ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ, ୨୭/୧୧:   କରୋନା ସଂକ୍ରମଣ ବେକାବୁ । ପୁଣି ବଢୁଛି ସଂକ୍ରମଣ । ନ୍ୟୁୟର୍କରେ କରୋନା ବ୍ୟାପିବା ପରେ ଚିନ୍ତା ବଢିଯାଇଛି । ସ୍ଥିତିକୁ ଦେଖି ସ୍ଥାନୀୟ ଗଭର୍ଣ୍ଣର ବିପର୍ଯ୍ୟୟ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି । ପଜିଟିଭିଟି ବଢିବା ସହ ହସ୍ପିଟାଲରେ ଅଧିକ ସଂଖ୍ୟାରେ ରୋଗୀ ଭର୍ତ୍ତି ହୋଇଛନ୍ତି । ଯାହାକୁ ନଜରରେ ରକି ଗଭର୍ଣ୍ଣର ଏପରି ନିଷ୍ପତ୍ତି ନେଇଛନ୍ତି ।

ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋଚୁଲଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁସାରେ, ରାଜ୍ୟରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଭାବିତଙ୍କ ପାଇଁ ସରକାର ନେଉଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଜାନୁଆରୀ ୧୫, ୨୦୨୨ ଯାଏଁ ସାରା ରାଜ୍ୟରେ ଜରୁରୀକାଳିନ ସ୍ଥିତି ଜାରି କରାଯାଉଛି ।

ସୂଚନାଯୋଗ୍ୟ, ଆମେରିକାର ନ୍ୟୁୟର୍କରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୫୭୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ୫୮ ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଲେଣି । ସେହିପରି ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ଉପରେ ରହିଛି । ଏବେବି ୪ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି ।

ତେବେ ମଝିରେ ଏପରି ଗୋଟିଏ ସମୟ ଥିଲା ଯେତେବେଳେ ସ୍ଥିତି ନିୟନ୍ତ୍ରଣରେ ଥିଲା । ଆକ୍ରାନ୍ତ ଓ ସକ୍ରିୟ ମାମଲା କମିଥିଲା । ଏବେ କିନ୍ତୁ ତାର ଓଲଟା ସ୍ଥିତି ଦେଖିବାକୁ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.