ରାସ୍ତାରେ ଗାଡି ଚଳାଇବା ନିୟମରେ ହେଲା ପରିବର୍ତ୍ତନ: ନିୟମ ସମ୍ପର୍କରେ ଭଲଭାବେ ଜାଣନ୍ତୁ, ନହେଲେ ଭୋଗିବେ ଦଣ୍ଡ

Published By : Prameya-News7 Bureau | June 25, 2019 IST

ନୂଆଦିଲ୍ଲୀ ୨୫/୬: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତକାଲି ସନ୍ଧ୍ୟାରେ ମୋଟର ଯାନ ବିଧେୟକ ଚିଠାକୁ ମଞ୍ଜୁରୀ ଦେଇଛନ୍ତି। ଏହି ବିଧେୟକରେ ଯାତାୟାତ ନିୟମର ଉଲ୍ଲଙ୍ଘନରେ ଅଧିକ ଜୋରିମାନା ଦେବାର ବ୍ୟବସ୍ଥା କରାଯାଇଛି। ଏହି ବିଧେୟକରେ ଜରୁରୀକାଳୀନ ଯାନକୁ ରାସ୍ତା ନଛାଡ଼ିଲେ ୧୦ହଜାର ଟଙ୍କାର ଜୋରିମାନା ଦେବାର ବ୍ୟବସ୍ଥା କରାଯାଇଛି। ଅଯୋଗ୍ୟ ଘୋଷିତ ଗାଡ଼ି ଚଲାଉଥିଲେ ୧୦ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିଥାଏ।

ଏହି ବିଧେୟକ ଏହା ପୂର୍ବରୁ ରାଜ୍ୟ ସଭାରେ ଉପସ୍ଥାପିତ କରାଯାଇଥିଲା ଏବଂ ୧୬ ଲୋକସଭା କାର୍ଯ୍ୟକାଳ ସମାପ୍ତ ହେବା ପରେ ଏହା ଅକାମୀ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରିମଣ୍ଡଳର ବୈଠକରେ ମୋଟର ଯାନ ବିଧେୟକ ଚିଠାକୁ ମଞ୍ଜୁରୀ ଦିଆଯାଇଥିଲା। ଏଥିରେ ବିଭିନ୍ନ ଯାତାୟାତ ନିୟମର ଉଲ୍ଲଙ୍ଘନ କଲେ ଅଧିକ ଜୋରିମାନା ଦେବାର ବ୍ୟବସ୍ଥା କରାଯାଇଛି।

ବିଧେୟକରେ ସଡ଼କ ସୁରକ୍ଷା କ୍ଷେତ୍ରରେ ଅତ୍ୟନ୍ତ କଡ଼ା ବ୍ୟବସ୍ଥା ରଖାଯାଇଛି। କିଶୋର କିମ୍ବା ନାବାଳକମାନେ ଗାଡ଼ି ଚଲାଇବା,ବିନା ଲାଇସେନ୍ସ, ବିପଦଜନକ ଭାବେ ଗାଡ଼ି ଚଲାଇବା, ମଦ ପିଇ ଗାଡ଼ି ଚଲାଇବା, ନିର୍ଦ୍ଧାରିତ ସୀମାରୁ ଅଧିକ ବେଗରେ ଗାଡ଼ି ଚଲାଇବା, ନିର୍ଦ୍ଧାରିତ ସଂଖ୍ୟାଠୁ ଅଧିକ ଲୋକଙ୍କୁ ବସାଇ ଅଥବା ଅଧିକ ମାଲ୍ ଲଦି ଗାଡ଼ି ଚଲାଇବା ଭଳି ନିୟମକୁ ଉଲ୍ଲଙ୍ଘନ କରିବା ଦ୍ବାରା କଡ଼ା ଜୋରିମାନାର ବ୍ୟବସ୍ଥା କରାଯାଇଛି।

ସଂଶୋଧିତ ବିଧେୟକରେ ଜରୁରୀକାଳୀନ ଯାନଗୁଡ଼ିକୁ ରାସ୍ତା ନଛାଡ଼ିଲେ ୧୦ହଜାର ଟଙ୍କା ଜୋରିମାନା ଦେବାର ବ୍ୟବସ୍ଥା କରାଯାଇଛି। ଓଲା,ଉବେର ଭଳି ଗ୍ରୃପର ଡ୍ରାଇଭିଙ୍ଗ୍ ଲାଇସେନ୍ସ ନିୟମକୁ ଉଲ୍ଲଙ୍ଘନ କଲେ ୧ଲକ୍ଷ ଟଙ୍କାର ଜୋରିମାନା ହୋଇପାରେ।

ଅଧିକ ବେଗରେ ଗାଡ଼ି ଚଲାଇଲେ ୧୦୦୦ଟଙ୍କା କିମ୍ବା ୨୦୦୦ଟଙ୍କାର ଜୋରିମାନା ଦେବାକୁ ପଡ଼ିଥାଏ। ବିନା ହେଲମେଟ୍ ଗାଡ଼ି ଚଲାଇଲେ ହଜାର ଟଙ୍କାର ଜୋରିମାନା ସହ ୩ମାସ ଯାଏଁ ଲାଇସେନ୍ସ ରଦ୍ଦ କରାଯିବାର ନିୟମ କରାଯାଇଛି।

କିଶୋର କିମ୍ବା ନାବାଳକ ଗାଡ଼ି ଚଲାଉଥିଲେ କିମ୍ବା କୈାଣସି ଅପରାଧ କରିବାର ସ୍ଥିତିରେ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ଦୋଷୀ କୁହାଯିବ ଏବଂ ଗାଡ଼ିର ରେଜିଷ୍ଟେସନ ମଧ୍ୟ ଅକାମର କରାଯିବ। ଏଥିପାଇଁ ୨୫୦୦୦ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.