ଗମ୍ଭୀର କହିଲେ ପନ୍ଥ ନୁହଁ ଏହି ଦିଗ୍ଗଜଙ୍କୁ କର ଆଗାମୀ ୱିକେଟ୍ କିପର, ଲାଭବାନ ହେବ ଟିମ

Published By : Prameya-News7 Bureau | July 21, 2019 IST

ନୂଆଦିଲ୍ଲୀ:  ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ୱିକେଟ୍ କିପର ଓ ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନୀ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବେନି। ଏହା ନିଶ୍ଚିତ ହୋଇଯାଇଥିବା ବେଳେ ତାଙ୍କ ସ୍ଥାନରେ ଚୟନ କର୍ତ୍ତା ଋଷଭ ପନ୍ଥଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସାମିଲ କରିଛନ୍ତି। ସେହିପରି ଏକ୍ସଟ୍ରା ୱିକେଟ୍ କିପର ଭାବେ ରିଦ୍ଦିମାନ ଶାହଙ୍କ ନାମ ଶୁଣିବାକୁ ମିଳୁଛି। ତେବେ କ୍ରିକେଟର ଗୌତମ ଗମ୍ଭୀର ଏଭଳି ଜଣେ କ୍ରିକେଟରଙ୍କ ନାମ ପ୍ରସ୍ତାବ କରିଛନ୍ତି ଯାହାଙ୍କୁ ଗ୍ରୁମିଂ କରାଗଲେ ଧୋନୀଙ୍କ ସ୍ଥାନ ନେଇ ପାରିବେ ବୋଲି ଏକ ଟେଲିଭିଜନ ସାକ୍ଷାତକାରରେ ଆଶାବ୍ୟକ୍ତ କରିଛନ୍ତି।

{"id":136108}

ଗମ୍ଭୀରଙ୍କ ଅନୁସାରେ ଧୋନୀ କେବଳ ଜଣେ ଦକ୍ଷ ଖେଳାଳି ନହଁନ୍ତି ଖେଳାଳିଙ୍କ ଭଲ ପରିକ୍ଷକ ମଧ୍ୟ। ଅତୀତରେ ସେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ଥିଲେ। ଜଣେ ଭରସା ଯୋଗ୍ୟ ବ୍ୟାଟସମ୍ୟାନ ମଧ୍ୟ । ଏବେ ତାଙ୍କର କ୍ରିକେଟରୁ ସନ୍ୟାସ ନେବାର ସମୟ ଆସି ସାରିଲାଣି। ଏଣୁ ନୂଆ କ୍ରିକେଟରଙ୍କୁ ଗ୍ରୁମିଂ କରିବା ଜରୁରି ହୋଇପଡିଛି। ଏଥିରେ ଗମ୍ଭୀର ଇଶାନ କିଶନଙ୍କ ନାମ ନେଇଛନ୍ତି। ସେ କହିଛନ୍ତି ଯେ ୱିକେଟ୍ କିପିଂ ମାମଲାରେ ଋଷଭ ପନ୍ଥ ଓ ସଞ୍ଜୁ ସାମସନ୍ ବହୁତ ଭଲ ଖେଳାଳି ହୋଇପାରନ୍ତି। ତେବେ କିପିଂ ସହ ଧୋନୀଙ୍କ ଭଳି ବ୍ୟାଟିଂରେ ମଧ୍ୟ ଇଶାନ ଉତ୍ତମ ପ୍ରଦର୍ଶନ କରିପାରିବେ।

{"id":136109}

ବାମହାତୀ ବ୍ୟାଟସମ୍ୟାନ ଇଶାନ କିଶନ ମଧ୍ୟ ଚୟନ କର୍ତ୍ତାଙ୍କ ପ୍ରଥମ ପସନ୍ଦ। ସେ ଜଣେ ଭଲ ବ୍ୟାଟସ୍ ମ୍ୟାନ ଓ ୱିକେଟ୍ କିପର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଣୁ ଏଭଳି ଖେଳାଳିଙ୍କ ଗ୍ରୁମିଂ ଉପରେ ଧୋନୀଙ୍କ ଅନୁସାରେ ଗୌତମ ଗମ୍ଭୀର ମଧ୍ୟ  ଗୁରୁତ୍ୱ ଦେଇଛନ୍ତି।  ସେ କୁହନ୍ତି ଟିମ୍ ରେ ଧୋନୀ ଯୁବ ଖେଳାଳିଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଅନ୍ତି। ଏଥିପାଇଁ ସିନିୟରମାନଙ୍କୁ ଜାଗା ଛାଡିବା ଦରକାର ବୋଲି ଧୋନୀ ସର୍ବଦା କହି ଆସିଥିବା ସେ ନିଜେ ଶୁଣିଛନ୍ତି ବୋଲି କହିଛନ୍ତି ଗମ୍ଭୀର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.