କୋଭିଡ ପଜିଟିଭ ହେଲେ ଗୌତମ ଗମ୍ଭୀର, ସଂପର୍କରେ ଆସିଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ ଅପିଲ୍

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ ୨୫/୦୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହାସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ମୋ ସହିତ ଯୋଗାଯୋଗରେ ଆସିଛନ୍ତି । ସେମାନେ ଦୟାକରି ନିଜର ପରୀକ୍ଷା କରାଇନିଅନ୍ତୁ ।

wp:html /wp:html

ଗୌତମ ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି ଯେ ସାମାନ୍ୟ ଲକ୍ଷଣ ପାଇବା ପରେ ମୋ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ଯେଉଁମାନେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ସେମାନଙ୍କର ପରୀକ୍ଷା କରନ୍ତୁ । ସୂଚନା ଥାଉକ, ଗତ କିଛି ଦିନ ଧରି ଗୌତମ ଗମ୍ଭୀର କ୍ରମାଗତ ଭାବରେ ହେଡଲାଇନରେ ରହିଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.