Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧୂମପାନ କରୁଥିବାରୁ ଏହି ଅଭିନେତ୍ରୀଙ୍କର ହୋଇଥିଲା ବ୍ରେକ୍ଅପ

ମୁମ୍ୱାଇ୧୭|୪: ନିଜ ହଟ୍‌ ଅନ୍ଦାଜ ଓ ସେକ୍ସି ଫଟୋ ଦ୍ବାରା ଲୋକଙ୍କ ମଧ୍ୟରେ ନିଆଁ ଲଗାଇଥିବା ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀଙ୍କର ଗତକାଲି ଜନ୍ମଦିନ ଥିଲା। ୧୯୭୮ ମସିହା ଏପ୍ରିଲ ମାସ ୧୬ ତାରିଖରେ ନାରାୟଣୀ ଜନ୍ମ ହୋଇଥିଲେ। ଟିଭି ଜଗତରେ ଶାସ୍ତ୍ରୀ ଖୁବ୍‌ ଚର୍ଚ୍ଚିତା। ତାଙ୍କ ଅଭିନୟ ଦ୍ବାରା ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ନିଜ ପ୍ରତିଭା ପାଇଁ ସେ ଘରେ ଘରେ ପରିଚିତ। ତେବେ ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ନାରାୟଣୀଙ୍କ ବିଷୟରେ କିଛି ଖାସ କଥା।  
ଶାସ୍ତ୍ରୀ ତାଙ୍କ ଦୀର୍ଘ ଦିନର ବିଦେଶୀ ବୟଫ୍ରେଣ୍ଡ ଷ୍ଟିଭନଙ୍କୁ ଲୁଚିଛପି ବିବାହ କରିଥିଲେ। ଗୁପ୍ତ ବିବାହ କରିଲା ପରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ନିଜ ବିବାହ ବିଷୟରେ ସେ କାହାକୁ କହିବାକୁ ଚାହାନ୍ତିନାହିଁ ।

ନିଜ ପ୍ରେମିକକୁ ବିବାହ କରି ବହୁତ ଖୁସି ଅଛନ୍ତି ବୋଲି କହିଥିଲେ ଶାସ୍ତ୍ରୀ। ଲଂଡନରେ ରହୁଥିବା ଷ୍ଟିଭନ ଗତ ୯ ବର୍ଷରୁ ମୁମ୍ୱାଇରେ ରହୁଛନ୍ତି। ବିବାହ ପୂର୍ବରୁ ଟେଲି ଅଭିନେତା ଗୌରବ ଚୋପଡାଙ୍କ ସହ ଶାସ୍ତ୍ରୀ ରିଲେସନଶିପରେ ଥିଲେ।

ଏକ ସାକ୍ଷାତକାରରେ ଶାସ୍ତ୍ରୀ କହୁଥିଲେ ଯେ, ସେ ଗୌରବ ଚୋପଡାଙ୍କୁ ଡେଟ୍‌ କରି ସାରିଛନ୍ତି। ଗତ ବର୍ଷ ଗୌରବ ଜଣେ ଫ୍ୟାସନ ଡିଜାଇନରଙ୍କୁ ବିବାହ କରିସାରିଛନ୍ତି। ଗୌରବ ଓ ନାରାୟଣୀ ଏକା ସହ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ଉଭୟଙ୍କୁ ଏକା ସହ ନଚ ବଲିଏ ସିଜନ-୨ରେ ମଧ୍ୟ ଦେଖିବାକୁ ମିଳିଥିଲେ। ଉଭୟ ପରସ୍ପର ସହ ଖୁସି ମଧ୍ୟ ଥିଲେ। କିନ୍ତୁ ନାରାୟଣୀଙ୍କର ଧୂମପାନ ଅଭ୍ୟାସ ଯୋଗୁଁ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା।

454 Views

   ସମ୍ବନ୍ଧିତ ଖବର