ପୋଲିସ ଗୁଳିରେ ଟଳିଲା କୁଖ୍ୟାତ ଡ଼କାୟତ ଗୌରୀ, ୫ ଲକ୍ଷ ଟଙ୍କାର ଥିଲା ପୁରସ୍କାର ରାଶି

Published By : Prameya-News7 Bureau | October 30, 2021 IST

ଲକ୍ଷ୍ନୌ ୩୦।୧୦: ୟୁପି ପୋଲିସକୁ ମିଳିଛି ବଡ଼ ସଫଳତା । ଏନ୍‌କାଉଣ୍ଟରରେ ଡକାୟତ ଗୌରି ଯାଦବ ନିହତ । ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପୋଲିସର ମିଳିତ ଅପରେସନରେ ଗୌରି ଯାଦବକୁ ନିହତ କରାଯାଇଛି । ନିହତ ଡ଼କାୟତ ମୁଣ୍ଡରେ ୫ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ମଧ୍ୟପ୍ରଦେଶ ଚିତ୍ରକୁଟ ବାହିଲପୁରଓ୍ୱା ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ,  ବାହିଲପୁରଓ୍ୱା ଥାନା ମାଡ଼ବ ଗାଁର ବାସିନ୍ଦା ଗୌରି ଯାଦବ କୁଖ୍ୟାତ ଡକାୟତ ଦଦୁଆର ଗ୍ୟାଙ୍ଗରେ ସାମିଲ ହୋଇଥିଲା । ଦଦୁଆର ମୃତ୍ୟୁ ପରେ ସେ ଡକାୟତ ବବୁଲି ଗ୍ୟାଙ୍ଗ ସହିତ ସାମିଲ ହୋଇଥିଲା । କିଛି ଦିନ ପରେ ସେ ବବୁଲିକୁ ମାରିଥିଲା ।  ଏହାପରେ ସେହି ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ନେଇ ନିଜର ଏକ ଗ୍ୟାଙ୍ଗ ସୃଷ୍ଟି କରିଥିଲେ । ସେହି ଗ୍ୟାଙ୍ଗର ନିଜ ସର୍ଦ୍ଦାର ଥିଲା । ସମୟ ଗଡିବା ସହ ଗୌରି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଆତଙ୍କ ସୃଷ୍ଟି କରିଥିଲା ।୨ ରାଜ୍ୟର ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା ଗୌରି। ଉଭୟ ରାଜ୍ୟର ପୋଲିସ ଗୌରିକୁ ଖୋଜିବା ଆରମ୍ଭ କରିଥିଲା । ଏପିରିକି ଉତ୍ତରପ୍ରଦେଶ ପୋଲିସ ଗୌରି ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବା ବେଳେ ମଧ୍ୟପ୍ରଦେଶ ପୋଲିସ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ତେବେ ଶୁକ୍ରବାର ଦିନ ରାତିରେ ଚିତ୍ରକୁଟ ବାହିଲପୁରଓ୍ୱା ଥାନା ଅଞ୍ଚଳରେ ଏକ ଜଙ୍ଗଲରେ ଗୌରି ରହିଥିବାର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ।ଏହାପରେ ଉଭୟ ରାଜ୍ୟର ପୋଲିସ ଆରମ୍ଭ କରିଥିଲେ ଅପରେସନ । ଦୀର୍ଘ ସମୟ ଧରି ଜଙ୍ଗଲରେ ଏନ୍‌କାଉଣ୍ଟର ଜାରି ରହିଥିଲା । ଶେଷରେ ପୋଲିସ ଗୁଳିରେ ଗୌରି ଯାଦବ ନିହତ ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ, ଜୀବନ୍ତ ଗୁଳି, ଏକ ସେମି ଅଟୋମେନିଟ ରାଇଫଲ ସମେତ ଅନେକ ସାମଗ୍ରୀ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.