୍ଦା ସଫା ପାଣିରେ ମିଶାଇ ପିଅନ୍ତୁ।

   Related Posts