ମହାରାଷ୍ଟ୍ରରେ ସରକାର ଗଢିବ ବିଜେପି- ରାଜ୍ୟପାଳ କଲେ ଆମନ୍ତ୍ରଣ

Published By : Prameya-News7 Bureau | November 09, 2019 IST

ମୁମ୍ବଇ - ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ । ଏଥିପାଇଁ ମହାରାଷ୍ଟ୍ର ରାଜ୍ୟପାଳ ବିଜେପିକୁ ଆମନ୍ତ୍ରଣ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ଟି ଆସନ ଜିତିଛି। ବିଜେପି ନିର୍ବାଚନରେ ସର୍ବାଧିକ ଆସନ ଜିତିଛି ।

{"id":178101}


ଏହା ପୂର୍ବୁର ରାଜ୍ୟରେ ବିଜେପିର ସରକାର ଥିଲା । ଶୁକ୍ରବାରରେ ଦେବେନ୍ଦ୍ର ଫଡନାଭିସ୍‌ ରାଜ୍ୟାପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ଭାଜାପାକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ବିଜେପି ସବୁଠାରୁ ବଡ ପାର୍ଟି ହୋଇଥିବାରୁ ରାଜ୍ୟପାଳ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.