Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

କେଉଁ ବୋଲରଙ୍କୁ ‘ବ୍ରିଲିଆଣ୍ଟ୍’ କହିଲେ ଗମ୍ଭୀର… ଆଇପିଏଲ ୨୦୨୦ରେ ପ୍ରଦର୍ଶନ ନେଇ ରଖିଲେ ଯୁକ୍ତି

6/10/2020 at 4:12 PM

ଦୁବାଇ, ୦୬|୧୦ : ଚଳିତ ଆଇପିଏଲରେ ଅନେକ ନୂଆ ଓ ପ୍ରତିଭାବାନ ଖେଳାଳି ନିଜର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି । ନୂଆ ଓ ଯୁବ ବୋଲରମାନଙ୍କ ବୋଲିଂ ଆକ୍ସନ ଓ ଷ୍ଟାଇଲ ଅନେକଙ୍କୁ ପସନ୍ଦ ଆସିଛି । ଏପରିକି ପ୍ରତି ମ୍ୟାଚରେ ଏହି ବୋଲରମାନେ ସଫଳ ସାବ୍ୟସ୍ତ ହେଉଛନ୍ତି । ପ୍ରତି ମ୍ୟାଚରେ ସେମାନେ ଓ୍ୱିକେଟ୍ ଅକ୍ତିଆର କରୁଛନ୍ତି । ଭାରତୀୟ ବୋଲର ମହମ୍ମଦ ସାମିଙ୍କଠାରୁ ଆରମ୍ଭ କରି କୋଲକାତା ନାଇଟ ରାଇଡର୍ସର ପ୍ୟାଟ୍ କମିନ୍ସ ସେମାନଙ୍କ ବୋଲିଂରେ ବିପକ୍ଷ ବ୍ୟାଟସମ୍ୟାମନଙ୍କୁ ଅକଳରେ ପକାଉଛନ୍ତି ।

ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚର, ଦିଲ୍ଲୀର କାଗିସୋ ରାବଡା ଓ ହାଇଦ୍ରାବାଦର ରସିଦ ଖାନ ପ୍ରତିପକ୍ଷ ଦଳର ବ୍ୟାଟିଂ ଲାଇନକୁ ଧ୍ୱଂସ କରିବାରେ କ୍ଷମତା ରଖନ୍ତି । ସେହିପରି ବାଙ୍ଗାଲୋରର ୟୁଜବେନ୍ଦ୍ର ଚହଲ ୫ଟି ମ୍ୟାଚରୁ ୮ଟି ଓ୍ୱିକେଟ୍ ନେଇ ସାରିଲେଣି । ତେବେ କୋଲକାତାର ପୂର୍ବତନ ବ୍ୟାଟସମ୍ୟାନ୍ ତଥା ଅଧିନାୟକ ୟୁଜବେନ୍ଦ୍ର ଚହଲଙ୍କ ବିଷୟରେ ଖେଳାଲିମାନେ ଅଧିକ ଆଲୋଚନା କରିବା ଉଚିତ ବୋଲି କହିଛନ୍ତି ।

ଗମ୍ଭୀର କହିଛନ୍ତି ଯେ, ଚହଲ ଭଲ ବୋଲିଂ କରୁଛନ୍ତି । ତେବେ ବିଶେଷଜ୍ଞମାନେ ରସିଦ ଖାନ, ଜୋଫ୍ରା ଆର୍ଚର, କାଗିସୋ ରାବଡା, ପ୍ୟାଟ୍ କ୍ୟୁମିନ୍ସଙ୍କ ବାବଦରେ ଆଲୋଚନା କରୁଛନ୍ତି । କିନ୍ତୁ ଚହଲ ନିଜ ପ୍ରତିଭାକୁ ବିକଶିତ କରିପାରିଛନ୍ତି ବୋଲି ଇଏସପିଏନକୁ ଏକ ସାକ୍ଷାତାକାରରେ କହିଛନ୍ତି ଗମ୍ଭୀର ।

ସେ ଆହୁରି କହିଛନ୍ତି ଯେ, ଚହଲଙ୍କ ବିଷୟରେ ବେଶୀ ଚର୍ଚ୍ଚା ହେବା ଉଚିତ । ଅନ୍ୟମାନଙ୍କ ବୋଲିଂ କଥା ଆଲୋଚନା ମଧ୍ୟ ଜରୁରୀ । କିନ୍ତୁ ଚହଲ ବାଙ୍ଗାଲୋର ପାଇଁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ତେବେ ଗତକାଲିର ମ୍ୟାଚରେ ଚହଲ ଦିଲ୍ଲୀ ବିପକ୍ଷରେ ଗୋଟିଏ ହେଲେ ଓ୍ୱିକେଟ୍ ହାସଲ କରିବାରେ ସଫଳ ହୋଇନଥିଲେ ।

   Related Posts