Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମା’ ତାରିଣୀଙ୍କ ପୀଠରେ ମହାଷ୍ଟମୀ ପୂଜା, ଗୌରୀ ଅବତାର ଓ ସୁନାବେଶରେ ଦର୍ଶନ ଦେଉଛନ୍ତି ମା’

6/10/2019 at 3:57 PM

ଘଟଗାଁ ୬|୧୦: ପ୍ରସିଦ୍ଧ ଶକ୍ତି ପୀଠ ଘଟଗଁ।ର ମା ତାରିଣୀଙ୍କ ପିଠରେ ଆଜି ମହାଷ୍ଟମି ପୂଜା ଅନୁଷ୍ଠିତ ହେଉଛି ।  ଘଟଗଁ।ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।  ଶାରଦୀୟ ପୂଜା ପାଇଁ ଏବେ ସାରା ରାଜ୍ୟ ଚଳଚଂଚଳ ହୋଇ ଉଠିଛି ।  ମା ତାରିଣୀ ପୀଠ ଏଥିରୁ ବାଦ୍ ପଡିନି । ଆଜି ସମସ୍ତ ଶକ୍ତି ପୀଠ ଗୁଡିକରେ ନବମୀ ପାଳନ ହେଉଥିବାବେଳେ ପ୍ରସିଦ୍ଧ ଶକ୍ତି ପୀଠ ଘଟଗଁ। ମା ତାରିଣୀ ମନ୍ଦିରରେ ମାଙ୍କର ମହାଷ୍ଟମି ପୂଜା ଅନୁଷ୍ଠିତ ହେଉଛି ।

ମହାଷ୍ଟମୀ ଅବସରରେ ମହିଳା ମାନେ ଆଜି ଉପବାସ ରଖି ମାଆଙ୍କ ବ୍ରତ ପାଳନ କରିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ କରି ଆଜି ମନ୍ଦିରରେ ୩୦ରୁ ଅଧତ୍କ ସଂଖ୍ୟକ ପୂଜକ ନିୟୋଜିତ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।   

ଆଜି ମାଆଙ୍କର ଅଷ୍ଟମୀ ପୂଜା ସରିବା ପରେ ଆସନ୍ତାକାଲି ନବମୀ ପୂଜା ଅନୁଷ୍ଟିତ ହେବ । ଏହି ମହାଷ୍ଟମୀ ଏବଂ ନବମୀ ମଧ୍ୟରେ ମାଆ ଦୁର୍ଗ।ଙ୍କ ସିଦ୍ଧି ପୂଜା ଅନୁଷ୍ଟିତ ହୋଇଥାଏ ଏବଂ ସିଦ୍ଧି ହେବା ପରେ ମାଆ ଦୁର୍ଗାଙ୍କ ନିକଟରେ ନବମୀ ପୂଜା ଆରମ୍ଭ ହୋଇଥାଏ ।  ଦେହୁରୀ ମାନଙ୍କ ଦ୍ବାରା ମାଙ୍କର ସ୍ନାନ ଓ ବଡସିଂହାର କାର୍ଯ୍ୟ ସମାପନ କରାଯାଇଥାଏ ।  ଯଥା ବିଧିରେ ପୂଜା, ସକାଳ ମଙ୍ଗଳ ଆଳତୀ  କରାଯାଇ ମାଙ୍କର ସୁନାବେଶ ଅନୁଷ୍ଟିତ ହୋଇଥାଏ ।ମାଁଙ୍କ ଦର୍ଶନ କରିବା ପାଇଁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଧାଡି ଲମ୍ବିଥିବା ଦେଖାଯାଇଥିଲା । 

ମା ତାରିଣୀଙ୍କ ପିଠରେ ମହାଷ୍ଟମି ପୂଜା ଅନୁଷ୍ଟିତ ହେଉଥିବାବଳେ ଆଜି ମା ଗୌରୀ ରୂପରେ ପୁଜା ପାଉଛନ୍ତି । ମାଙ୍କର ଏହି ବେଶକୁ ଦେଖିବା ଲାଗି ଲକ୍ଷାଧତ୍କ ଭକ୍ତଙ୍କର ସମାଗମ ହୋଇଛି । ଏଥି ସହିତ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ଏକ ମୃଣ୍ମୟୀ ମଣ୍ଡପ ମଧ୍ୟ କରାଯାଇଛି , ସେଠାରେ ମଧ୍ୟ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ଠାରୁ ବିଜୟା ଦଶମି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାଂସୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଟିତ ହେବାର ସ୍ତିରିକୃତ ହୋଇଛି ।

ମା ତାରିଣୀ କଳି ଯୁଗରେ ଦୁର୍ଗ।ଙ୍କର ଅବତାର ବୋଲି ବିଶ୍ବାସ ରହିଥିବାରୁ ଆଗାମୀ ବିଜୟା ଦଶମୀ ପର୍ଯ୍ୟନ୍ତ ଘଟଗଁ।ରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ ଲାଗିରହିବ ।

 ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬୪ଟି ସିସି ଟିଭି କ୍ୟାମେରା ଲଗାଯିବା ସହ ମନ୍ଦିର ପରିସରରେ ବ୍ୟାପକ ପୋଲିସ ଅଫିସର ମୁତୟନ କରାଯାଇଛି । ଏହା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ଅସ୍ଥାୟୀ ବ୍ୟାରିକେଡ ନିର୍ମ।ଣ କରାଯାଇଛି ।

ଦଶହରା ଅବସରରେ ପ୍ରତ୍ୟେହ ମା ଭିନ୍ନ ଭିନ୍ନ ବେଶରେ ସଜ୍ଜିତ ହୋଇ ପୂଜା ପାଉଥିବାବେଳେ ଏହି ଦିନମାନଙ୍କରେ ମାଙ୍କର ସୁନା ବେଶ ଦର୍ଶନ କରିବା ଦ୍ବାରା ଭକ୍ତଙ୍କର ସମସ୍ତ ମନୋସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାଶ ରହିଛି । 

   Related Posts