Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

‘କେବଳ ଜଣଙ୍କ ପାଇଁ ଭାରତ ବିଶ୍ୱକପ ଜିତି ନାହିଁ’, ଧୋନୀଙ୍କ ମ୍ୟାଚ୍ ବିଜୟୀ ଛକାକୁ ନେଇ ଏମିତି କାହିଁକି କହିଲେ ଗମ୍ଭୀର ?

2/04/2020 at 5:05 PM

ନୂଆଦିଲ୍ଲୀ, ୦୨|୦୪:   ଭାରତୀୟ ଦଳ ଆଜିର ଦିନରେ ଇତିହାସ ରଚିବା ସହ ବିଶ୍ୱ କ୍ରିକେଟରେ ନିଜର ଦବଦବା ଜାହିର କରିଥିଲା । ଦଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃୃତ୍ୱରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହୋଇଥିଲା ।୧୯୮୩ରେ ପ୍ରଥମ ଥର ବିଶ୍ୱ ଚାମ୍ପିଅନ ହୋଇଥିବା ଭାରତ ଦୀର୍ଘ ୨୮ ବର୍ଷ ପରେ ଧୋନୀଙ୍କ ନେତୃତ୍ୱରେ ପୁନର୍ବାର ବିଶ୍ୱବିଜେତା ହୋଇ ଇତିହାସ ରଚିଥିଲା । ଏହାସହ ଅଷ୍ଟ୍ରେଲିଆ ଓ ଓ୍ୱେଷ୍ଟଇଣ୍ଡିଜ ପରେ ତୃତୀୟ ଦଳ ଭାବେ ସର୍ବାଧିକ ଥର ବିଶ୍ୱକପ ଜିତିବାର ରେକର୍ଡ ମଧ୍ୟ ହାସଲ କରିଥିଲା ।

ଏହି ମ୍ୟାଚରେ କୁଳଶେଖରାଙ୍କ ବଲରେ ଛକା ମାରି ଧୋନୀ ଦଳକୁ ଚାମ୍ପିଅନ କରିଥିଲେ ।  ଏହି ମୁହୂର୍ତ୍ତକୁ କ୍ରିକେଟପ୍ରେମୀ ଭୁଲି ପାରିବେ ନାହିଁ । ଏହି ମ୍ୟାଚର ଉପଲବ୍ଧିର ଆଲୋଚନା ବେଳେ ଧୋନୀଙ୍କ ମ୍ୟାଚ୍ ବିଜୟୀ ଛକା ମନେ ପଡେ । କିନ୍ତୁ ଫାଇନାଲରେ ୯୭ ରନର ଇନିଂସ ଖେଳିଥିବା ଓପନର ଗୌତମ ଗମ୍ଭୀର ଧୋନୀଙ୍କୁ ଟାର୍ଗେଟ କରିଛନ୍ତି । ଜଣେ ଖେଳାଳି ନୁହେଁ ବିଜୟରେ ସମସ୍ତ ସଦସ୍ୟଙ୍କ ଭୂମିକା ଥିବା ସେ କହିଛନ୍ତି । ସପୋର୍ଟ ଷ୍ଟାଫଙ୍କ ଭୂମିକାକୁ ମଧ୍ୟ ଏଡାଇ ଦିଆଯିବନି ବୋଲି ସେ କହିଛନ୍ତି ।

୨୦୧୧ ବିଶ୍ୱକପ ଫାଇନାଲ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏଠାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମହେଲା ଜୟବର୍ଧନେଙ୍କ ୧୦୩ରନ ବଳରେ ୨୭୪ ରନ କରିଥିଲା । ୨୭୫ ରନର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଦୁଇଟି ବଡ ଝଟକା ଲାଗିଥିଲା । ଦଳର ସ୍କୋର ମାତ୍ରା ୩୧ ରନ ହୋଇଥିବା ବେଳେ ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ୱାଗ ପ୍ୟାଭିଲିୟନ ଫେରିଥିଲେ । ଗୋଟିଏ ସମୟ ଏପରି ଥିଲା ଯେତେବେଳେ ଭାରତ ୧୧୪ ରନରେ ୩ଟି ଓ୍ୱିକେଟ ହରାଇସାରିଥିଲା । ଓପନର ଗୌତମ ଗମ୍ଭୀର କ୍ରିଜରେ ଥିଲେ । ଅଧିନାୟକ ଧୋନୀ ତାଙ୍କ ସହ ଯୋଗ ଦେଇଥିଲେ । ସେ ଆକର୍ଷଣୀୟ ପାଳି ଖେଳି ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିଲେ । ଧୋନୀ ଗମ୍ଭୀରଙ୍କ ସହ ମିଶି ୧୦୯ ରନର ପାର୍ଟନରସିପ୍ କରିଥିଲେ । ଗମ୍ଭୀର ୯୭ରନର ଇନିଂସ ଖେଳିଥିଲେ । ଧୋନୀ ୭୯ ବଲରେ ୯୧ ରରନ କରିଥିଲେ । ଶେଷରେ ଛକା ମାରି ଦଳକୁ ଚାମ୍ପିଅନ କରିଥିଲେ ।

   Related Posts