ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ଅବଧି ବୃଦ୍ଧି, ଅଗଷ୍ଟ ୩୧ ସୁଦ୍ଧା ଦାଖଲ ଲାଗି ସାଧାରଣ ପ୍ରଶାସନ ବିଭାଗର ନୂଆ ନିର୍ଦ୍ଦେଶନାମା

Published By : Prameya-News7 Bureau | July 02, 2021 IST

ଭୁବନେଶ୍ୱର,୦୨/୦୭ :  ବଢିଲା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିବାର କଣ୍ଟ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ସରକାରୀ କର୍ମଚୀରଙ୍କୁ ସମ୍ପତ୍ତି ବାବଦରେ ସମସ୍ତ ତଥ୍ୟ ଜୁନ ୩୦ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇତିଲା । ଯାହାକୁ ବୃଦ୍ଧି କରାଯାଇଛି ।

ବିଜ୍ଞପ୍ତି ଅନୁସାରେ, ପୂର୍ବରୁ ସରକାର ଏପ୍ରିଲ ୧, ୨୦୨୦ରୁ ଡିସେମ୍ବର ୩୧ ମଧ୍ୟରେ ଥିବା ମୋଟ ସମ୍ପତ୍ତିର ସବିଶେଷ ତଥ୍ୟ ପ୍ରଦାନ ପାଇଁ ଜୁନ ୩୦ ଯାଏଁ ସମୟସୀମା ଧାର୍ଯ୍ୟ କରିଥିଲେ । ଏତିନେଇ ପ୍ରଥମେ ଏପ୍ରିଲ ୩୦, ୨୦୨୧ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ଅନେକ କର୍ମଚାରୀ ସେମାନଙ୍କ ସମ୍ପତ୍ତି ବାବଦରେ ତଥ୍ୟ ପ୍ରଦାନ କରିବାରେ ଅସଫଳ ହୋଇଥିଲେ । ତେଣୁ ପୁଣି ସରକାର ସମୟସୀମାରେ ବୃଦ୍ଧି କରିଛନ୍ତି ।

ଏବେ କର୍ମଚାରୀଙ୍କୁ ଅଗଷ୍ଟ ୩୧ ମଧ୍ୟରେ ସମ୍ପତ୍ତିର ତଥ୍ୟ ଦେବାକୁ କୁହାଯାଇଛି । ଏପରିକି ଶେଷ ଦିନକୁ ଅପେକ୍ଷା ନକରି ଯଥାଶୀଘ୍ର ତଥ୍ୟ ପ୍ରଦାନ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.