Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ପରେ ଚେତିଲା ପ୍ରଶାସନ, ନିଆଁରେ ପୋଡି ଯାଇଥିବା ଗୁରୁତର ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

5/10/2020 at 8:39 PM

ପାଟଣା, ୦୫ ।୧୦:  କେନ୍ଦୁଝର ଜିଲା ପାଟଣା ବ୍ଲକ ପୋଲାଣଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ । ନ୍ୟୁଜ ୭ରେ ଏହି ଖବର ପ୍ରସାରଣ ପରେ ମହିଳାଙ୍କ ପାଖକୁ ଛୁଟିଛି ସରକାରୀ ସହାୟତା ।

ସୂଚନାନୁସାରେ ପାଟଣା ଖଇରନ୍ଧା ସାହିର ବିବାହିତା ମହିଳା ଜୟନ୍ତୀ ମୁଣ୍ଡା ପାରିବାରିକ କଳହକୁ କେନ୍ଦ୍ର କରି ଗତ ସପ୍ଟେମ୍ବର ୨୬ ତାରିଖରେ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନିଜ ସ୍ୱାମୀଙ୍କ ସହିତ ସାମାନ୍ୟ ବଚସାକୁ କେନ୍ଦ୍ରକରି ସେ ଏପରି କରିଥିବା ଜଣାପଡିଥିଲା ।  ପରିବାର ଲୋକେ ଜୟନ୍ତୀଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ  କଟକ ବଡ଼ ମେଡିକାଲକୁ ରେଫର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।

କିନ୍ତୁ ଅର୍ଥ ଅଭାବରୁ ଜୟନ୍ତୀଙ୍କ ସ୍ୱାମୀ ତାଙ୍କୁ ୩ ଦିନ ପରେ ଘରକୁ ଆଣି  ଆସିଥିଲେ। ଏ ଖବର ନ୍ୟୁଜ ସେଭେନରେ ସେପ୍ଟେମ୍ବର ୩୦ ତାରିଖରେ “ଯନ୍ତ୍ରଣାରେ ଛଟପଟ ଜୟନ୍ତୀ, ଚିକିତ୍ସା ରେ ଅର୍ଥ ସାଜିଛି ବାଧକ” ଶୀର୍ଷକରେ ଏକ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ  ନବକିଶୋର ଦାସ ଜୟନ୍ତୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଟ୍ୱିଟ ଯୋଗେ ଜଣାଇଥିଲେ।  

ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦେଶ ପାଇ ରବିବାର ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ  ଡ଼ଃ .ଚନ୍ଦ୍ରଭାନୁ ମହାନ୍ତ ଜୟନ୍ତୀଙ୍କ ଘରେ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଜୟନ୍ତୀଙ୍କୁ ନେଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି।  ଜୟନ୍ତୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ଃ ଅଶୋକ କୁମାର ଦାଶ କହିଛନ୍ତି।

   Related Posts