Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଭାରତୀୟ ଖେଳାଳିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଲେ ଆଫ୍ରିଦି: ସେହ୍ୱାଗ, ଗମ୍ଭୀର ଓ ଇରଫାନଙ୍କୁ କଲେ ସମାଲୋଚନା

17/04/2020 at 4:39 PM

ଲାହୋର, ୧୭|୦୪: ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦି ଆଫ୍ରିଦି ଗତ କିଛିଦିନ ଧରି ବିବାଦୀୟ ବୟାନ ଦେଉଛନ୍ତି । ଏବେ ସେ ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି । ଅନେକ ଥର ଷ୍ଟାଡିୟମରେ ଗମ୍ଭୀର ଓ ଆଫ୍ରିଦିଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥାଏ । ଏପରିକି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଉଭୟେ ଉଭୟଙ୍କୁ ଟାର୍ଗେଟ୍ କରିଥାନ୍ତି ।

ଆଫ୍ରିଦି ନିଜ ଅଟୋବାୟୋଗ୍ରାଫୀ ‘ଗେମ୍ ଚେଞ୍ଜର’ରେ କହିଛନ୍ତି ଯେ, ଗମ୍ଭୀରଙ୍କ ନାମରେ କୌଣସି ବଡ ରେକର୍ଡ ନାହିଁ । କିନ୍ତୁ ସେ ନିଜକୁ ବ୍ରାଡମ୍ୟାନ୍ ଓ ଜେମ୍ସ ବଣ୍ଡ ବାବିଥାନ୍ତି । ତାଙ୍କ ବ୍ୟବହାରରେ ମଧ୍ୟ ସମସ୍ୟା ରହିଛି । ତାଙ୍କର କୌଣସି ବ୍ୟକ୍ତିତ୍ୱ ନାହିଁ । ସେ କିଛି ରେକର୍ଡ କରିନାହାଁନ୍ତି । କେବଳ ଡ୍ରାମା କରିଥାନ୍ତି ।

ସେ ନିଜ ବହିରେ ଗମ୍ଭୀରଙ୍କ ସହ ଷ୍ଟାଡିୟମରେ ହୋଇଥିବା ବିତର୍କକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ତାଙ୍କ କହିବାନୁସାରେ, ୨୦୦୭ରେ ଭାରତରେ ଖେଳାଯାଇଥିବା ଦିନିକିଆରେ ଗମ୍ଭୀରଙ୍କ ସହ ଝଗଡା ହୋଇଥିଲା । ସେହି ସମୟରେ ଉଭୟ ଉଭୟଙ୍କ ଗାଳିଗୁଲଜ କରିଥିଲେ । ଆଫ୍ରିଦି ବିରେନ୍ଦ୍ର ସେହ୍ୱାଗ ମଧ୍ୟ ମିଡିଆରେ ପାକିସ୍ତାନ ବିରୋଧରେ କହୁଥିବା ବହିରେ ଉଲ୍ଲେଖ କରିଛନ୍ତି । ଏହାସହ ସେ ଇରଫାନ ପଠାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।

ତେବେ ସେ ଭାରତୀୟ ଦଳର ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସା କରିଛନ୍ତି । ସଚିନଙ୍କ ଟେକନିକ୍ ଉଚ୍ଚ କୋଟୀର । ସେ ଶ୍ରୀଲଙ୍କା ବିରୋଧରେ ସଚିନଙ୍କ ବ୍ୟାଟରେ ହିଁ ୩୭ ବଲରୁ ଶତକ ଲଗାଇଥିଲେ ବୋଲି କହିଛନ୍ତି ।

   Related Posts