Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଦଶମ ପାସ୍ ଯୁବକ-ଯୁବତୀଙ୍କୁ ସରକାର ଦେବେ ୨୫ ଲକ୍ଷ ଟଙ୍କା : ଜାଣନ୍ତୁ କିପରି କରିବେ ଆବେଦନ

27/11/2021 at 8:42 AM

ନୂଆଦିଲ୍ଲୀ ୨୭/୧୧:  ବେରୋଜଗାରୀଙ୍କୁ ରୋଜଗାର ପାଇଁ ସରକାର ଦେବେ ଟଙ୍କା । ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଥିବା ବେରୋଜଗାରୀଙ୍କୁ ୨୫ ଲକ୍ଷ ଟଙ୍କାର ଲୋନ୍ ପ୍ରଦାନ କରିବେ  । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ଯୁବ ସ୍ୱରୋଜଗାର ଯୋଜନାରେ ଦିଆଯିବ । ଯେଉଁମାନଙ୍କ ବୟସ ୧୮ରୁ ୪୦ ସେମାନଙ୍କୁ ଏହା ଫାଇଦା ମିଳିବ । ଯୁବକମାନେ ସ୍ୱରୋଜଗାର ଯୋଜନାର ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଏହି ଯୋଜନାରେ ଆବେଦନ କରିବାକୁ ହେଲେ ଯୁବକମାନେ ଅତିକମରେ ଦଶମ ପାସ୍ କରିଥିବା ଆବଶ୍ୟକ । ଏହାସହ କୌଣସି ଯୁବକ ବ୍ୟାଙ୍କ ଦ୍ୱାରା ଦେବାଳିଆ ଘୋଷିତ ହୋଇନଥିବେ । ଯୋଜନାରେ ୨ ପ୍ରକାରର ଲୋନ୍ ପ୍ରଦାନ କରାଯିବ । ଇଣ୍ଡଷ୍ଟ୍ରିଆଲ ସେକ୍ଟର ଓ ସର୍ଭିସ ସେକ୍ଟର ଉଭୟ କ୍ଷେତ୍ର ପାଇଁ ଲୋନ୍ ଦିଆଯିବ ।

ଇଣ୍ଡଷ୍ଟ୍ରିଆଲ ସେକ୍ଟର ବା ଶିଳ୍ପ କ୍ଷେତ୍ର ପାଇଁ ସରକାର ୨୫ ଲକ୍ଷ ଟଙ୍କା ଯାଏଁ ଲୋନ୍ ଦେବେ । ସେହିପରି ସର୍ଭିସ ସେକ୍ଟର ବା ସେବା କ୍ଷେତ୍ର ପାଇଁ ୧୦ ଲକ୍ଷ ଟଙ୍କା ଯାଏଁ ସରକାର ଲୋନ ପ୍ରଦାନ କରିବେ । ଲୋନ ପୂର୍ବରୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଓ ଦସ୍ତାବିଜ ଅନଲାଇନରେ ପ୍ରଦାନ କରିବେ ଲାଭାର୍ଥୀ ।

ଯୋଜନାର ଲାଭ ଉଠାଇବା ପାଇଁ ଉତ୍ତର ପ୍ରଦେଶର ମୂଳ ନିବାସୀ ହୋଇଥିବା ଆବଶ୍ୟକ । ଏହା ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଲୋନ ଯୋଜନାରେ ଲାଭ ଉଠାଇଥିଲେ ସ୍ୱାରୋଜଗାର ଯୋଜନାରେ ଆଉ ସାମିଲ ହୋଇପାରିବେ ନାହିଁ ।

   Related Posts