ପରଲୋକରେ ଗୋଟିପୁଅ ନୃତ୍ୟଗୁରୁ ବିରବର ସାହୁ

Published By : Prameya-News7 Bureau | October 30, 2019 IST

ବାଲିପାଟଣା (ସଂଜୀବ ଦାଶ) ୩୦।୧୦: ସାରା ଦେଶରେ ସୁନାମ ଅର୍ଜନ କରିଥିବା ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୋଟିପୁଅ ନୃତ୍ୟଗୁରୁ ବିରବର ସାହୁଙ୍କର ଗତକାଲି ତାଙ୍କ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଇନ୍ଦୋଳକୁଶିଆରୀ ଗ୍ରାମରେ ଦେହାନ୍ତ ହୋଇଯାଇଛି  । ବାର୍ଦ୍ଧକ୍ୟ ହେତୁ ସେ କିଛିଦିନ ହେବ ଶର୍ଯ୍ୟାସାୟୀ ଥିଲେ  । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା  ।

ଗୋଟିପୁଅ ନୃତ୍ୟରେ ଗୁରୁ ବିରବରଙ୍କର ଅନେକ ଅବଦାନ ରହିଛି  । ଦେଶ ଏବଂ ବିଦେଶରେ ଅନେକ ସ୍ଥାନରେ କାର୍ଯ୍ୟକ୍ରମମାନ କରି ସେ ପରିଚିତ  ।  ଗୁରୁ ଗଙ୍ଗାଧର ପ୍ରଧାନ, ଗୁରୁ ଲିଙ୍ଗରାଜ ବାରିକ, ଗୁରୁ ବିଚିତ୍ରାନନନ୍ଦ ସ୍ୱାଇଁ, ଗୁରୁ ବିଜୟ କୁମାର ବାରିକ ଆଦି ଅନେକ ଗୁରୁ ବିରବରଙ୍କଠାରୁ ତାଲିମ୍ ପାଇଛନ୍ତି  । ୧୯୯୮ ରୁ ୨୦୦୮ ପର୍ଯ୍ୟନ୍ତ କୋଣାର୍କ ନାଟ୍ୟ ମଣ୍ଡପ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ  । ଏହି ସମୟରେ ଅନେକ ପ୍ରତିଭାଙ୍କର ଉଦ୍ଭବ ହୋଇଥିଲା  ।

ଗୁରୁ ବିରବରଙ୍କର କଳା ଏବଂ ସଂସ୍କୃତିରେ ଅତୁଳନୀୟ ଅବଦାନ ପାଇଁ ୨୦୦୮-୦୯କେନ୍ଦ୍ର ସଂଙ୍ଗୀତ ନାଟକ ଏକାଡେମି ପୁରସ୍କାର , ୧୯୯୮ରେ ଓଡିଶା  ସଂଗୀତ ଏକାଡେମୀ ପୁରସ୍କାର ଏବଂ ୨୦୧୨ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯାଇଥିଲା  । ୧୯୩୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଇନ୍ଦୋଳକୁଶିଆରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିରବର  । ତାଙ୍କ ମାଆ ଙ୍କ ନାମା ସ୍ୱାର୍ଗତ ବେଳାମଣୀ ସାହୁ ଏବଂ ପିତାଙ୍କ ନାମ ସ୍ୱାର୍ଗତ ଦନେଇ ସାହୁ  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.