ପ୍ରଥମଥର ପାଇଁ କ୍ୟାମେରା ସାମ୍ନାକୁ ଆସିଲେ ଗୌରବ ଆର୍ୟା: କହିଲେ, ସେ କେବେ ସୁଶାନ୍ତ ସିଂହଙ୍କୁ ଭେଟିନଥିଲେ କିନ୍ତୁ ରିୟାଙ୍କୁ...

Published By : Prameya-News7 Bureau | August 30, 2020 IST

ମୁମ୍ବାଇ ୩୦/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗୌରବ ଆର୍ୟାଙ୍କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି | ଗୌରବ ଆର୍ୟାଙ୍କ ସହ ରିୟା ଚକ୍ରବର୍ତୀଙ୍କ ହ୍ୱାଟ୍ସଆପ ଚାଟ ସାମ୍ନାକୁ ଆସିଥିଲା | ଏହି ଚାଟରୁ ଡ୍ରଗ୍ସ ଡ଼ିଲିଙ୍ଗ ମାମଲା ସାମ୍ନାକୁ ଆସିଥିଲା | ଶନିବାର ଦିନ ପ୍ରଥମଥର ପାଇଁ ଗୌରବ ଆର୍ୟାକୁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଥିଲା | ଆସନ୍ତାକାଲି, ସୋମବାର ଦିନ ଇଡି ଗୌରବକୁ ପଚରାଉଚୁରା କରିବ |

ଗୋଆ ବିମାନବନ୍ଦରରେ ଗୌରବ ଆର୍ୟା କହିଥିଲେ ଯେ, ଏହି ମାମଲା ସହ ତାଙ୍କର କୌଣସି ସମ୍ବନ୍ଧ ନାହିଁ | ସେ କେବେ ସୁଶାନ୍ତ ସିଂହ ରାଜପୁତଙ୍କୁ ଭେଟି ନଥିଲେ | କିନ୍ତୁ ରିୟା ଚକ୍ରବର୍ତୀଙ୍କୁ ୨୦୧୭ ମସିହାରେ ଭେଟିଥିଲେ ବୋଲି କହିଥିଲେ | 

wp:core-embed/twitter {"url":"https://twitter.com/ANI/status/1299984685347479552","type":"rich","providerNameSlug":"twitter","className":""}
https://twitter.com/ANI/status/1299984685347479552
/wp:core-embed/twitter

ସୂଚନାଯୋଗ୍ୟ ଯେ, ଗୋଆରେ ଗୌରବ ଆର୍ୟାଙ୍କ ହୋଟେଲ ବ୍ୟବସାୟ ଅଛି | ସୁଶାନ୍ତ ସିଂହ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ହୋଟେଲରେ ନୋଟିସ ମାରିଥିଲା | ଅଗଷ୍ଟ ୩୧ ତାରିଖ ପୂର୍ବରୁ ଏଜେନ୍ସି ସମ୍ମୁଖରେ ପେଶ ହେବାକୁ ନୋଟିସରେ କୁହାଯାଇଛି | 

ଅପରପକ୍ଷରେ ସିବିଆଇ ରବିବାର ଦିନ, ଲଗାତାର ୩ ଦିନ ହେଲା ରିୟା ଚକ୍ରବର୍ତୀଙ୍କୁ ପଚରାଉଚୁରା କରୁଛି | ଅଭିନେତ୍ରୀ ନିଜ ଭାଇ ସୌଭିକ ଚକ୍ରବର୍ତୀଙ୍କ ସହ ସକାଳ ସାଢେ ୧୦ଟା ରେ ଡିଆରଡିଓ ଗେଷ୍ଟ ହାଉସ ପହଞ୍ଚିଥିଲେ | ଏବେ ସୁଦ୍ଧା ସିବିଆଇ ରିଆଙ୍କୁ ମୋଟ ୧୭ ଘଣ୍ଟା ଜେରା କରିସାରିଛି | ସୂତ୍ର ଅନୁଯାୟୀ, ଏବେ ସୁଦ୍ଧା ରିୟା ଯାହା ଜବାବ ଦେଇଛନ୍ତି ସେଥିରେ ସିବିଆଇ ସନ୍ତୁଷ୍ଟ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.