Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଓଡିଶା ହିନ୍ଦୁ ଦେଵୋତ୍ତର ସଂଶୋଧନ ବିଲ୍ ପାରିତ – ଏଣ୍ଡମେଣ୍ଟ କମିସନରୁ ବାଦ ପଡିଲା ପୁରୀ ଗୋବର୍ଦ୍ଧନ ମଠ

16/11/2019 at 10:07 PM

ଭୁବନେଶ୍ୱର ୧୬।୧୧ – ବିଧାନସଭାରେ ପାରିତ ହୋଇଛି ଓଡିଶା ହିନ୍ଦୁ ଦେଵୋତ୍ତର ସଂଶୋଧନ ବିଲ୍ । ଏଣ୍ଡମେଣ୍ଟ କମିସନରୁ ବାଦ ପଡିଲା ପୁରୀ ଗୋବର୍ଦ୍ଧନ ମଠ । ଏଣିକି ଶଙ୍କରାଚାର୍ଯ୍ୟ ମଠର ପରିଚାଳନା କରିବେ । ସବୁ ମଠରୁ ଗୋବର୍ଦ୍ଧନ ପୀଠ ଭିନ୍ନ । ତେଣୁ ଏହାକୁ ଏହି ସ୍ବତନ୍ତ୍ର ମାନ୍ୟତା ଦିଆଯାଇଛି ।

 ଏଣ୍ଡମେଣ୍ଟ କମିଶନ ଅଧୀନରେ ୧୮ ହଜାର ମଠ ମନ୍ଦିର ରହିଛି। ଦେବୋତ୍ତର ବିଲ୍ ପାସ୍ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଏହା ଏକ ଅର୍ଥ ବିଲ୍ ହୋଇଥିବାରୁ ରାଜ୍ୟପାଳଙ୍କ ଅନୁମୋଦନ ଦରକାର । ନଚେତ୍ ଏହା ଉପରେ ଆଲୋଚନା ହୋଇ ପାରିବ ନାହିଁ ।

ମଠଗୁଡିକ ଆଇନ ଅନୁଯାୟୀ ଆକାଉଣ୍ଟ୍ ଡିଟେଲ ଦେବା ଆବଶ୍ୟକ ଏବଂ ଆୟର ପାଞ୍ଚ ପ୍ରତିଶତ ସରକାରଙ୍କୁ ଦେବା କଥା, କିନ୍ତୁ କେହି ଦେଉ ନାହାନ୍ତି । ଶଙ୍କରାଚାର୍ଯ୍ୟ ମଧ୍ୟ ଆଫିଡେଭିଟ ଅନୁଯାୟୀ କାମ କରୁନାହାଁନ୍ତି ବୋଲି ନରସିଂହ ଅଭିଯୋଗ କରିଛନ୍ତି । ସେପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଏହା କୌଣସି ଅର୍ଥ ବିଲ୍ ନୁହେଁ ।ତେଣୁ ରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ନାହିଁ। ଗୋବର୍ଦ୍ଧନ ମଠରେ ସରକାରଙ୍କ ନୀତି ନିୟମ ଲାଗୁ ହେବ। କିନ୍ତୁ ପୂର୍ବ ଭଳି ଦେବୋତ୍ତର ବିଭାଗକୁ ଆଉ ହିସାବ ଦେବେ ନାହିଁ ।

   Related Posts