Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବିରାଟ ବାହିନୀକୁ ଚାମ୍ପିଅନ୍ ମାନନ୍ତି ନାହିଁ ଗମ୍ଭୀର, ଜାଣନ୍ତୁ କଣ ଏହାର କାରଣ

14/06/2020 at 3:04 PM

ଭୁବନେଶ୍ୱର, ୧୪|୦୬ : ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ବିରାଟ ବାହିନୀ ବାବଦରେ ଏପରି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ଭାରତୀୟ ଖେଳାଳି କଠିନ ପରିସ୍ଥିତିର ସାମ୍ନା କରିବା ପାଇଁ ମାନସିକ ଭାବେ ସେତେ ମାତ୍ରାରେ ଶକ୍ତିଶାଳୀ ନୁହେଁ । ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ ନକଲା ଯାଏଁ ସେ ଦଳକୁ ବିଶ୍ୱ ଚାମ୍ପିଅନ କହିପାରିବେ ନାହିଁ ବୋଲି କହିଛନ୍ତି । ଗତ ବିଶ୍ୱକପରେ ବିରାଟ ବାହିନୀ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା ।

ଭାରତ ୧୯୮୩ ଓ ୨୦୧୧ରେ ଦୁଇଥର ବିଶ୍ୱ ଚାମ୍ପିଅନ ହୋଇଛି । ତେବେ ୪ଥର ଦଳ ସେମିଫାଇନାଲକୁ ବାଦ୍ ପଡିଛି । ୨୦୧୫ରେ ମଧ୍ୟ ଦଳ ସେମିଫାଇନାଲରୁ ବାଦ୍ ପଡିଥିଲା । ଦଳ ୨୦୦୭ ଟି୨୦ ବିଶ୍ୱକପ୍ ଚାମ୍ପିଅନ ହୋଇଥିଲେ ମଧ୍ୟ ୨୦୧୪ରେ କେବଳ ଫାଇନାଲରେ ପହଁଚିବାରେ ସଫଳ ହୋଇଥିଲା ।

ଗମ୍ଭୀର ଷ୍ଟାର୍ ସ୍ପୋର୍ଟସକୁ କହିଛନ୍ତି ଯେ, ଦଳରେ ଜଣେ ଭଲ ଓ ଖେଳାଳି ମଧ୍ୟରେ କଣ ପାର୍ଥକ୍ୟ ଥାଏ ତାହା ଜଣାପଡେ । ଗୁରୁତ୍ୱପୂର୍ଣ୍ଣ ମ୍ୟାଚକୁ ଆପଣ କିପରି ସାମ୍ନା କରନ୍ତି ତାହା ସମସ୍ତେ ଦେଖିଥାନ୍ତି । ଭାରତୀୟ ଦଳ ଚାପରେ ଖେଳିପାରେ ନାହିଁ । ଅନ୍ୟ ଟିମ୍ ଚାପରେ ଥାଇ ମଧ୍ୟ ଭଲ ଖେଳନ୍ତି ।

ସେ ଆହୁରି କହିଛନ୍ତି ଯେ, ଦଳ ନକଆଉଟ୍ ପର୍ଯ୍ୟାୟରେ ଅନେକ ସମୟରେ ବିଫଳ ହେଉଛି । ଏହା ମାନସିକ ସ୍ଥିତି ସହ ଜଡିତ । ଗମ୍ଭୀର ସେହି ଦଳର ସଦସ୍ୟ ଥିଲେ ଯେଉଁ ଦଳ ୨୮ ବର୍ଷ ପରେ ବିଶ୍ୱକପ୍ ଜିତିଥିଲା ।

   Related Posts