Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ସମ୍ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ଦ୍ୱିତୀୟ ସଫଳ ଯକୃତ ପ୍ରତିରୋପଣ ପାଇଁ କଲେ ପ୍ରଶଂସା

1/12/2020 at 1:43 PM

ଭୁବନେଶ୍ୱର,୦୧/୧୨:   ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । କୋଭିଡ୍ ଭଳି ସ୍ଥିତିରେ ବିରଳ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଅପରେସନ କରିଥିବାରୁ ସମ୍ ହସ୍ପିଟାଲକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ସମ୍ ହସ୍ପିଟାଲ ଓ ଏଆଇଜି ହସ୍ପିଟାଲର ମିଳିତ ଭାବେ ସଫଳତାର ସହ ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ କରିଥିବାରୁ ରାଜ୍ୟପାଳ ଡାକ୍ତରୀ ଟିମ୍‌କୁ ସାଧୁବାଦ ଦେଇଛନ୍ତି । 

ସୂଚନାଯୋଗ୍ୟ, ଆଇଏମସ ଆଣ୍ଡ ସମ୍ ହସପିଟାଲରେ ଦ୍ବିତୀୟ ଥର ପାଇଁ ସଫଳତାର ସହ ଲିଭର ପ୍ରତିରୋପଣ କରାଯାଇଛି । ସମ୍ ଏବଂ ହାଇଦ୍ରାବାଦ AIG ହସପିଟାଲର ୫୦ ଜଣିଆ ଡାକ୍ତରୀ ଟିମ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟକୁ ସଫଳତାର ସହ କରି ପାରିଛନ୍ତି। ଏଥିରେ ୭ଟି ବିଭାଗର ଡାକ୍ତର  ନିୟୋଜିତ ହୋଇଥିଲେ। ଦୀର୍ଘ ୧୨ ଘଣ୍ଟା ଅପରେସନ୍ ପରେ ଏବେ ଉଭୟ ଲିଭର ଡୋନର ଏବଂ ରିସିଭର ସୁସ୍ଥ ଥିବା ଜଣାପଡିଛି ।

ଆଇଏମସ ଆଣ୍ଡ ସମ୍ ହସପିଟାଲରେ  ଦ୍ବିତୀୟ ଥର ଲିଭର ଟ୍ରାନ୍‌ସପ୍ଲାଣ୍ଟ ସଫଳତାର ସହିତ ସଂପନ୍ନ ହୋଇଛି। ସମ୍ ହସପିଟାଲ ଏବଂ ହାଇଦ୍ରାବାଦ AIG ହସପିଟାଲର ୫୦ ଜଣିଆ ସ୍ବତନ୍ତ୍ର ଡାକ୍ତର ଟିମ୍ ଏଥିରେ ନିୟୋଜିତ ହୋଇଥିଲେ। ଗତକାଲି ସମ୍ବଲପୁର ଉମେଶ କୁମାର ରାଉତଙ୍କ ଶରୀରରେ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି।

ଉମେଶଙ୍କ ଭଉଣୀ ଅନିତା କୁମାରୀ ଲିଭର ଡୋନେଟ କରି ନିଜ ଭାଇର ଜୀବନ ବଞ୍ଚାଇଛନ୍ତି । ଦୀର୍ଘ ୧୨ ଘଣ୍ଟା ଅପରେସନ୍ ପରେ ଏବେ ଉଭୟ ଉମେଶ ଏବଂ ଅନିତା ସୁସ୍ଥ ଥିବା ଜଣାପଡିଛି । ଏଥିପାଇଁ ଏକାଥରକେ ତିନିଟି ଅପରେସନ ଥିଏଟରର ବ୍ୟବହାର ହୋଇଥିଲା। ଗୋଟିକରେ ଉମେଶ, ଦ୍ବିତୀୟଟିରେ ଅନୀତା କୁମାରୀଙ୍କ ଅପରେସନ ହୋଇଥିଲା। ତୃତୀୟ ଓଟିରେ ଲିଭର୍‌ ଟ୍ରାନସପ୍ଲାଣ୍ଟ ହୋଇଥିଲା । ଅନିତା କୁମାରୀଙ୍କ ଲିଭରରୁ ୬୦ ପ୍ରତିଶତ ଅଂଶ କାଟି ଉମେଶଙ୍କଠାରେ ରୋପଣ କରାଯାଇଛି।

ଆଇଏମସ ଆଣ୍ଡ ସମ୍ ହସପିଟାଲରେ ଦ୍ବତୀୟଥର ସଫଳତାର ସହ ଲିଭର ଟ୍ରାନସପ୍ଲାଣ୍ଟ ସଂପନ୍ନ ହୋଇଛି। ଲିଭର ଡୋନର୍ ଅନିତା କୁମାରୀ ଏବଂ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଉମେଶ କୁମାର ରାଉତ ଅପରେସନ ପରେ ଉଭୟ ସମ୍ପୂର୍ଣ ଫିଟ୍ ଥିବା ଜଣାପଡିଛି।  ଲିଭର ଟ୍ରାନ୍‌ସପ୍ଲାଣ୍ଟ ସଫଳତାରେ ସମ୍ ହସପିଟାଲର ଡାକ୍ତରମାନଙ୍କୁ  ଧନ୍ୟବାଦ ଦେଇଛନ୍ତି ଉମେଶଙ୍କ ଧର୍ମପତ୍ନୀ ଓ ଅନୀତାଙ୍କ ସ୍ବମୀ। ସେହିପରି ଆଇଏମସ ଆଣ୍ଡ ସମ୍ ହସପିଟାଲ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ସେମାନେ ଧନ୍ୟବାଦ ଦେଇଛନ୍ତି ।

ହାଇଦ୍ରାବାଦର ଏ.ଆଇ.ଜି୍ ଏବଂ ସମ୍ ହସପିଟାଲ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି । ଆଗକୁ ଲିଭର ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ କମ୍ ଖର୍ଚ୍ଚରେ କିଭଳି ଭଲ ଚିକିତ୍ସା ଯେଗାଇ ଦେଇ ହେବ ସେନେଇ ଉଭୟ ହସ୍ପିଟାଲ ମଧ୍ୟରେ ଚୁକ୍ତି କରାଯାଇଛି।  

   Related Posts