ଆଫ୍ରିଦିଙ୍କୁ ଗମ୍ଭୀରଙ୍କ ଜବାବ, ନିଜ ବୟସ ମନେ ରଖୁନଥିବା ଖେଳାଳି ରେକର୍ଡ କେମିତି ମନେ ରଖିବ?

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ, ୧୮|୦୪:  ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବ୍ୟାଟସମ୍ୟାନ ସାହିଦ ଆଫ୍ରିଦିଙ୍କୁ  ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର । ନିକଟରେ ଆଫ୍ରିଦି ଗମ୍ଭୀରଙ୍କୁ କଟାକ୍ଷ କରିଥିଲେ । ଗମ୍ଭୀରଙ୍କ ନାମରେ କିଛି ରେକର୍ଡ ନାହିଁ । ସେ ଖେଳି ଜାଣି ନାହାଁନ୍ତି, କେବଳ କଥା କୁହନ୍ତି ବୋଲି ଆଫ୍ରିଦି କହିଥିଲେ । ଏହାର ଜବାବ ଆଜି ଗମ୍ଭୀର ଦେଇଛନ୍ତି ।

ଏହାର ଜବାବ ଦେଇ ଗମ୍ଭୀର କହିଛନ୍ତି ଯେ, ଆଫ୍ରିଦି ନିଜର ବୟସ ମନେ ରଖି ପାରନ୍ତି ନାହିଁ । ଏହା ବଡ କଥା ନୁହେଁ । ୨୦୦୭ ଟି୨୦ ଭାରତ-ପାକ୍ ମ୍ୟାଚରେ ସେ ୫୪ ବଲରୁ ୭୫ ରନ କରିଥିଲେ । କିନ୍ତୁ ଆଫ୍ରିଦି ମାତ୍ର ୦ରେ ଆଉଟ ହୋଇଥିଲ । ଖାତା ମଧ୍ୟ ଖୋଲିପାରି ନଥିଲେ । ସବୁଠାରୁ ବଡ କଥା ଭାରତ ବିଶ୍ୱକପ ଜିତିଥିଲା । ଏହାସହ ସେ ମିଛୁଆ, ଠକ ଓ ଦେଶଦ୍ରୋହୀଙ୍କୁ ବିରୋଧ କରନ୍ତି ବୋଲି କହିଛନ୍ତି ।

ଅନେକ ଥର ଷ୍ଟାଡିୟମରେ ଆଫ୍ରିଦି ଓ ଗମ୍ଭୀର ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ସମାଲୋଚନା କରିଥାନ୍ତି ।

wp:core-embed/twitter {"url":"https://twitter.com/GautamGambhir/status/1251440950175584258?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1251440950175584258\u0026ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-gautam-gambhir-to-shahid-afridi-someone-who-does-not-remember-his-age-how-will-he-remember-my-records-3028504.html","type":"rich","providerNameSlug":"twitter","className":""}
https://twitter.com/GautamGambhir/status/1251440950175584258?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1251440950175584258&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-gautam-gambhir-to-shahid-afridi-someone-who-does-not-remember-his-age-how-will-he-remember-my-records-3028504.html
/wp:core-embed/twitter

କଣ କହିଥିଲେ ଆଫ୍ରିଦି

ଆଫ୍ରିଦି ନିଜ ଅଟୋବାୟୋଗ୍ରାଫୀ ‘ଗେମ୍ ଚେଞ୍ଜର’ରେ କହିଥିଲେ ଯେ, ଗମ୍ଭୀରଙ୍କ ନାମରେ କୌଣସି ବଡ ରେକର୍ଡ ନାହିଁ । କିନ୍ତୁ ସେ ନିଜକୁ ବ୍ରାଡମ୍ୟାନ୍ ଓ ଜେମ୍ସ ବଣ୍ଡ ବାବିଥାନ୍ତି । ତାଙ୍କ ବ୍ୟବହାରରେ ମଧ୍ୟ ସମସ୍ୟା ରହିଛି । ତାଙ୍କର କୌଣସି ବ୍ୟକ୍ତିତ୍ୱ ନାହିଁ । ସେ କିଛି ରେକର୍ଡ କରିନାହାଁନ୍ତି । କେବଳ ଡ୍ରାମା କରିଥାନ୍ତି ।ସେ ନିଜ ବହିରେ ଗମ୍ଭୀରଙ୍କ ସହ ଷ୍ଟାଡିୟମରେ ହୋଇଥିବା ବିତର୍କକୁ ମଧ୍ୟ ଉଲ୍ଲେଖ କରିଥିଲେ । ତାଙ୍କ କହିବାନୁସାରେ, ୨୦୦୭ରେ ଭାରତରେ ଖେଳାଯାଇଥିବା ଦିନିକିଆରେ ଗମ୍ଭୀରଙ୍କ ସହ ଝଗଡା ହୋଇଥିଲା । ସେହି ସମୟରେ ଉଭୟ ଉଭୟଙ୍କ ଗାଳିଗୁଲଜ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.